fbpx

ଚପଲ ପିନ୍ଧି ବାଇକ୍ କିମ୍ବା ସ୍କୁଟୀ ଚଲାଇଲେ କଟିବ କି ଚାଲାଣ ? ଜାଣନ୍ତୁ କ’ଣ କହୁଛି ଟ୍ରାଫିକ୍ ନିୟମ

ଏହି ଖବର ସେହି ଲୋକଙ୍କ ପାଇଁ, ଯେଉଁମାନେ ବାଇକ୍ କିମ୍ବା ସ୍କୁଟୀ ଚଲାଇବା ସମୟରେ ଜୋତା ବଦଳରେ ଚପଲ ପିନ୍ଧନ୍ତି । ମୋଟର ଯାନ ଅଧିନିୟମ ଅନୁଯାୟୀ ଚପଲ ପିନ୍ଧିଲେ ଟ୍ରାଫିକ ପୋଲିସ ଆପଣଙ୍କର ଚାଲାଣ କାଟିବ କି ?

ନା ଏସବୁ ଗୁଜବ? ଆସନ୍ତୁ ଜାଣିବା

ଯଦି ଆପଣ ଚପଲ ପିନ୍ଧି ବାଇକ୍ କିମ୍ବା ସ୍କୁଟୀ ଚଲାଉଛନ୍ତି, ତେବେ ଆପଣଙ୍କର ଯାତ୍ରା ପ୍ରଭାବିତ ହେବ କି? ପରେ ଆମେ ଆପଣଙ୍କୁ ଏହି ପ୍ରଶ୍ନର ଉତ୍ତର ଦେବୁ, କିନ୍ତୁ ଏହାପୂର୍ବରୁ ଏହା ବୁଝିବା ଜରୁରୀ ଯେ ବାଇକ୍ କିମ୍ବା ସ୍କୁଟୀ ଚଲାଇବା ସମୟରେ ଜୋତା କିମ୍ବା ବୁଟ୍ ପିନ୍ଧିବା ଜରୁରୀ, ଯାହା ଦ୍ୱାରା ଆପଣ ଆହତ ହେବେନାହିିଁ ଏବଂ ଆପଣ ସୁରକ୍ଷିତ ଭାବରେ ରାଇଡ୍ କରିପାରିବେ ।

 

ଟ୍ରାଫିକ୍ ଚାଲାଣ କଟିବ କି?
ଦେଶରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଟ୍ରାଫିକ୍ ନିୟମ ବିଷୟରେ ସଠିକ୍ ଜ୍ଞାନ ପାଇ ନାହାଁନ୍ତି । କିନ୍ତୁ ଆମେ ଆପଣଙ୍କୁ କହିବୁ ଯେ ଚପଲ ପିନ୍ଧି ଗାଡି ଚଳାଇଲେ କୌଣସି ଚାଲାଣ କଟିବ ନାହିଁ । କାରଣ ମୋଟର ଯାନ ଅଧିନିୟମରେ ଏହା ପାଇଁ କୌଣସି ବ୍ୟବସ୍ଥା ନାହିଁ ।

କେବଳ ଏତିକି ନୁହେଁ ସରକାରୀ ସୂଚନା ଅନୁଯାୟୀ, ଆପଣଙ୍କୁ ଅଧା ସାର୍ଟ ପିନ୍ଧି, ଲୁଙ୍ଗି ବନିୟାନରେ ରାଇଡ୍ କରିବା, କାରରେ ଅତିରିକ୍ତ ବଲ୍ୱ ନ ରଖିବା ଏବଂ କାରର ଗ୍ଲାସ ଅପରିଷ୍କାର ହୋଇଥିଲେ ମଧ୍ୟ ଆପଣଙ୍କର କୌଣସି ଚାଲାଣ କଟିବ ନାହିଁ ।

Get real time updates directly on you device, subscribe now.