fbpx

ପୁରୁଣା ଗାଡ଼ିରୁ ମିଳିବ ବଡ଼ Discount; ନୂଆ ଗାଡ଼ି କିଣିବା ପୂର୍ବରୁ ଜାଣି ନିଅନ୍ତୁ ଗଡ଼କରୀଙ୍କ ଘୋଷଣା

ନୂଆଦିଲ୍ଲୀ: ନୂଆ ଗାଡ଼ି କିଣିବାକୁ ଚାହୁଁଥିବା ଗ୍ରାହକମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡ଼କରୀ । ପ୍ରଦୂଷଣ ମାତ୍ରା କମ୍ କରିବା ପାଇଁ ଲଗାତାର ପ୍ରୟାସ ଜାରି ରଖିଛନ୍ତି ସରକାର । ଏହାକୁ ଦୃଷ୍ଟିରେ ରଖି ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡ଼କରୀ ଏହି ବଡ଼ ଘୋଷଣା କରିଛନ୍ତି । ବିଭିନ୍ନ କମର୍ସିଆଲ ଏବଂ ଭେହିକିଲ ପ୍ରସ୍ତୁତକର୍ତ୍ତା ପରୁଣା ଗାଡ଼ିକୁ ସ୍କ୍ରପ୍ କରିବା ସହ ନୂଆ ଗାଡ଼ି କିଣିବା ସମୟରେ ବଡ଼ ଆମାଉଣ୍ଟର ରିହାତି ପ୍ରଦାନ କରୁଛନ୍ତି । ତେବେ ଏଥିପାଇଁ ଭ୍ୟାଲିଡ ଡିପୋଜିଟ ସିର୍ଟଫିକେଟର ଆବଶ୍ୟକତା ରହିଛି ।

କେନ୍ଦ୍ରମନ୍ତ୍ରୀ ଗଡ଼କରୀ କହିଛନ୍ତି ଯେ, ମୋ ସୁପାରିଶ ଅନୁସାରେ ଅନେକ ବ୍ୟବସାୟିକ ତଥା ଯାତ୍ରୀବାହୀ ଯାନ ନିର୍ମାତା ପୁରୁଣା ଗାଡିକୁ ସ୍କ୍ରାପ୍ କରିବା ଏବଂ ଏକ ଭ୍ୟାଲିଡ ଡିପୋଜିଟ ସର୍ଟିଫିକେଟ ସହିତ ଏକ ନୂଆ ଗାଡି କିଣିବା ଉପରେ ରିହାତି ଦେବାକୁ ରାଜି ହୋଇଛନ୍ତି। ଏହି ପଦକ୍ଷେପ ଦ୍ୱାରା ଆମର ରାସ୍ତା ପରିଷ୍କାର ଏବଂ ନିରାପଦ ରହିବ ବୋଲି ସେ ପ୍ରକାଶ କରିଛନ୍ତି । ରାସ୍ତାଗୁଡ଼ିକୁ ଯଥାସମ୍ଭବ ପରିଷ୍କାର ରଖିବା ଏବଂ ସେମାନଙ୍କ ଉପରେ ଭଲ ଯାନ ବାହନ ପରିଚାଳନା କରିବା ପାଇଁ ମନ୍ତ୍ରଣାଳୟ ପ୍ରୟାସ ରକିଥିବା କହିଛନ୍ତି ନୀତିନ ଗଡ଼କରୀ ।

କେତେ ମିଳିବ ରିହାତି?

ରିପୋର୍ଟ ଅନୁସାରେ, ବଡ଼ ଗାଡ଼ି ନିର୍ମାତା କମ୍ପାନୀ ଗୁଡ଼ିକ ତରପରୁ ପୁରୁଣା ଗାଡ଼ିକୁ ସ୍କ୍ରାପ୍ କରି ନୂଆ ଗାଡ଼ି କିଣୁଥିବା ଚାଳକମାନଙ୍କୁ ୧.୫% ରୁ ୩.୫% ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯିବ ବୋଲି ଆଶା କରାଯାଉଛି । ସରକାର ଏହି ପୁରୁଣା ଗାଡ଼ିକୁ ସ୍କ୍ରାପ୍ କରିବା ପାଇଁ ପ୍ରୋତ୍ସାହନ ଉପରେ ଅନ୍ୟ କିଛି ବିଚାର କରିପାରିବେ ବୋଲି ଏସଆଇଏଏମ ଅଧ୍ୟକ୍ଷ ବିନୋଦ ଅଗ୍ରୱାଲ ଆଶପ୍ରକଟ କରିଥିଲେ । ସ୍କ୍ରାପେଜ୍ ପଲିସି ଦୀର୍ଗ ଦିନରୁ ଲାଗୁ ହୋଇଥିଲେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଦୂଷଣର କାରଣ ହେଉଥିବା ପୁରୁଣା ଯାନଗୁଡ଼ିକୁ ସ୍କ୍ରାପ୍ କରିବା ପାଇଁ ସରକାରଙ୍କଠାରୁ ଅଧିକ ପ୍ରୋତ୍ସାହନ ଦେବାର ଆବଶ୍ୟକତା ରହିଛି।

Get real time updates directly on you device, subscribe now.