fbpx

ନାମାଙ୍କନ ପ୍ରତ୍ୟାହାର କଲେ ସୁନିଲ କୋଠାରୀ, ରାଜ୍ୟସଭା ସଦସ୍ୟ ଭାବରେ ନିର୍ବାଚିତ ହୋଇପାରନ୍ତି ଏହି ପ୍ରାର୍ଥୀ

ଜୟପୁର: ରାଜସ୍ଥାନ ରାଜ୍ୟସଭା ଉପ ନିର୍ବାଚନକୁ ନେଇ ରାଜନୈତିକ ମାହୋଲ ବେଶ୍ ସରଗରମ ରହିଛି । ରାଜ୍ୟସଭା ଉପ ନିର୍ବାଚନକୁ ନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଜୋରସୋର ପ୍ରସ୍ତୁତି ଜାରି ରହିଛି । ଏଥିମଧ୍ୟରେ ବିଜେପି ପ୍ରାର୍ଥୀ ସୁନିଲ କୋଠାରୀ ରାଜ୍ୟସଭା ଉପ ନିର୍ବାଚନ ପାଇଁ ଶୁକ୍ରବାର ନାମାଙ୍କନ ପ୍ରତ୍ୟାହାର କରିଛନ୍ତି । ଏନେଇ କେନ୍ଦ୍ର ରାଜ୍ୟ ମନ୍ତ୍ରୀ ରବନୀତ ସିଂହ ବିଟ୍ଟୁଙ୍କ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହେବାର ଆଶା ରହିଛି ।

ଆସନ୍ତା ୩ ସେପ୍ଟେମ୍ବରରେ ରାଜସ୍ଥାନ ରାଜ୍ୟସଭା ଉପ ନିର୍ବାଚନ ଅନୁଷ୍ଠିତ ହେବ । ସେହି ଦିନ ସଂଧ୍ୟା ୫ଟାରୁ ଭୋଟ୍ ଗଣତି ଆରମ୍ଭ ହେବାକୁ ଥିବାବେଳେ ୨୭ ଅଗଷ୍ଟ ନାମାଙ୍କନ ପ୍ରତ୍ୟାହାର କରିବାର ଶେଷ ତାରିଖ । ଏହି ଉପ ନିର୍ବାଚନ ପାଇଁ ୩ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ । ସ୍ୱାଧୀନ ପ୍ରାର୍ଥୀ ଭାବେ ବବିତା ବାଧୱାନୀ, ରବନୀତ ସିଂହ ବିଟ୍ଟୁ ଏବଂ ସୁନିଲ କୋଠାରୀ । କହିରଖୁଛୁ ଗୁରୁବାର ବବିତା ବାଧୱାନୀଙ୍କ ନାମାଙ୍କନ ପତ୍ର ଯାଞ୍ଚ କରିବା ସମୟରେ ବାତିଲ କରାଯାଇଥିଲା । ବର୍ତ୍ତମାନ ବିଜେପି ପ୍ରାର୍ଥୀ ସୁନିଲ କୋଠାରୀ ନିଜ ନାମାଙ୍କନ ପ୍ରତ୍ୟାହାର କରିଛନ୍ତି । କଂଗ୍ରେସ କୌଣସି ପ୍ରାର୍ଥୀ ଦେଇନାହିଁ । ବାସ୍ତବରେ କେ. ସି ବେଣୁଗୋପାଲ ଲୋକସଭା ସଦସ୍ୟ ଭାବରେ ନିର୍ବାଚିତ ହେବା ପରେ ରାଜ୍ୟସଭା ସଦସ୍ୟତାରୁ ଇସ୍ତଫା ଦେଇଥିଲେ । ଏହି ଆସନ ପାଇଁ ସଦସ୍ୟତା କାର୍ଯ୍ୟକାଳ ୨୧ ଜୁନ୍‌, ୨୦୨୬ ପର୍ଯ୍ୟନ୍ତ ରହିବ । କହିରଖୁଛୁ ରାଜସ୍ଥାନ ରାଜ୍ୟସଭା ପାଇଁ ମୋଟ୍ ୧୦ଟି ଆସନ ରହିଛି ଯେଉଁଥିରୁ ବିଜେପି ପାଖରେ ୪ଟି ଏବଂ କଂଗ୍ରେସ ପାଖରେ ୫ଟି ଆସନ ରହିଛି ।

 

Get real time updates directly on you device, subscribe now.