fbpx

୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ରୌପ୍ୟ ଜିତିଲେ ମନୀଷ ନରୱାଲ: ପ୍ୟାରିସ ପାରାଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୪ରେ ପହଞ୍ଚିଲା

ନୂଆଦିଲ୍ଲୀ: ପ୍ୟାରିସ ପାରାଅଲିମ୍ପିକ୍ସ ୨୦୨୪ରେ ଭାରତକୁ ମିଳିଛି ପୁଣି ଏକ ବଡ଼ ସଫଳତା । ଭାରତ ଜିତିଛି ଚତୁର୍ଥ ପଦକ । ପୂର୍ବରୁ ଭାରତ ୧୦ ମିଟର ଏୟାର ରାଇଫଲ ଷ୍ଟାଣ୍ଡିଂରେ ଦୁଇଟି ପଦକ ଜିତିଥିବା ବେଳେ ୧୦୦ ମିଟର ଟି୩୫ ରେସରେ ଭାରତୀୟ ଧାବିକା ପ୍ରୀତି ପାଲ ନିଜର ପ୍ରଥମ ପାରାଅଲିମ୍ପିକ୍ସ ପଦକ ଭାବେ ବ୍ରୋଞ୍ଜ ଜିତଥିଲେ । ତେବେ ଏହା ମଧ୍ୟରେ ଭାରତୀୟ କ୍ରୀଡ଼ାବିତ୍ ମନୀଷ ନରୱାଲ ପୁରୁଷ ୧୦ ମିଟର ଏୟାର ପିସ୍ତଲ ଏସଏଚ୧ ବର୍ଗରେ ରୌପ୍ୟ ପଦକ ଜିତିଛନ୍ତି । ମାତ୍ର ୨.୫ ଅଙ୍କ ବ୍ୟବଧାନ କାରଣରୁ ମନୀଷ ସ୍ୱର୍ଣ୍ଣ ପଦକ ଜିତିବାରୁ ବଞ୍ଚିତ ହୋଇଥିଲେ ।

ସୂଚନାଯୋଗ୍ୟ ଯେ, ଫ୍ରାନ୍ସ ରାଜଧାନୀ ପ୍ୟାରିସରେ ପ୍ୟାରାଅଲିମ୍ପିକ୍ସର ୧୭ତମ ସଂସ୍କରଣ ଅଗଷ୍ଟ ୨୮ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୮ରେ ସମାପ୍ତ ହେବ । ମୋଟ ୧୬୯ଟି ରାଷ୍ଟ୍ରର ୪,୪୦୦ ଜଣ କ୍ରୀଡ଼ାବିତ୍ ଏହି ଇଭେଣ୍ଟରେ ଅଂଶଗ୍ରହଣ କରୁଛନ୍ତି । ଚଳିତ ଥର ୮୪ ଜଣ ଭାରତୀୟ ପ୍ରତିଯୋଗୀ ୧୨ଟି କ୍ରୀଡ଼ା ବିଭାଗରେ ନିଜର ଦକ୍ଷତା ପ୍ରଦର୍ଶନ କରିବେ । ମୋଟ ୩୨ ଜଣ ଭାରତୀୟ ମହିଳା ଖେଳାଳି ଏଥିରେ ଅଂଶଗ୍ରହଣ କରୁଛନ୍ତି । ୮୪ ଜଣଙ୍କ ମଧ୍ୟରୁ ୫୦ ଜଣ ଆଥଲେଟିକ୍ସ ଟପ୍ସ (ଟାର୍ଗେଟ ଅଲିମ୍ପିକ୍ସ ପୋଡିୟମ ସ୍କିମ)ର କୋର ତାଲିକାରେ ସାମିଲ ହୋଇଥିବାରୁ ଭାରତ ଏଥର ଅଧିକ ପଦକ ଜିତିବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.