fbpx

ବ୍ୟାଙ୍କ ଚାକିରି ଖୋଜୁଥିଲେ ଖୁସିଖବର: ଏଥିରେ ଖାଲି ପଡିଛି ୩୦୦ ପଦବୀ, ତୁରନ୍ତ କରନ୍ତୁ ଆପ୍ଲାଏ

ନୂଆଦିଲ୍ଲୀ : ବ୍ୟାଙ୍କ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଇଣ୍ଡିଆନ ବ୍ୟାଙ୍କରେ କିଛି ସମୟ ପୂର୍ବରୁ ଲୋକାଲ ବ୍ୟାଙ୍କ ଅଫିସର ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଥିଲା । ଆବେଦନ କରିବାର ଶେଷ ତାରିଖ ସେପ୍ଟେମ୍ବର ୨ ତାରିଖ ରହିଛି । ଏଠାରେ ୩୦୦ ପଦବୀ ଖାଲି ପଡିଛି । ଏଥିପାଇଁ କେବଳ ଅନଲାଇନ ଆବେଦନ କରିପାରିବେ । ଏଥିପାଇଁ ଅଫିସିଆଲ ସାଇଟକୁ ଯିବାକୁ ହେବ ।

ପଦବୀ ବିବରଣୀ : ୩୦୦

ଜରୁରୀ ତାରିଖ : ଇଚ୍ଛୁକ ପ୍ରାର୍ଥୀ ସେପ୍ଟେମ୍ବର ୨ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ ।

ଶିକ୍ଷାଗତ ଯୋଗ୍ୟତା : ଖାଲିପଡିଥିବା ପଦବୀ ପାଇଁ ଇଚ୍ଛୁକ ପ୍ରାର୍ଥୀ ଗ୍ରାଜୁଏସନ କରିଥିବା ଜରୁରୀ ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୨୦ ରୁ ୩୦ ବର୍ଷ ମଧ୍ୟରେ ହୋଇଥିବା ଜରୁରୀ ।

ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା କିମ୍ବା ଇଣ୍ଟରଭ୍ୟୁ ଆଧାରରେ ହେବ ।

ଆବେଦନ ଶୁଳ୍କ : ଆବେଦନ ପାଇଁ ସାଧାରଣ ପ୍ରାର୍ଥୀ ୧୦୦୦ ଟଙ୍କା, ସଂରକ୍ଷିତ ପ୍ରାର୍ଥୀ ୧୭୫ ଟଙ୍କା ଦେଇ ଆବେଦନ କରିପାରିବେ ।

ଦରମା : ଚୟନିତ ପ୍ରାର୍ଥୀଙ୍କୁ ମାସିକ ୪୮ ହଜାରୁ ୮୫ ହଜାର ଟଙ୍କା ଦରମା ମିଳିବ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

ନୋଟିଫିକେସନ ଲିଙ୍କ: https://www.indianbank.in/wp-content/uploads/2024/08/Detailed-advertisement-on-Recruitment-of-Local-Bank-Officer-2024.pdf

ଅନଲାଇନ୍ ଆବେଦନ ଲିଙ୍କ: https://ibpsonline.ibps.in/iblbojul24/

Get real time updates directly on you device, subscribe now.