fbpx

ଶିବାଜୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ଘଟଣା; ମହାରାଷ୍ଟ୍ରରେ ପ୍ରଧାନମନ୍ତ୍ରୀ ମୋଦୀ- କହିଲେ, ‘ପାଦରେ ମୁଣ୍ଡ ରଖି କ୍ଷମା ପ୍ରାର୍ଥନା କରୁଛି’

ମୁମ୍ୱାଇ: ମହାରାଷ୍ଟ୍ର ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପାଲଘରଠାରେ ୱାଧୱାନ ବନ୍ଦରର ଶିଳାନ୍ୟାସ କରିଛନ୍ତି। ମୋଦୀ ପାଖାପାଖି ୧୫୬୦ କୋଟି ଟଙ୍କାର ମତ୍ସ୍ୟ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏଥିସହ ମହାରାଷ୍ଟ୍ରର ସିନ୍ଧୁଦୁର୍ଗରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ଭୁଶୁଡ଼ିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଛତ୍ରପତି ଶିବାଜୀ ମହାରାଜଙ୍କୁ କ୍ଷମା ମାଗିଛନ୍ତି।

ସେ କହିଛନ୍ତି, ନିକଟରେ ସିନ୍ଧୁଦୁର୍ଗରେ ଯାହା ଘଟିଛି, ମୋ ପାଇଁ, ମୋର ସମସ୍ତ ସହକର୍ମୀଙ୍କ ପାଇଁ ଛତ୍ରପତି ଶିବାଜୀ ମହାରାଜ କେବଳ ଏକ ନାମ ନୁହଁନ୍ତି, ସେ କେବଳ ଜଣେ ରାଜା ମହାରାଜା ନୁହଁନ୍ତି, ଛତ୍ରପତି ଶିବାଜୀ ମହାରାଜ ଆମ ପାଇଁ ଆରାଧ୍ୟ ଦେବତା। ଆଜି ମୁଁ ମୁଣ୍ଡ ନୁଆଁଇ ଛତ୍ରପତି ଶିବାଜୀ ମହାରାଜଙ୍କ ପାଦରେ ମୁଣ୍ଡ ନୁଆଁଇ କ୍ଷମା ପ୍ରାର୍ଥନା କରୁଛି।

ମୋଦୀ କହିଛନ୍ତି, ଏକ ସମୟ ଥିଲା ଯେତେବେଳେ ଭାରତକୁ ବିଶ୍ୱର ସବୁଠାରୁ ସମୃଦ୍ଧ ଏବଂ ଶକ୍ତିଶାଳୀ ରାଷ୍ଟ୍ର ମାନଙ୍କ ମଧ୍ୟରେ ଗଣାଯାଉଥିଲା। ଭାରତର ଏହି ସମୃଦ୍ଧିର ଏକ ପ୍ରମୁଖ ଆଧାର ଥିଲା ଭାରତର ସାମୁଦ୍ରିକ ଶକ୍ତି । ଏହି ଶକ୍ତିକୁ ମହାରାଷ୍ଟ୍ରଠାରୁ ଭଲ କିଏ ଜାଣେ? ଛତ୍ରପତି ଶିବାଜୀ ମହାରାଜ… ସେ ସାମୁଦ୍ରିକ ବାଣିଜ୍ୟ ଏବଂ ସମୁଦ୍ର ଶକ୍ତିକୁ ଏକ ନୂଆ ଦିଶା ଦେଖାଇଥିଲେ। ସେମାନେ ଦେଶର ପ୍ରଗତି ପାଇଁ ନୂଆ ନୀତି ପ୍ରଣୟନ କଲେ, ନିଷ୍ପତ୍ତି ନେଲେ।

Get real time updates directly on you device, subscribe now.