fbpx

(Video) ଜୟ ଶ୍ରୀରାମ… ‘ରାମ’ ନାମରେ ନାଚିଲା ବାନର: ଭଜନ ଗାଉଥିବା ମହିଳାଙ୍କ କୋଳରେ ଝୁମିଲା ମାଙ୍କଡ଼

ଓଡ଼ିଶା ଭାସ୍କର: ବାନର ବା ମାଙ୍କଡ଼ମାନଙ୍କୁ ମହାବୀର ହନୁମାନଙ୍କ ରୂପ ବୋଲି କୁହାଯାଇଥାଏ । ଏମାନେ ପ୍ରାୟତଃ ସ୍ୱଭାବରେ ଖୁବ ଚଞ୍ଚଳ ଏବଂ ଦୁଷ୍ଟ ହୋଇଥାନ୍ତି । ସେମାନଙ୍କର ଏହି ଚପଳତା ଅନେକ ସମୟରେ ଲୋକଙ୍କ ମନରେ ଖୁସି ଭରିଦିଏ ତ ଆଉ କିଛି ଲୋକଙ୍କୁ ଏମାନେ ଖୁବ ଚିଡ଼ାଇ ଦେଇଥାନ୍ତି । ଏଭଳି ଅନେକ ଭିଡିଓ ଆମେ ସୋସିଆଲ ମିଡିଆରେ ଦେଖିବାକୁ ପାଇଥାନ୍ତି । କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଗୋଟିଏ ମାଙ୍କଡ଼ର ଭକ୍ତି ଭାବ ଦେଖିବାକୁ ମିଳିଛି । ଏହି ଭିଡିଓରେ ରାମ ନାମ ଶୁଣି ଗୋଟିଏ ମାଙ୍କଡ଼ ନିଜକୁ ହଜାଇ ଦେଇଛି ଏବଂ ନାଚୁଥିବାର ଦେଖାଯାଇଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ଭାଇରାଲ ଭିଡିଓରେ ମାଙ୍କଡ଼ର ଏହି ଅନ୍ଦାଜ ସମସ୍ତଙ୍କୁ ଖୁବ ପସନ୍ଦ ଆସିଛି । ଏହି ଭିଡିଓ ଦେଖିଲେ ଏହା କୌଣସି ଏକ ରେଷ୍ଟୁରାଣ୍ଟରେ ରେକର୍ଡ କରାଯାଇଥିବା ଜଣାଯାଉଛି । ଭିଡିଓରେ ଜଣେ ମହିଳା ଏମ ଚେୟାରରେ ବସିଥିବା ବେଳେ ତାଙ୍କ ପାଖରେ ଏକ ମାଙ୍କଡ଼ ମଧ୍ୟ ବସିଛି । ତେବେ ମହିଳା ଜଣକ ସେଠାରେ ବସି ‘ହରେ କୃଷ୍ଣ…ହରେ ରାମ’ ଭଜନ ଗାଉଛନ୍ତି । ସେପଟେ ଏହାକୁ ଶୁଣି ଖୁସିରେ ପାଗଳ ହୋଇଯାଇଛି ପାଖରେ ବସିଥିବା ମାଙ୍କଡ଼ । ଏହାପରେ ମାଙ୍କଡ଼ଟି ମହିଳାଙ୍କ ଗୀତର ସୁରେ ସୁରେ ନାଚ ଆରମ୍ଭ କରିଦେଇଛି । ଗୀତରେ ମଗ୍ନ ହୋଇ ଝୁମିବା ବେଳେ ମହିଳାଙ୍କୁ ଖୁବ ସ୍ନେହର ସହ ଆଲିଙ୍ଗନ କରିନେଇଛି ଏହି ମାଙ୍କଡ଼ ।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ବା ଟ୍ୱିଟରରେ ଅପଲୋଡ କରାଯାଇଛି । ଏହାକୁ ପୋଷ୍ଟ ଜଣେ ୟୁଜର ଲେଖିଛନ୍ତି, ଜଣା ନାହିଁ କେବେ କେଉଁ ରୂପରେ ଭକ୍ତ-ଭଗବାନ ଏକାଠି ହୋଇଯିବେ । ୫୬ ସେକେଣ୍ଡର ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୪ ଲକ୍ଷରୁ ଅଧିକ ଲୋକ ଦେଖି ସାରିଛନ୍ତି । ଅନେକ ଲୋକ ଏହାକୁ ପସନ୍ଦ କରୁଥିବା ବେଳେ ଅନେକ କିଛି ଏଥିରେ ଭିନ୍ନ ଭିନନ କମେଣ୍ଟ କରିଛନ୍ତି । ସୋସିଆଲ ମିଡିଆରେ ଏହି ଭିଡିଓ ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.