fbpx

ଆଜିଠୁ ମଥୁରାରେ ଶ୍ରୀକୃଷ୍ଣ ଜନ୍ମୋତ୍ସବ, ଏହି ସମୟରେ ହେବ ମଙ୍ଗଳ ଆଳତୀ, ଜନ୍ମାଷ୍ଟମୀ ଦିନର ଜାଣନ୍ତୁ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ: ଆସୁଛି ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ । ଏଥିପାଇଁ ଚଳଚଞ୍ଚଳ ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନ ମଥୁରା ନଗରୀ । ଅଗଷ୍ଟ ୨୬(ସୋମବାର) ଜନ୍ମାଷ୍ଟମୀ ଅବସରରେ ଶ୍ରୀକୃଷ୍ଣ ଜନ୍ମସ୍ଥାନ ମନ୍ଦିର ୨୦ ଭକ୍ତଙ୍କ ଦର୍ଶନ ପାଇଁ ୨୦ ଘଣ୍ଟା ପର୍ଯ୍ୟନ୍ତ ଖୋଲା ରହିବ । ଏନେଇ ଶ୍ରୀକୃଷ୍ଣ ଜନ୍ମସ୍ଥାନ ସେବା ସଂସ୍ଥା ପକ୍ଷରୁ ଘୋଷଣା କରାଯାଇଛି । ମଥୁରାରେ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପାଇଁ ଆଜିଠୁ (ଶନିବାର) ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ ହେବ ଯାହା ଆସନ୍ତା ଗୁରୁବାର ଶେଷ ହେବ ବୋଲି କହିଛନ୍ତି ଶ୍ରୀକୃଷ୍ଣ ଜନ୍ମସ୍ଥାନ ସେବା କମିଟିର ସଚିବ କପିଲ ଶର୍ମା ଏବଂ ସଦସ୍ୟ ଗୋପେଶ୍ୱର ଚତୁର୍ବେଦୀ ।

ଶ୍ରୀକୃଷ୍ଣ ଜନ୍ମସ୍ଥାନ ସେବା କମିଟିର ସଚିବ କପିଲ ଶର୍ମା କହିଛନ୍ତି, ‘ସମସ୍ତ ଶାସ୍ତ୍ରୀୟ ମର୍ଯ୍ୟାଦା ଏବଂ ପରମ୍ପରା ଅନୁଯାୟୀ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପାଳନ ହେବ । ଜନ୍ମାଷ୍ଟମୀ ଉତ୍ସବକୁ ଦୃଷ୍ଟିରେ ରଖି ସ୍ଥାନୀୟ ଲୋକ ତଥା ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ମନ୍ଦିର ୨୦ ଘଣ୍ଟା ପର୍ଯ୍ୟନ୍ତ ଖୋଲା ରହିବ । ସୋମବାର ଭବ୍ୟ ଆୟୋଜନ ସହ ପ୍ରାତଃ ୫ଟା ୩୦ରେ ମଙ୍ଗଳ ଆଳତୀ ହେବ । ପରେ ସକାଳ ୮ଟାରେ ଭଗବାନଙ୍କୁ ପଞ୍ଚାମୃତ ସ୍ନାନ କରାଯିବ । ଜନ୍ମଭିଷେକର ମୁଖ୍ୟ କାର୍ଯ୍ୟକ୍ରମ ଶ୍ରୀଗଣେଷ- ନବଗ୍ରହ ପୂଜାର୍ଚ୍ଚନାରୁ ରାତି ୧୧ଟାରେ ଆରମ୍ଭ ହେବ । ଭଗବାନ ଜନ୍ମର ମହାଆରତୀ ରାତି ୧୨ଟା ୧୦ ପର୍ଯ୍ୟନ୍ତ ଚାଲିବ ।’ ଶ୍ରୀକୃଷ୍ଣ ଜନ୍ମସ୍ଥାନ ସେବା କମିଟି ଦ୍ୱାରା ଭଗବାନଙ୍କ ପୋଷାକ, ଶୃଙ୍ଗାର, ମନ୍ଦିର ସାଜସଜ୍ଜା ସହ ଶ୍ରୀକୃଷ୍ଣ ଜନ୍ମୋତ୍ସବର ଭବ୍ୟ ଏବଂ ଦିବ୍ୟ ପ୍ରସ୍ତୁତିର ବ୍ୟବସ୍ଥା ସୁନିଶ୍ଚିତ କରାଯାଉଛି । ଜନ୍ମାଷ୍ଟମୀ ଦିନ ଗୋବିନ୍ଦ ନଗର ସ୍ଥିତ ଉତ୍ତର ଦ୍ୱାରରୁ ଶ୍ରଦ୍ଧାଳୁ ପ୍ରବେଶ କରିବେ ଏବଂ ପୂର୍ବ(ମୁଖ୍ୟ ଦ୍ୱାର) ଦ୍ୱାର ପଟେ ପ୍ରସ୍ଥାନ କରିବେ । ଏହା ବ୍ୟତୀତ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ମନ୍ଦିର ଆଖପାଖ ଏବଂ ପ୍ରମୁଖ ସ୍ଥାନରେ ଚିକିତ୍ସା ଶିବିର ସହ ଖାଦ୍ୟପେୟ କେନ୍ଦ୍ର ସୁବିଧା ଉପଲବ୍ଧ ରହିବ ।

 

 

Get real time updates directly on you device, subscribe now.