fbpx

ଥାଇଲ୍ୟାଣ୍ଡର ନୂଆ ପ୍ରଧାନମନ୍ତ୍ରୀ ଭାବରେ ମନୋନୀତ ହେଲେ ପାଟୋଙ୍ଗଟର୍ନ ଶିନାୱାତ୍ରା, ଜାଣନ୍ତୁ ଖାସ୍ କଥା

ନୂଆଦିଲ୍ଲୀ: ଫୁ ଥାଇ ପାର୍ଟିର ନେତା ପାଟୋଙ୍ଗଟର୍ନ ଶିନାୱାତ୍ରା ଥାଇଲ୍ୟାଣ୍ଡର ନୂଆ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଛନ୍ତି । ସେ ଦେଶର ୩୧ ତମ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବେ । ଏହା ସହିତ ସେ ଆଜି ପର୍ଯ୍ୟନ୍ତ ସବୁଠାରୁ କନିଷ୍ଠ ନେତା ହୋଇଛନ୍ତି ।

ନୈତିକତା ଉଲ୍ଲଂଘନ ମାମଲାରେ କୋର୍ଟଙ୍କ ନିଷ୍ପତ୍ତି ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରେଥା ଥାଭିସିନ୍ଙ୍କୁ ହଟାଇ ଦିଆଯାଇଛି । ଶୁକ୍ରବାର ସଂସଦୀୟ ଭୋଟରେ ସାଂସଦମାନେ ଶିନାୱାତ୍ରାଙ୍କୁ ଦେଶର ପ୍ରଧାନମନ୍ତ୍ରୀ ଭାବେ ମନୋନୀତ କରିଥିଲେ ।

୩୭ ବର୍ଷ ବୟସରେ ଦେଶର କମାଣ୍ଡ :-
ଥାଇଲ୍ୟାଣ୍ଡ ଇତିହାସରେ ପାଟୋଙ୍ଗଟର୍ନ ଶିନାୱାତ୍ରା ଦ୍ୱିତୀୟ ମହିଳା ପ୍ରଧାନମନ୍ତ୍ରୀ ହେବେ । ଏହା ସହ ସେ ତାଙ୍କ ପରିବାରର ତୃତୀୟ ନେତା ଯିଏକି ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଛନ୍ତି । ସାଂସଦଙ୍କ ଭୋଟ୍ ଥାଇ ରାଜନୀତିରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଏବଂ ସ୍ଥିତିକୁ ଆହୁରି ଦୃଢ଼ କରିଥାଏ । ନୂଆ ଭାବେ ନିର୍ବାଚିତ ପ୍ରଧାନମନ୍ତ୍ରୀଙ୍କ ପିତା ଥାକସିନ୍ ସିନାୱାତ୍ରା ଏବଂ ତାଙ୍କ ଖୁଡୀ ୟିଙ୍ଗଲକ୍ ଶିନାୱାତ୍ରା ମଧ୍ୟ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିସାରିଛନ୍ତି ।

Get real time updates directly on you device, subscribe now.