fbpx

ସେପ୍ଟେମ୍ବର ୨, ୯ ଓ ୧୬ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି: ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସେପ୍ଟେମ୍ବର ମାସରେ ୩ ଦିନ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ ରହିବ । ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ମାସରେ ୨, ୯ ଓ ୧୬ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ ରହିବ । ବିଧାନସଭାର ପ୍ରଥମ ଅଧିବେସନ ଚାଲୁ ରହୁଥିବାରୁ ୨ ତାରିଖ, ନୂଆଖାଇ ପରିପ୍ରେକ୍ଷୀରେ ୯ ତାରିଖ ଛୁଟି ଥିବାରୁ ଓ ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ଉପଲକ୍ଷେ ୧୬ ତାରିଖ ସରକାରୀ ଛୁଟି ଥିବାରୁ ଶୁଣାଣି ବନ୍ଦ ରହିବ । ଶୁଣାଣିର ପରବର୍ତ୍ତୀ ତାରିଖ ବାବଦରେ ଜନସାଧାରଣଙ୍କୁ ସମ୍ବାଦପତ୍ର ଜରିଆରେ ଜଣାଇ ଦିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ଏହା ପୂର୍ବରୁ ଗତ ମାସରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କିଛି ଦିନ ପାଇଁ ବନ୍ଦ ରହିଥିଲା । ଅଗଷ୍ଟ ୧୯ରେ ରକ୍ଷା ବନ୍ଧନ ପାଇଁ ୨୬ରେ ଜନ୍ମାଷ୍ଟମୀ ପାଇଁ ସରକାରୀ ଛୁଟି ରହିଥିଲା । ତେଣୁ ଏହି ଦୁଇଦିନ ଶୁଣାଣି ବନ୍ଦ ରହିଥିଲା । ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୟୁନିଟ-୫, ଭୁବନେଶ୍ୱର ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ନିୟମିତ ଭାବେ ଅଭିଯୋଗ ଶୁଣାଣି କରିଆସୁଛନ୍ତି । ଏହି ଜନ ଅଭିଯୋଗ ଶୁଣାଣି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ରାଜ୍ୟର ଲକ୍ଷାଧିକ ଲୋକଙ୍କର ସମସ୍ୟାକୁ ସମାଧାନ କରିପାରିଛନ୍ତି ।

Get real time updates directly on you device, subscribe now.