fbpx

ହଜିଯାଇଛି କି Aadhar Card? ଆଧାର ନମ୍ବର ମନେ ନଥିଲେ ବି ମିଳିବ କାର୍ଡ: ଜାଣନ୍ତୁ କେମିତି

ଓଡ଼ିଶା ଭାସ୍କର: ବର୍ତ୍ତମାନ ସମୟରେ ଆଧାର କାର୍ଡ ପ୍ରତ୍ୟେକ ବ୍ୟକ୍ତିଙ୍କର ପ୍ରଥମ ପରିଚୟ ପତ୍ର ପାଲଟିଛି । ଯେକୌଣସି କାର୍ଯ୍ୟ ବା ଯୋଜନାରେ ସାମିଲ ହେବା ପାଇଁ ଆଧାର କାର୍ଡର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତେବେ ଅନେକ ସମୟରେ କିଛି ଲୋକ ନିଜ ଆଧାର କାର୍ଡ ହଜାଇ ଦେଇଥାନ୍ତି । ଏଭଳି ସ୍ଥିତିରେ ଯଦି ଆଧାର ନମ୍ବର ମନେ ଥାଏ, ତେବେ ଅନଲାଇନରେ ଇ-ଆଧାର କାର୍ଡ ଡାଉନଲୋଡ କରାଯାଇପାରିବ । କିନ୍ତୁ ଯଦି ଆଧାର ନମ୍ବର ଭୁଲି ଯାଇଛନ୍ତି, ତେବେ କିପରି ଏହା କିପରି ବାହାର କରିପାରିବେ? ଏହି ସମସ୍ୟାର ସମାଧାନ କିପରି କରିବେ ଜାଣନ୍ତୁ…

କେମିତି ଜାଣିବେ ଆପଣଙ୍କ ଆଧାର ନମ୍ବର?

  • ଆଧାର ନମ୍ବର ଜାଣିବା ପାଇଁ ପ୍ରଥମେ UIDAIର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ
  • ଏହି ପେଜ୍ ରେ ଆଧାର କାର୍ଡରେ ଥିବା ନାମ, ମୋବାଇଲ ନମ୍ବର ଏବଂ Captcha ଏଣ୍ଟର କରନ୍ତୁ
  • ଏହାପରେ ଆପଣଙ୍କୁ ସେଣ୍ଡ ଓଟିପି ବଟନ୍ ଉପପରେ କ୍ଲିକ କରନ୍ତୁ
  • ଆପଣଙ୍କ ଆଧାର ସହ ସଂଯୋଗ ହୋଇଥିବା ମୋବାଇଲକୁ ଏକ ଓଟିପି ଆସିବ । ଏହାକୁ ଏଣ୍ଟର କରିବା ସହ ପରବର୍ତ୍ତୀ ପେଜ୍ ରେ ଆଧାର ସହ ଜଡ଼ିତ ସମସ୍ତ ତଥ୍ୟା ପାଇପାରିବେ ।
  • ଏହାବ୍ୟତୀତ ଏଠାରେ ଆପଣ ନିଜ ଆଧାର କାର୍ଡ ଡାଉନଲୋଡ ମଧ୍ୟ କରିପାରିବେ ।

ଆଧାର ସହ ମୋବାଇଲ ନମ୍ବର ଲିଙ୍କ ନଥିଲେ କ’ଣ କରିବେ?

ଯଦି ଆପଣଙ୍କ ଆଧାର କାର୍ଡ ସହ ଆପଣଙ୍କର ମୋବାଇଲ ନମ୍ବର ସଂଯୋଗ ହୋଇନାହିଁ କିମ୍ବା ଆପଣ ଅନଲାଇନ୍ ବିକଳ୍ପ ଚୟନ କରିବାକୁ ଚାହୁଁନାହାନ୍ତି, ଆଉ ଏକ ଉପାୟରେ ଆପଣ ନିଜ ଆଧାର କାର୍ଡ ପାଇପାରିବେ । ଆଧାର ନାମାଙ୍କନ କେନ୍ଦ୍ରକୁ ଯାଇ ଆପଣ ନିଜ ଆଧାର କାର୍ଡ ପ୍ରିଣ୍ଟ ଆଉଟ ବାହାର କରିପାରିବେ । ଏଥିପାଇଁ ଆପଣଙ୍କୁ କିଛି ତଥ୍ୟ ପ୍ରଦାନ କରିବାକୁ ହେବ । ଯଦି ଆପଣ ଦେଇଥିବା ତଥ୍ୟ ଏବଂ ବାୟୋମେଟ୍ରିକ ଅଥେଣ୍ଟିକେସନ୍ ସମାନ ହୋଇଯାଏ, ତେବେ ଆପଣଙ୍କ ଇ-ଆଧାର କାର୍ଡର ଏକ ପ୍ରିଣ୍ଟ ଆଉଟ ହାସଲ କରିପାରିବେ ।

Get real time updates directly on you device, subscribe now.