fbpx

କମ ବୟସରେ ମହିଳାଙ୍କୁ କାହିଁକି ହେଉଛି ସ୍ତନ କର୍କଟ! ଜାଣନ୍ତୁ, ବିଶେଷଜ୍ଞଙ୍କଠୁ ଏହାର କାରଣ ଓ ନିରାକରଣ

ଓଡିଶା ଭାସ୍କର: ସ୍ତନ କର୍କଟ- ନା ଶୁଣିଲେ ମହିଳାଙ୍କୁ ଟିକେ ଭୟ ଲାଗିବା ସ୍ୱାଭାବିକ କଥା । ସାଧାରଣତଃ ବୟସ ବଢିଲେ ଏହା ମହିଳାଙ୍କଠାରେ ଦୃଷ୍ଟିଗୋଚର ହୋଇଥାଏ । ମାତ୍ର ଚିନ୍ତାର ବିଷୟ ଏହା ଯେ ବର୍ତ୍ତମାନ ସମୟରେ କମ ବୟସରେ ମଧ୍ୟ ମହିଳାଙ୍କଠାରେ ଏହି ରୋଗ ତୀବ୍ର ଗତିରେ ବ୍ୟାପିବାରେ ଲାଗିଛି । ଯାହା ଏକ ଗଭୀର ଚିନ୍ତା ମଧ୍ୟ ସାଜିଲାଣି । କାରଣ ଏହି ରୋଗ ପୂର୍ବରୁ ପ୍ରାୟତଃ ୫୦ ବର୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କଠାରେ ଦେଖାଯାଉଥିଲା । ମାତ୍ର ଏବେ ବଦଳୁଥିବା ସମୟ ସହ ଏହା ମଧ୍ୟ ବଦଳିଛି । ତେବେ ଏହା ମହିଳାଙ୍କଠାରେ କମ ବୟସରେ କାହିଁକି ବୃଦ୍ଧି ପାଉଛି, ଜାଣିବା…
ଜେନେଟିକ କାରଣ: ଆନୁବଂଶିକ ଫ୍ୟାକ୍ଟର
ସ୍ତନକର୍କଟର ଏକ ମୁଖ୍ୟ କାରଣ ଆନୁବଂଶିକ ଅଟେ । ଯଦି ଆପଣଙ୍କ ପରିବାରର କାହାକୁ ଏହା ପୂର୍ବରୁ ହୋଇଛି, ତେବେ ଆପଣଙ୍କୁ ମଧ୍ୟ ଏହା ହେବାର ଆଶଙ୍କା ରହିଛି । BRACA1 ଓ BRACA2  ଜିନରେ ମ୍ୟୁଟେଶନ ହେବା ଫଳରେ ଏହା ହୋଇଥାଏ । ଏହି ମ୍ୟୁଟେଶନ ସ୍ତନକର୍କଟକୁ ଗୋଟିଏ ପିଢିରୁ ଅନ୍ୟ ପିଢିକୁ ଟ୍ରାନ୍ସଫର ହୋଇଥାଏ । ଫଳରେ କମ ବୟସରେ ମଧ୍ୟ ମହିଳାଙ୍କଠାରେ ଏହା ଦେଖିବାକୁ ମିଳେ ।

ହର୍ମୋନାଲ ଅସନ୍ତୁଳ:
ହର୍ମୋନାଲ ଅସନ୍ତୁଳନ ଏହାର ଅନ୍ୟ ଏକ କାରଣ ଅଟେ । ବର୍ତ୍ତମାନ ସମୟରେ ମହିଳା ତଥା ଝିଅମାନଙ୍କଠାରେ ଋତୁସ୍ରାବ (ପିରିୟଡସ୍‌) ଶୀଘ୍ର ଦେଖିବାକୁ ମିଳୁଛି । ଫଳରେ ସେମାନଙ୍କ ଶରୀରରେ ଲମ୍ବା ସମୟ ପର୍ଯ୍ୟନ୍ତ ଏଷ୍ଟ୍ରୋଜେନ ହର୍ମୋନ ରହିଥାଏ । ଏହାବାଦ ଡେରିରେ ମେନୋପୋଜ ହେବା, ହର୍ମୋନାଲ ଥେରାଫି ନେବା ତଥା ଗର୍ଭନିରୋଧକ ବଟିକା ଖାଇବା ଦ୍ୱାରା ମଧ୍ୟ ଏହା କମ ବୟସରୁ ଦେଖାଯାଏ । ତାହାସହ ସ୍ତନକର୍କଟ ସମସ୍ୟା ଗମ୍ଭୀର ସମସ୍ୟା ଭାବରେ ଉଭା ହୁଏ ।

