fbpx

ଆଜିଠୁ ୩ ତିନିଆ ବିଦେଶଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦୀ, ପ୍ରଥମେ ପୋଲାଣ୍ଡ, ପରେ ୟୁକ୍ରେନ..

ଓଡିଶା ଭାସ୍କର: ପ୍ରଧାନମନ୍ତ୍ରୀ ମୋଦୀ ଆଜିଠୁ ୩ ଦିନିଆ ବିଦେଶଗସ୍ତ କରିବେ । ପ୍ରଧାନମନ୍ତ୍ରୀ ୨୧-୨୨ ତାରିଖରେ ପୋଲାଣ୍ଡ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ୨୩ ତାରିଖରେ ସେ ୟୁକ୍ରେନର ରାଜଧାନୀ କିବ ଗସ୍ତ କରିବେ । କହିରଖୁ, ୪୫ ବର୍ଷ ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ପୋଲାଣ୍ଡ ଗସ୍ତରେ ଯାଉଛନ୍ତି । ଏହାପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇ ପୋଲାଣ୍ଡ ଗସ୍ତରେ ଯାଇଥିଲେ । ସେ ୧୯୭୯ ମସିହାରେ ଏହି ଦେଶ ଗସ୍ତ କରିଥିଲେ । ଏହାବାଦ ୟୁକ୍ରେନ ଇତିହାସରେ ମଧ୍ୟ ପ୍ରଥମଥର ପାଇଁ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ପ୍ରଥମଥର ପାଇଁ କିବ ଗସ୍ତ କରୁଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ଏହି ବିଦେଶ ଗସ୍ତ ଏମିତି ସମୟରେ ହେଉଛି ଯେଉଁ ସମୟରେ ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ସମାପ୍ତ ହୋଇନି । ଫଳରେ ପ୍ରଧାନମନ୍ତ୍ରୀଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ପ୍ରକାଶଥାଉ ଯେ, ଗତ ଜୁଲାଇ ମାସରେ ମୋଦୀ ଋଷ ଗସ୍ତ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ପାଇଁ ପୋଲାଣ୍ଡରେ ଥିବା ଭାରତୀୟ ସମ୍ପ୍ରଦାୟଙ୍କ ମଧ୍ୟରେ ବେଶ୍ ଉତ୍ସୁକତା ରହିଛି । ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ପାଇଁ ଅପେକ୍ଷା କରି ରହିଛନ୍ତି । ସେଠାକାର ଜଣେ ପ୍ରଶଂସକ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମୋଦୀଙ୍କୁ ଅନୁରୋଧ କରି କହିଛନ୍ତି ଯେ, ଭାରତ ଓ ୟୁରୋପ ମଧ୍ୟରେ ସମ୍ପର୍କ ଆହୁରି ମଜବୁତ ହେଉ । ତାଙ୍କ ଏହି ଗସ୍ତରେ ଉଭୟ ଦେଶ ମଧ୍ୟରେ ବ୍ୟାପାର କାରବାର ବଢିବ ବୋଲି ସେ ପ୍ରକାଶ କରିଛନ୍ତି ।

 

Get real time updates directly on you device, subscribe now.