fbpx

କୋଲକାତା ଦୁଷ୍କର୍ମ-ହତ୍ୟା ମାମଲାରେ ଆୟୁଷ୍ମାନ ଖୁରାନାଙ୍କ ଭାବପ୍ରବଣ ପୋଷ୍ଟ; ମହିଳାଙ୍କ ସୁରକ୍ଷା ଦାବି କଲେ ଆଲିଆ

କୋଲକାତା: କୋଲକାତାର ଏକ ହସ୍ପିଟାଲରେ ଜଣେ ପ୍ରଶିକ୍ଷଣର୍ଥୀ ଡାକ୍ତରଙ୍କୁ ଦୁଷ୍କର୍ମ ପରେ ନିର୍ମମ ଭାବେ ହତ୍ୟା କରାଯିବା ଘଟଣାରେ ଅଭିନେତ୍ରୀ ଆଲିଆ ଭଟ୍ଟ ପ୍ରତିକ୍ରିୟା ରଖିଛନ୍ତି। ଅଭିନେତ୍ରୀ ଏକ ଲମ୍ବା ପୋଷ୍ଟ ଲେଖି ମହିଳାଙ୍କ ସୁରକ୍ଷା ପାଇଁ ଦାବି କରିଛନ୍ତି।

ଆଲିଆ ପୋଷ୍ଟ କରି ଲେଖିଛନ୍ତି-
‘ଆଉ ଏକ ଦୁଷ୍କର୍ମ। ଆଉ ଗୋଟିଏ ଦିନ ହେଲା ମହିଳାମାନେ କେଉଁଠି ସୁରକ୍ଷିତ ନୁହଁନ୍ତି । ଆଉ ଏକ ଭୟଙ୍କର ଦୁଷ୍କର୍ମ ଆମକୁ ମନେ ପକାଇ ଦେଉଛି ଯେ ନିର୍ଭୟା ଦୁଃଖଦ ଘଟଣା ଏକ ଦଶନ୍ଧିରୁ ଅଧିକ ସମୟ ଧରି ଚାଲିଆସିଛି ଏବଂ ବିଶେଷ କିଛି ପରିବର୍ତ୍ତନ ହୋଇନାହିଁ। ଏହା ସହ ଆଲିଆ ହସ୍ପିଟାଲରେ କାର୍ଯ୍ୟରତ ମହିଳା ଡାକ୍ତର ଓ ନର୍ସିଂ ଷ୍ଟାଫଙ୍କ କଥା ସେୟାର କରିଛନ୍ତି ।

‘ଆମେ ସମସ୍ତ ମହିଳାମାନେ କେମିତି ଅନୁଭବ କରିବା ଉଚିତ୍? ଆମେ କିପରି କାମକୁ ଯାଇ ଆମର ଦୈନନ୍ଦିନ ଜୀବନ ଯାପନ କରିବୁ । ଏହି ଘଟଣା ଗୁଡ଼ିକ ସ୍ମରଣ କରାଇ ଦେଉଛି ଯେ, ଆମ ମହିଳାମାନଙ୍କୁ ଆମ ସୁରକ୍ଷାର ଭାର ବହନ କରିବାକୁ ପଡ଼ୁଛି। ଦୟାକରି ମହିଳାମାନଙ୍କୁ ସେମାନଙ୍କର ମାର୍ଗ ଏବଂ ସ୍ଥାନ ପରିବର୍ତ୍ତନ କରିବାକୁ କୁହନ୍ତୁ ନାହିଁ। ପ୍ରତ୍ୟେକ ମହିଳା ଭଲ ପାଇବାକୁ ଯୋଗ୍ୟ।

 

View this post on Instagram

 

A post shared by Alia Bhatt 💛 (@aliaabhatt)

ଏହାକୁ ନେଇ ଅଭିନେତା ଆୟୁଷ୍ମାନ ଖୁରାନା ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ସେ ଏକ ଭାବପ୍ରବଣ ପୋଷ୍ଟ୍ କରି ଲେଖିଛନ୍ତି- ‘ମୁଁ ବି ଯଦି ପୁଅ ହୋଇଥାଆନ୍ତି, ମୁଁ ବି କବାଟ କୋଲାକରି ଶୋଇଥାନ୍ତି, ମୁଁ ବି ଯଦି ପୁଅ ହୋଇଥାଆନ୍ତି, ମୁଁ ସାଙ୍ଗମାନଙ୍କ ସହିତ ସାରା ରାତି ବୁଲିଥାନ୍ତି, ମୁଁ ବି ଯଦି ପୁଅ ହୋଇଥାଆନ୍ତି, ମୁଁ ସମସ୍ତଙ୍କୁ କହୁଥିବା ଶୁଣିଛି ଯେ ଝିଅକୁ ଶିକ୍ଷିତ କର, ତାକୁ ପଢ଼ା ଲେଖା କରିବାକୁ ଦିଅ….

 

View this post on Instagram

 

A post shared by Ayushmann Khurrana (@ayushmannk)

 

 

Get real time updates directly on you device, subscribe now.