fbpx

‘ସ୍ତ୍ରୀ ୨’ ଫିଲ୍ମ ଦେଖି ଥରିଲା ବକ୍ସ ଅଫିସ, ଜାଣନ୍ତୁ ୮ମ ଦିନରେ କେତେ ଟଙ୍କା କଲା ରୋଜଗାର

ନୂଆଦିଲ୍ଲୀ: ‘ସ୍ତ୍ରୀ ୨’ ବକ୍ସ ଅଫିସରେ ଜୋରସୋରେ ରୋଜଗାର କରୁଛି। ଏହି ଫିଲ୍ମ ୧୫ ଅଗଷ୍ଟରେ ସିନେମାହଲରେ ରିଲିଜ ହୋଇଥିଲା। ହେଲେ ‘ସ୍ତ୍ରୀ ୨’ ପାଇଁ ପ୍ରତ୍ୟେକ ସିନେମା ହଲ ହାଉସଫୁଲ ହେଉଛି। ଏଥିସହ ଶ୍ରଦ୍ଧା କପୁରଙ୍କ ହରର କମେଡି ପ୍ରତିଦିନ ଭଲ କଲେକ୍ସନ କରୁଛି। ଆସନ୍ତୁ ଜାଣିବା ଏହି ଫିଲ୍ମ ୮ମ ଦିନରେ କେତେ ଟଙ୍କା ରୋଜଗାର କରିଛି।

‘ସ୍ତ୍ରୀ ୨’ ଅଡିସନରେ ଏପରି ଯାଦୁ କରିଛି ଏହାକୁ ଦେଖିବା ପାଇଁ ସିନେମାହଲରେ ପ୍ରତିଦିନ ଦର୍ଶକଙ୍କ ଭିଡ ରହୁଛି। ଏହି କାହାଣୀ ଭଲ ହେବା ସହ ଷ୍ଟାରକାଷ୍ଟ ମଧ୍ୟ ବୋବାଲ ଆକ୍ଟିଙ୍ଗ କରିଛନ୍ତି। ଯାହା ପାଇଁ ‘ସ୍ତ୍ରୀ ୨’ ଏହି ସମୟରେ ନୂଆ ଫିଲ୍ମ ମଧ୍ୟରେ ରାଜ କରୁଛି। ଫିଲ୍ମ ନିଜ ରିଲିଜର ଗୋଟିଏ ସପ୍ତାହରେ ଖୁବ ଧମାଲ କରିଥିଲା ଏବଂ ବର୍ତ୍ତମାନ ଏହା ଦ୍ୱିତୀୟ ସପ୍ତାହରେ ପ୍ରବେଶ କରିସାରିଛି। ସେହିପରି ଫିଲ୍ମର ରୋଜଗାର କଥା କହିବାକୁ ଗଲେ, ‘ସ୍ତ୍ରୀ ୨’ ଗୋଟିଏ ସପ୍ତାହରେ ୨୭୪.୩୫ କୋଟି ରୋଜଗାର କରିସାରିଛି। ସେହିପରି ଫିଲ୍ମ ରିଲିଜର ଦ୍ୱିତୀୟ ଗୁରୁବାରରେ କେତେ ରୋଜଗାର ହୋଇଛି ଆସନ୍ତୁ ଜାଣିବା।

‘ସ୍ତ୍ରୀ ୨’ ରିଲିଜର ୮ମ ଦିନ ଅର୍ଥାତ ଗୁରୁବାର ଦିନ ୧୬ କୋଟି ଟଙ୍କା ରୋଜଗାର କରିଛି। ଏଥିସହ ‘ସ୍ତ୍ରୀ ୨’ର ୮ମ ଦିନ ସମୁଦାୟ କଲେକ୍ସନ ବର୍ତ୍ତମାନ ୨୯୦.୮୫ କୋଟି ଟଙ୍କା ହୋଇସାରିଛି।

Get real time updates directly on you device, subscribe now.