fbpx

ସୁରକ୍ଷା ମାଗିଲେ ଧର୍ମଶାଳା ବିଧାୟକ; ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଯାଜପୁର ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଚିଠି ଲେଖିଲେ ହିମାଂଶୁ

ଯାଜପୁର: (ଓଡ଼ିଶା ଭାସ୍କର) ସୁରକ୍ଷା ମାଗିଲେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁ । ଯାଜପୁର ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ସୁରକ୍ଷା ମାଗିଲେ ବିଧାୟକ । ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସୁରକ୍ଷା ମାଗିଲେ ବିଧାୟକ । ସେ ଯାଜପୁର ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଚିଠି ଲେଖିଛନ୍ତି । ସେପଟେ ଗଣମାଧ୍ୟମକୁ କହିଛନ୍ତି- ସେ ଜଣେ ଲୋକ ପ୍ରତିନିଧ, ଲୋକଙ୍କ କାମ କରିବେ । ତାଙ୍କୁ ସୁରକ୍ଷା ଦରକାର, ପୂର୍ବତନ ବିଧାୟକ ଓ ତାଙ୍କ ସମର୍ଥକ ମାନେ ଏତେ ପାଗଳ ଓ ରକ୍ତମୁଖା ହୋଇଗଲେଣି ଯେ, ଗୁଳି ଚାଳନା ପାଇଁ ମଧ୍ୟ ପଛଘୁଞ୍ଚା ଦେଉନାହାନ୍ତି ।

ବିଜେଡ଼ିର ବ୍ଲକ ସଭାପତି ଜଳଧର ମହାନ୍ତି ଏବଂ ଯୁବ ସଭାପତି ଖିତିଶ ନାୟକ କିଛି ଲୋକଙ୍କୁ ଆଣି ଏଭଳି କାର୍ଯ୍ୟ କରିଥିଲେ । ସେମାନଙ୍କ ନାଁରେ ଥାନାରେ ଏତଲା ମଧ୍ୟ ଦିଆଯାଇଛି । ତଥାପି ସେମାନେ ଖୁଲମଖୁଲା ବୁଲୁଛନ୍ତି । ସେମାନଙ୍କ ଗୁଣ୍ଡାରାଜ ବହୁତ ବଢି ଯାଇଛି । ମୋହନ ସରକାର କଦାପି ଏହାକୁ ବରଦାସ୍ତ କରିବେ ନାହିଁ, ସେମାନେ ସବୁ ଜେଲ୍ ଯିବା ଥୟ ।”

Get real time updates directly on you device, subscribe now.