fbpx

ଭାରତରେ ଲଞ୍ଚ ହେଲା OnePlus Buds Pro 3: ଗ୍ରାହକଙ୍କୁ ମିଳିବ ୧ ହଜାର ଟଙ୍କାର ରିହାତି

ନୂଆଦିଲ୍ଲୀ: ୱାନପ୍ଲସ ଭାରତୀୟ ବଜାରରେ ନିଜର ନୂଆ ଟିଡବ୍ଲ୍ୟୁଏସ ଲଞ୍ଚ କରିଦେଇଛି । କମ୍ପାନୀ ବଡସ୍ ପ୍ରୋ ୩କୁ ଲଞ୍ଚ କରିଥିବା ବେଳେ ଏଥିରେ ଅନେକ ଦମଦାର ଫିଚର୍ସ ରହିଛି । ଏଥିରେ ଆପଣଙ୍କୁ ଡୁଆଲ ଡିଭାଇସ କନେକ୍ଟିଭିଟି, ଟଚ୍ କଣ୍ଟ୍ରୋଲ ଓ ଅଟୋ ଏଏନସି ପରି ଫିଚର୍ସ ମିଳିବ । ଏହା କମ୍ପାନୀର ଲାଟେଷ୍ଟ ଫ୍ଲାଗଶିପ ଟିଡବ୍ଲ୍ୟୁଏସ ହ୍ୟାଣ୍ଡସେଟ ହୋଇଥିବା ବେଳେ ତାହା ଇନ-ଈୟର ଡିଜାଇନ ସହିତ ଆସିଥାଏ । ବଡସରେ ସିଲଇକନ ଟିପ୍ସ ଓ ପେବଲ ଶେପ ମିଳିଥାଏ । ଏହି ଡିଭାଇସ ଲେଦର ପ୍ୟାଟର୍ଣ୍ଣ ଫିନିଶ ଯୁକ୍ତ ପ୍ଲାଷ୍ଟିକ ଚାର୍ଜିଂ କେସ ସହିତ ଆସିଥାଏ ।

ଏଥିରେ ଡୁଆଲ ଡ୍ରାଇଭର ସେଟଅପ୍ ଦିଆଯାଇଥାଏ । ୱାନପ୍ଲସ ବଡସ୍ ପ୍ରୋ ୩ରେ ୧୧ ଏମଏମର ବୁଫର ଓ ୬ଏମଏମର ଟ୍ୱିଟର ମିଳିଥାଏ । ହ୍ୟାଣ୍ଡସେଟ ୫୦ଡିବି ପର୍ଯ୍ୟନ୍ତ ଆକ୍ଟିଭ ନଏସ କ୍ୟାନସେଲସନ ସପୋର୍ଟ ଅଫର କରିଥାଏ । ୱାନପ୍ଲସର ଏହି ଈୟରବଡସର ଦାମ୍ ୧୧,୯୯୯ ଟଙ୍କା ରହିଥିବା ବେଳେ ଆପଣମାନେ ଦୁଇଟି କଲର ଅପ୍ସନରେ ତାହାକୁ କ୍ରୟ କରିପାରିବେ । ଏହି ଡିଭାଇସ ଲୁନାର ରେଡିଆନ୍ସ ଓ ମିଡନାଇଟ୍ ଓପସ କଲରେ ଆସିଥାଏ । ଅଗଷ୍ଟ ୨୩ରେ ଆପଣମାନେ ଏହାକୁ କମ୍ପାନୀର ଅଫିସିଆଲ ୱେବସାଇଟ ଓ ଅନ୍ୟ ପ୍ଲାଟଫର୍ମରୁ କିଣିପାରିବେ । ଆଇସିଆଇସିଆଇ କାର୍ଡରେ ଏଥିରେ ଆପଣମାନେ ୧ ହଜାର ଟଙ୍କାର ରିହାତି ପାଇ ପାରିବେ ।

ଏହି ବଡସରେ ୯୦ଏମଏସର ଲୋ ଲେଟେନ୍ସି ଗେମ ମୋଡ଼ ମିଳିଥାଏ । ଏଥିରେ ଡୁଆଲ ଡିଭାଇସ କନେକ୍ଟିଭିଟି ଦିଆଯାଇଥିବା ବେଳେ ଏହି ଟିଡବ୍ଲ୍ୟୁଏସ ବ୍ଲୁଟୁଥ ୫.୪ ସହିତ ଆସିଥାଏ । ଏହାକୁ ଗୁଗଲ ଫାଷ୍ଟ ପେୟାର ସହାୟତାରେ ଆଣ୍ଡ୍ରଏଡ ଫୋନ୍ସ ସହିତ ସଂଯୋଗ କରାଯାଇ ପାରିବ । ଏହି ଡିଭାଇସ ଆଇପି୫୫ ରେଟିଂ ସହିତ ଆସିଥାଏ । ଏଥିରେ ୪୩ ଘଣ୍ଟାର ବ୍ୟାଟେରୀ ଲାଇଫ୍ ମିଳୁଥିବା କମ୍ପାନୀ ପକ୍ଷରୁ ଦୃଢ଼ତାର ସହ କୁହାଯାଇଛି । ଥରେ ଚାର୍ଜ କଲେ ତାହାକୁ ୧୦ ଘଣ୍ଟା ପର୍ଯ୍ୟନ୍ତ ବ୍ୟବହାର କରାଯାଇ ପାରିବ ।

Get real time updates directly on you device, subscribe now.