fbpx

Vivo T3 Pro 5G ଭାରତରେ ହେଲା ଲଞ୍ଚ, ଜାଣନ୍ତୁ କ୍ୟାମେରା ଠାରୁ ମୂଲ୍ୟ ପର୍ଯ୍ୟନ୍ତ ସବୁକିଛି

ନୂଆଦିଲ୍ଲୀ: ଭିଭୋ ଟି୩ ପ୍ରୋକୁ ଭାରତରେ ଲଞ୍ଚ କରାଯାଇଛି। ଏହି ଫୋନର ଚର୍ଚ୍ଚା ଗତ କିଛି ଦିନରୁ ଚାଲିଆସୁଛି, ଯାହାକୁ ବର୍ତ୍ତମାନ ଲଞ୍ଚ କରାଯାଇଛି। ଏହି ଫୋନର ମୂଲ୍ୟ ୨୪ ହଜାର ୯୯୯ ଟଙ୍କାରୁ ଆରମ୍ଭ ହୋଇଛି। ଆସନ୍ତୁ ଏହି ଫୋନ ବିଶେଷ ସ୍ପେସିଫିକେସନ୍ସ, ଭ୍ୟାରିଆଣ୍ଟସ, ପ୍ରାଇସ ଏବଂ ଅଫର୍ସ ବିଷୟରେ ଜାଣିବା..

ଡିସପ୍ଲେ: ଏହି ଫୋନରେ ୬.୭୭ ଇଞ୍ଚର କଭର୍ଡ ଆମୋଲେଡ ସ୍କ୍ରିନ ଦିଆଯାଇଛି, ଫୁଲ ଏଚଡି ପ୍ଲସ ରିଜୋଲୁସନ, 120Hz ରିଫ୍ରେସ ରେଟ, ୪୫୦୦ ନିଟସର ପିକ ବ୍ରାଇଟନେଓ ସମେତ ଅନେକ ଖାସ ଫିଚର୍ସ ପ୍ରଦାନ କରାଯାଇଛି।

ପ୍ରୋସେସର: ଏହି ଫୋନରେ ପ୍ରୋସେସର ପାଇଁ  Qualcomm Snapdragon 7 Gen 3 ଚିପସେଟ ଦିଆଯାଇଛି, ଯାହା ଗ୍ରାଫିକ୍ସ ପାଇଁ Adreno 720 GPU ସହ ଆସିଥାଏ।

ସଫ୍ଟୱେୟାର: ଏହି ଫୋନ Android 14 ବେସଡ FunTouch OS 14 ରେ ରନ କରିଥାଏ।

ବ୍ୟାକ କ୍ୟାମେରା: ଏହି ଫୋନର ପଛ ଭାଗ 50MP Sony IMX882 OIS ସେନସର ସହ 8MP ର ଏକ ଅଲ୍ଟ୍ରାୱାଇଡ ଆଙ୍ଗେଲ ଲେନ୍ସ ମଧ୍ୟ ଦିଆଯାଇଛି। ଏହା ବ୍ୟତୀତ ଫୋନର ପଛ ଭାଗରେ ଏକ ଏଲଇଡି ଫ୍ଲାସ ଲାଇଟ ମଧ୍ୟ ଦିଆଯାଇଛି।

ଫ୍ରଣ୍ଟ କ୍ୟାମେରା: ଏହି ଫୋନରେ 16MPର ଏକ ଫ୍ରଣ୍ଟ କ୍ୟାମେରା ଦିଆଯାଇଛି, ଯାହା ସେଲ୍ଫି ଏବଂ ଭିଡିଓ କଲିଙ୍ଗ ପାଇଁ କାମ କରିବ।

ବ୍ୟାଟେରୀ ଏବଂ ଫାଷ୍ଟ ଚାର୍ଜିଂ: ଏହି ଫୋନରେ 5500mAhର ବ୍ୟାଟେରୀ ଦିଆଯାଇଛି, ଯାହା 80Wର ଫାଷ୍ଟ ଚାର୍ଜିଂ ସପୋର୍ଟ ସହ ଆସିଥାଏ।

କନେକ୍ଟିଭିଟୀ: ଏହି ଫନରେ କନେକ୍ଟିଭିଟି ପାଇଁ Dual SIM, 5G, 4G LTE, Wi-Fi 6, Bluetooth 5.4 ଏବଂ ଜିପିଏସ ସମେତ କନେକ୍ଟିଭିଟିର ଅନେକ ଫିଚର୍ସ ଦିଆଯାଇଛି।

କଲର୍ସ ଏବଂ ଅନ୍ୟ ଫିଚର୍ସ: ଏହି ଫୋନକୁ କମ୍ପାନୀ ସ୍ୟାଣ୍ଡଷ୍ଟୋନ ଅରେଞ୍ଜ ଏବଂ ଗ୍ରୀନ କଲରର ଅପସନରେ ଲଞ୍ଚ କରାଯାଇଛି। IP64 rating, ଇନ-ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସ୍କାନର,ଷ୍ଟେରିଓ ସ୍ପିକର୍ସ ସମେତ ଅନେକ ଖାସ ଫିଚର୍ସ ଦିଆଯାଇଛି।

ପ୍ରଥମ ଭ୍ୟାରିଆଣ୍ଟ– 8GB+128GB- ୨୪ ହଜାର ୯୯୯ ଟଙ୍କା
ଅନ୍ୟ ଭ୍ୟାରିଆଣ୍ଟ: 8GB+256GB ୨୬ ହଜାର ୯୯୯ ଟଙ୍କା

Get real time updates directly on you device, subscribe now.