fbpx

କାୟା ମେଲଉଛି କରୋନା, ରାଜ୍ୟରେ ଆଉ ୧୭୦ ପଜିଟିଭ ଚିହ୍ନଟ

ଭୁବନେଶ୍ୱର, ୨୭ା୬(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ୧୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୩୫୦କୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା ୧୭୦ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୪୩ ଓ ସ୍ଥାନୀୟ ଅଞ୍ଚଳରୁ ୨୭ ଜଣ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିôକ ୫୮, ନବରଙ୍ଗପୁରରୁ ୧୯, ଖୋର୍ଦ୍ଧାରୁ ୧୯,ରାୟଗଡ଼ାରୁ ୧୬, ଯାଜପୁରରୁ ୩, ମାଲକାନଗିରିରୁ ୫, ପୁରୀରୁ ୬, କଟକରୁ ୧୪, ନୟାଗଡ଼ରୁ ୩, ଗଜପତିରୁ ୧୬, ବରଗଡ଼ରୁ ଜଣେ, କେନ୍ଦ୍ରାପଡ଼ାରୁ ୬, ସମ୍ବଲପୁରରୁ ୨, କୋରାପୁଟରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜଣେ ଏନଡ଼ିଆରଏଫ ଯବାନ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.