fbpx

ଯାହାକୁ ରଖିବେ ଅନନ୍ତ… ବୃଦ୍ଧଙ୍କ ଉପରେ ଚାଲିଗଲା ଟ୍ରେନ୍: ପରେ ଲୋକେ ଦେଖିଲେ ଅଦ୍ଭୁତ ଘଟଣା

ପାଟନା: କଥାରେ ଅଛି ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ… । ଯାହା ଉପରେ ପ୍ରଭୁଙ୍କ କରୁଣା ଥିବ ତାଙ୍କର ସର୍ବଶକ୍ତିମାନ ମଧ୍ୟ କୌଣସି କ୍ଷତି କରି ପାରିବ ନାହିଁ । ଠିକ ସେମିତି ଆଜି ଜଣେ ବୃଦ୍ଧଙ୍କ ସହିତ ଏକ ଘଟଣା ଘଟିଯାଇଛି । ଟ୍ରେନ ଲାଇନ ଅତିକ୍ରମ କରିବା ବେଳେ ୭୫ ବର୍ଷୀୟ ବୃଦ୍ଧଙ୍କ ସହ ଘଟିଯାଇଛି ଏକ ବିରାଟ ଅଘଟଣ । ବୃଦ୍ଧଜଣକ ଟ୍ରେନ ଲାଇନରେ ପଡିଯିବା ବେଳେ ତାଙ୍କ ଉପର ଦେଇ ଚାଲି ଯାଇଛି ଏକ ଲୌହଦାନବ । ଆଉ ତା’ ପରେ ସେଠାକାର ଦୃଶ୍ୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ନିଜ ଆଖିକୁ ମଧ୍ୟ କେହି ଭରସା କରି ପାରିନାହାନ୍ତି ।

ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବିହାରର ପାଟନା ପହାଡପୁର ଷ୍ଟେସନ ଅଞ୍ଚଳରେ । ଜଣେ ବୃଦ୍ଧବ୍ୟକ୍ତି ରେଳ ରାସ୍ତା ପାର କରିବା ସମୟରେ ତାଙ୍କ ସହ ଏକ ବଡ ଦୁର୍ଘଟଣା ଘଟି ଯାଇଛି । ରେଳ ଲାଇନ ଅତିକ୍ରମ କରିବା ବେଳେ ବୃଦ୍ଧ ବ୍ୟକ୍ତି ଜଣକ ଲାଇନରେ ଗଳି ପଡିଥିଲେ । ତେବେ ଏହି ସମୟରେ ଏକ ଲୌହଦାନବ ତାଙ୍କ ଉପର ଦେଇ ଚାଲିଯାଇଛି । ଟ୍ରେନର ପ୍ରାୟ ୧୦ ଟି ବଗି ତଳେ ଫସି ଯାଇଥିଲେ ଏହି ବୃଦ୍ଧ ବ୍ୟକ୍ତିଜଣକ । ଅନେକ ଥର ଟ୍ରେନ ତଳୁ ଜୀବନ ବଞ୍ଚାଇ ଖସି ଆସିବା ପାଇଁ ସେ ଚେଷ୍ଟା କରିଥିଲେ ମଧ୍ୟ ଫେଲ ହେଉଥିଲେ । ଶେଷରେ ମାଲଗାଡିଟି ସମ୍ପୂର୍ଣ୍ଣ ଭାବରେ ତାଙ୍କ ଉପର ଦେଇ ଚାଲି ଯାଇଛି ।

କିନ୍ତୁ ଏହାପରେ ଏକ ଅଦ୍ଭୁତ ଘଟଣା ଦେକିବାକୁ ମିଳିଥିଲା । ଏହି ଘଟରା ପରେ ବୃଦ୍ଧ ଜଣକ ପ୍ରାଣ ହରାଇ ଦେଇଥିବେ ବୋଲି ସମସ୍ତେ ଭାବି ନେଇଥିଲେ । କିନ୍ତୁ ଘଟିଥିଲା କିଛି ଓଲଟା ଘଟଣା । ଗାଡିଟି ଚାଲିଯିବା ପରେ ବୃଦ୍ଧ ଜଣକ ରେଲୱେ ଟ୍ରାକରୁ ଉଠି ବାହାରକୁ ଆସିଥିଲେ । ତେବେ ତାଙ୍କ ଦେହରେ ଗୋଟିଏ ବି କ୍ଷତ ଚିହ୍ନ ଦେକିବାକୁ ମିଳି ନଥିଲା । ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଗୋଟିଏ ମାଲଗାଡି ଟ୍ରେନ ଜଣକ ଉପରେ ଚାଲିଯିବା ପରେ ମଧ୍ୟ ସେ ଅକ୍ଷତ ଅବସ୍ଥାରେ ଠିଆ ହୋଇଥିବା ଦେଖି ସମସ୍ତେ ଖୁସି ମଧ୍ୟ ହୋଇଯାଇଛନ୍ତି ।

Get real time updates directly on you device, subscribe now.