fbpx

ମହାପ୍ରଭୁ ଭକ୍ତଙ୍କ ପାଇଁ ଖୁସି ଖବର, ଏଣିକି ଶ୍ରୀମନ୍ଦିରରେ ମିଳିବ ମାଗଣା ଅବଢ଼ା

ପୁରୀ: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦେଖିବା ପାଇଁ କାହିଁ କେତେ ଦୂରରୁ ଭକ୍ତମାନେ ପୁରୀ ଧାଇଁ ଆସନ୍ତି। ଶ୍ରୀମନ୍ଦିରରେ କାଳିଆକୁ ଦର୍ଶନ କରିବା ପରେ ଶ୍ରଦ୍ଧାଳୁ ଆନନ୍ଦବଜାରରେ ଅବଢ଼ା କିଣି ଖାଆନ୍ତି। ଏପରି ମାନ୍ୟତା ରହିଛି ଯେ, ଅବଢ଼ା ପ୍ରସାଦ ସେବନ ଦ୍ୱାରା ଅନେକ ପାପରୁ ମୁକ୍ତି ମିଳେ। ତେବେ ବର୍ତ୍ତମାନ ଏପରି ଏକ ଖବର ସାମ୍ନାକୁ ଆସିଛି, ଯେଉଁଥିରେ ଭକ୍ତମାନେ ଉପକୃତ ହେବେ। ଶ୍ରୀମନ୍ଦିରରେ ଭକ୍ତମାନଙ୍କୁ ମାଗଣା ଅବଢା ମିଳିବ।

ସୂଚନାନୁଯାୟୀ, ଶ୍ରୀମନ୍ଦିରରେ ପ୍ରତ୍ୟେକ ଦିନ ଲକ୍ଷେରୁ ଅଢେଇ ଲକ୍ଷ ଭକ୍ତଙ୍କୁ ପ୍ରସାଦ ମିଳିବ। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ବଡ଼ ବୟାନ ଜାରି କରିଛନ୍ତି। ଏହି ଖବର ଭକ୍ତମାନଙ୍କ ପାଇଁ ଖୁସି ଖବର। ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ସେମାନେ ଶାନ୍ତିରେ ବସି ମାଗଣାରେ ଅବଢା ସେବନ କରିପାରିବେ।

Get real time updates directly on you device, subscribe now.