fbpx

ଭୁଲରେ ବି ଏହି ଲୋକମାନେ ଖାଆନ୍ତୁ ନାହିଁ ବାଇଗଣ, ନହେଲେ ଅନୁତାପ କରିବେ

ବାଇଗଣ ଏପରି ଏକ ପରିବା, ଯାହାକି ସବୁ ଋତୁରେ ବଜାରରେ ଉପଲବ୍ଧ ରହିଥାଏ । ଶୀତ ଦିନେ ବାଇଗଣ ଖାଇବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏଥିରେ ଏପରି କିଛି ପୋଷକ ତତ୍ତ୍ୱ ରହିଛି, ଯାହାକି ଅନ୍ୟ ପନିପରିବାରେ ନଥାଏ । କିନ୍ତୁ କିଛି ଲୋକ ଏହାକୁ ଅତ୍ୟଧିକ ସେବନ କରିଥାନ୍ତି, ଯାହାକି ହାନିକାରକ ସାବ୍ୟସ୍ତ ହୋଇଥାଏ । ତେବେ ଆସନ୍ତୁ ଜାଣିବା କେଉଁମାନଙ୍କୁ ବାଇଗଣଠାରୁ ଦୂରେଇ ଯିବା ଉଚିତ୍..

-ଗର୍ଭବତୀ ମହିଳାମାନଙ୍କୁ ଅଧିକ ବାଇଗଣ ଖାଇବାକୁ ମନା କରାଯାଇଥାଏ । ଯେଉଁ ମହିଳାଙ୍କ ଶରୀରରେ ରକ୍ତ କମ୍ ରହିଛି, ସେମାନେ ବି ବାଇଗଣ ଖାଇବା ଉଚିତ୍ ନୁହେଁ ।

– ଏହା ବ୍ୟତୀତ ଯଦି ଆପଣ ଷ୍ଟ୍ରେସ ବା ଅବସାଦର ଶିକାର ହୋଇଛନ୍ତି ତାହେଲେ ବାଇଗଣ ଖାଇବାଠୁ ଦୁରେଇ ରୁହନ୍ତୁ କାରଣ ଏହା ଅବସାଦ ବା ଷ୍ଟ୍ରେସ ପାଇଁ ଖାଉଥିବା ଔଷଧର ପ୍ରଭାବକୁ କମ କରିଦେଇଥାଏ । ଯେଉଁ ଲୋକମାନଙ୍କର ଷ୍ଟୋନର ସମସ୍ୟା ଅଛି ସେମାନେ ମଧ୍ୟ ବାଇଗଣଠୁ ଦୁରେଇ ରହିବା ଆବଶ୍ୟକ କାରଣ ବାଇଗଣରେ ଥିବା ଓକଜେଲେଟ ନାମକ ଏକ ତତ୍ତ୍ୱ କିଡନୀରେ ଷ୍ଟୋନର ସମସ୍ୟାକୁ ବଢାଇଥାଏ ।

– ଯେଉଁ ରୋଗୀମାନେ ଲଗାତାର ଭାବେ ଔଷଧ ସେବନ କରୁଛନ୍ତି ସେମାନେ ବାଇଗଣ ଖାଇବା ଅନୁଚିତ୍ । କାରଣ ବାଇଗଣ ଔଷଧର ପ୍ରଭାବକୁ କମାଇ ଦିଏ ।

– ପିରିୟଡ ସମୟରେ ବାଇଗଣ ଖାଆନ୍ତୁ ନାହିଁ । ଏହା କ୍ଷତିକାରକ ହୋଇପାରେ । ବାଇଗଣ ଖାଇବା ଦ୍ୱାରା ସମୟ ଆଗରୁ ପିରିୟଡ ହୋଇଯାଏ ।

-ମହାମାରୀ ସମୟରେ ବାଇଗଣ ଖାଆନ୍ତୁ ନାହିଁ । ଖାଇବା ଦ୍ୱାରା ପେଟ ଯନ୍ତ୍ରଣା, ବାନ୍ତି, ମୁଣ୍ଡବିନ୍ଧା, କୁଣ୍ଡେଇ ହେବା ଓ ଗଣ୍ଠି ଯନ୍ତ୍ରଣା ହୋଇପାରେ । ସେହି ସମୟରେ ଶରୀରରେ ଥାଇରଏଡ ସମସ୍ୟା ବି ବଢିପାରେ ।

Get real time updates directly on you device, subscribe now.