fbpx

(Video) ଉର୍ବଶୀ ରାଉତେଲା ହେଲେ ହସ୍ପିଟାଲରେ ଭର୍ତ୍ତି, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଉର୍ବଶୀ ରାଉତେଲା ହସ୍ପିଟାଲର ଏକ ଭିଡିଓ ସେୟାର କରିଛନ୍ତି। ତାଙ୍କ ହାତରେ ଆଘାତ ଲାଗିଛି। ଏହା ବ୍ୟତୀତ ହସ୍ପିଟାଲର ଏକ ରାଜକୀୟ ଘରର ରୁମରେ ଝରକା ପାଖରେ ବସି ସେ ଅକ୍ସିଜେନ ନେଉଥିବା ଦେଖିବାକୁ ମିଳିଛି। ତାଙ୍କ ହାତରେ ବଡ଼ ଆଘାତ ଲାଗି ରକ୍ତ ବାହାରିବା ଦେଖିବାକୁ ମିଳିଛି।

ଉର୍ବଶୀ ରାଉତେଲା ଏହି ଖରାପ ଅବସ୍ଥାରେ ବି ଫ୍ୟାସନକୁ ସାଇଡଲାଇନ କରିନାହାନ୍ତି ଏବଂ ସେ ଗାଉନ ପିନ୍ଧିଛନ୍ତି। ଏଥିସହ ସେ ଆରାମରେ ବସି କିଛି ପଢୁଥିବା ନଜର ଆସିଛନ୍ତି। ଉର୍ବଶୀଙ୍କର କଣ ହୋଇଛି ଏବଂ ସେ ଅଚାନକ ହସ୍ପିଟାଲରେ କାହିଁକି ଭର୍ତ୍ତି ହୋଇଛନ୍ତି ଏହାକୁ ନେଇ କୌଣସି ସୂଚନା ସାମ୍ନାକୁ ଆସିନାହିଁ।

ଉର୍ବଶୀ ଏହି ଭିଡିଓକୁ ସେୟାର କରି ଫ୍ୟାନ୍ସଙ୍କୁ କହିଛନ୍ତି ଯେ, ସେ ଖୁବଶୀଘ୍ର ଠିକ ହୋଇଯାଆନ୍ତୁ ବୋଲି ସମସ୍ତେ ପ୍ରାର୍ଥନା କରନ୍ତୁ। ବର୍ତ୍ତମାନ ସୋସିଆଲ ମିଡିଆରେ ଅଭିନେତ୍ରୀଙ୍କର ଏହି ଭିଡିଓ ଖୁବ ଜୋରରେ ଭାଇରାଲ ହେଉଛି। ସେହିପରି ଫ୍ୟାନ୍ସମାନେ କମେଣ୍ଟ କରି ଆଭିନେତ୍ରୀଙ୍କ ପାଇଁ ପ୍ରାର୍ଥନା ତ ଦୂର କଥା, ସେମାନେ ଉର୍ବଶୀଙ୍କୁ ଟ୍ରୋଲ କରିଛନ୍ତି।

 

View this post on Instagram

 

A post shared by URVASHI RAUTELA (@urvashirautela)

Get real time updates directly on you device, subscribe now.