ଖରାପ ଜୀବନଶୈଳୀ:
ଖରାପ ଜୀବନଶୈଳୀ ଯେମିତିକି- ଧୂମ୍ରପାନ କରିବା, ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା, ମଦ ସେବନ କରିବା ମଧ୍ୟ କମ ବୟସରେ ମହିଳାଙ୍କ ପାଖକୁ ସ୍ତନକର୍କଟକୁ ଆମନ୍ତ୍ରଣ କରେ । ଏହାବାଦ ମେଦବହୁଳତା ଓ ମାନସିକ ଚିନ୍ତା ମଧ୍ୟ ମହିଳାଙ୍କଠାରେ ସ୍ତନକର୍କଟକୁ ଆମନ୍ତ୍ରଣ କରିବାର ଅନ୍ୟ ଏକ କାରଣ ବୋଲି ବିଶେଷଜ୍ଞମାନେ କହନ୍ତି ।

ପରିବେଶର ପ୍ରଭାବ:
ମଣିଷ ସମାଜର ପରିବେଶଜନିତ ଅବସ୍ଥା ମଧ୍ୟ ମହିଳାଙ୍କଠାରେ କମ ବୟସରେ ସ୍ତନକର୍କଟ ସମସ୍ୟାକୁ ଡାକେ । କେତେକ ହାନିକାରକ ରସାୟନ ସେମାନଙ୍କ ସ୍ତନକର୍କଟ ରୋଗ ପାଇଁ ଦାୟୀ ସାଜନ୍ତି । ପ୍ରଦୂଷଣ, ବିଷାକ୍ତ ଦ୍ରବ୍ୟ ଓ ପେଷ୍ଟିସାଇଡସର ସମ୍ପର୍କରେ ମହିଳାମାନେ ଆସି ଏହି କର୍କଟକୁ ଡାକନ୍ତି ‘ଆ’ ବୋଲି ।

ପ୍ରାରମ୍ଭିକ ଲକ୍ଷଣ:
ସ୍ତନରେ ଗଣ୍ଠି ଦେଖା ଦେବା ତଥା ସେଠାରେ କଷ୍ଟ ଅନୁଭବ ହେବା ଏହାର ପ୍ରାରମ୍ଭିକ ଲକ୍ଷଣ ହୋଇପାରେ । ମହିଳାଙ୍କ ତ୍ୱଚାରେ ପରିବର୍ତ୍ତନ ମଧ୍ୟ ହୋର ଅନ୍ୟ ଏକ ଲକ୍ଷଣ ହୋଇପାରେ । ନିପ୍ପଲରେ ପରିବର୍ତ୍ତନ ମଧ୍ୟ ସ୍ତନକର୍କଟର ଲକ୍ଷଣ ହୋଇପାରେ । ସେଠାରୁ ଅସାମାନ୍ୟ ଦ୍ରବ୍ୟର କ୍ଷରଣ ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଦରକାର । ତାହାସହ ସ୍ତନର ଆକାରରେ ହଠାତ ପରିବର୍ତ୍ତନ ଦେଖା ଦେବା ମଧ୍ୟ ଏହାର ଅନ୍ୟ ଏକ କାରଣ ହୋଇଥାଇପାରେ ବୋଲି ବିଶେଷଜ୍ଞ କୁହନ୍ତି । ସ୍ତନ ତଥା ନିପ୍ପଲରେ ଲଗାତାର ଭାବରେ କଷ୍ଟ ଅନୁଭବ କଲେ ମଧ୍ୟ ଜଣେ ମହିଳା କମ ବୟସରେ ଏହାର ଶିକାର ହୋଇପାରେ । ଏମିତି ସମସ୍ୟା ଦେଖାଦେଲେ ଡାକ୍ତରଙ୍କ ପରାମର୍ଶ ନେଇ ଆଗାମୀ ପଦକ୍ଷେପ ନେବା ଉଚିତ ।

Get real time updates directly on you device, subscribe now.