fbpx

ବିଶ୍ୱର କେଉଁ ସହର ସବୁଠୁ ସୁରକ୍ଷିତ? ୨୦୨୪ ତାଲିକାରେ ଏହି ଦେଶ ନମ୍ବର-୧

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ସୁରକ୍ଷିତ ସ୍ଥାନର ତାଲିକା ଜାରି କରାଯାଇଛି। ଏଥିରେ ଆରବ ରାଷ୍ଟ୍ର ସଂଯୁକ୍ତ ଆରବ ଏମିରେଟ୍ସର ଆବୁଧାବି ପ୍ରଥମ ସ୍ଥାନରେ ରହିଛି। ୨୦୧୭ରୁ ହିଁ ସଂ୍‌ୁକ୍ତ ଆରବ ଏମିରେଟ୍ସ ଦୁନିଆର ସବୁଠାରୁ ସୁରକ୍ଷିତ ସହରର ସୂଚୀରେ ସବୁଠାରୁ ଆଗରେ ରହିଛି। ହେଲେ ଏଥର ୨୦୨୪ର ତାଲିକାରେ ସେ ପ୍ରଥମ ସ୍ଥାନ ଅଧିକାର କରିଛି। ବିଶ୍ୱର ସମୁଦାୟ ୩୨୯ ସହରକୁ ପଛରେ ପକାଇ ଆବୁଧାବି ପ୍ରଥମ ସ୍ଥାନ ଅଧିକାର କରିଛି।

ବିଶ୍ୱ ସ୍ତରରେ ଅର୍ଥବ୍ୟବସ୍ଥା ଏବଂ ସାମାଜିକ ସ୍ଥିତି ଏବଂ ସୁରକ୍ଷା ବିଷୟରେ ସୂଚନା ପ୍ରଦାନ କରୁଥିବା ନାମ୍ବିଆ ନାମକ ସଂସ୍ଥା ଏହି ତାଲିକା ଜାରି କରିଛି, ଯେଉଁଥିରେ ସଂଯୁକ୍ତ ଆରବ ଏମିରେଟ୍ସର ରାଜଧାନୀ ଆବୁଧାବି ପ୍ରଥମ ସ୍ଥାନରେ ରହିଛି। ଏହି ସୂଚୀରେ ଆବୁଧାବି ୮୬.୮ ଅଙ୍କ ହାସଲ କରିଛି, ଏହାପରେ ୮୪.୪ ଅଙ୍କ ସହ ତାଇପେ ଏବଂ ତାଇବାନ ସହର ରହିଛି। ସର୍ବୋତ୍ତମ ସୁରକ୍ଷା ମାନ କାର୍ଯ୍ୟକାରୀ କରିବାରେ ବିଶ୍ୱସ୍ତରୀୟ ନେତୃତ୍ୱ ହେତୁ ଆବୁଧାବି ଏହି ପ୍ରାର୍ଥକ୍ୟ ଗ୍ରହଣ କରିଛି।

ଏହି ମାମଲାରେ ଆବୁଧାବି ପୋଲିସ ବିଭାଗର ମହାନିର୍ଦ୍ଦେଶକ ମେଜର ଜେନେରାଲ ମକତୁମ ଅଲି ଅଲ ଶରିଫୀ ପ୍ରଶଂସା ବ୍ୟକ୍ତ କରି କହିଛନ୍ତି ଯେ ଏମିରେଟ୍ସରେ ସୁରକ୍ଷା ପ୍ରବନ୍ଧନକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉଛି ଏବଂ ସୀମା ଉପରେ ତଦାରଖ ପାଇଁ ଧନ୍ୟବାଦ କହିଛନ୍ତି।

Get real time updates directly on you device, subscribe now.