fbpx

ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କଲା ବିଧାନସଭା ସଚିବାଳୟ: ସେପ୍ଟେମ୍ବର ୩ରେ ହେବ ମତଦାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ରାଜ୍ୟ ବିଧାନସଭା ସଚିବାଳୟ ପକ୍ଷରୁ ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରାଯାଇଛି । ଆସନ୍ତା ମାସ ୩ ତାରିଖରେ ମତଦାନ ଗ୍ରହଣ କରାଯିବ । ପ୍ରାର୍ଥୀମାନେ ଆଜିଠାରୁ ନାମାଙ୍କନ ପତ୍ର ଦାଖଲ କରିପାରିବେ । ଆସନ୍ତା ୨୧ ତାରିଖରେ ଏହି ପ୍ରକ୍ରିୟା ସମାପ୍ତ ହେବ । ୨୨ରେ ପ୍ରାର୍ଥୀପତ୍ର ଯାଞ୍ଚ ସମାପ୍ତ ହେବ ଓ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯିବାର ଅନ୍ତିମ ତାରିଖ ହେଉଛି ଅଗଷ୍ଟ ୨୭ ।

ରାଜ୍ୟ ବିଧାନସଭାରେ ବିଜେପି ସଦସ୍ୟଙ୍କ ସଂଖ୍ୟା ଅଧିକ ରହିଛି । ତେଣୁ ଏଥର ରାଜ୍ୟସଭା ଉପନିର୍ବାଚନରେ ସଂଖ୍ୟା ଦୃଷ୍ଟିରୁ ଭାଜପା ବାଜିମାତ କରିବ । ତେବେ ବିଜେପିରୁ ଏଥର କିଏ ରାଜ୍ୟସଭା ଉପନିର୍ବାଚନରେ ପ୍ରାର୍ଥୀ ହେବେ ସେନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ସୂଚନାଯୋଗ୍ୟ ଯେ, ୯ଟି ରାଜ୍ୟର ୧୨ଟି ଆସନ ପାଇଁ ଗତ ୭ ତାରିଖରେ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ବିଜ୍ଞପ୍ତି ଜାରି କରିଥିଲେ । ରାଜ୍ୟସଭା ସାଂସଦ ପଦରୁ ମମତା ମୋହାନ୍ତ ଇସ୍ତଫା ଦେବା ପରେ ଓଡ଼ିଶାରେ ଗୋଟିଏ ପଦ ଖାଲି ପଡ଼ିଥିଲା । ବିହାର, ହରିୟାଣା, ରାଜସ୍ଥାନ, ତେଲେଙ୍ଗାନା ଆଦି ରାଜ୍ୟରେ ମଧ୍ୟ ରାଜ୍ୟସଭା ଆସନ ଖାଲି ରହିଛି ।

Get real time updates directly on you device, subscribe now.