fbpx

ଗ୍ରାହକଙ୍କୁ ବଡ଼ ଉପହାର ଦେବ SBI: ନଭେମ୍ବରରେ ଲଞ୍ଚ ହେବ YONO 2.0, ଡିଜିଟାଲରେ ହାସଲ ହେବ ୯୦ ପ୍ରତିଶତ ଲୋନ୍!

ନୂଆଦିଲ୍ଲୀ: ସରକାରୀ କ୍ଷେତ୍ରରେ ସର୍ବବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ତା’ର ଅଗଣିତ ଗ୍ରାହକଙ୍କୁ ଏକ ବଡ଼ ଉପହାର ଦେବା ପାଇଁ ଯୋଜନା କରୁଛି । ଏହାଦ୍ୱାରା ଗ୍ରାହକମାନେ ବିଶେଷ ଭାବେ ଉପକୃତ ହେବେ । ବ୍ୟାଙ୍କର ଯୋଜନା ବାବଦରେ ନୂଆ ଅଧ୍ୟକ୍ଷ ସି.ଏସ. ଶେଟ୍ଟୀ ସୂଚନା ଦେଇଛନ୍ତି । ବ୍ୟାଙ୍କିଂ ସିଷ୍ଟମରେ ଡିପୋଜିଟ ବୃଦ୍ଧି ପାଇଁ ଆହୁରି କିଛି ଦିନ ଚାପ ଜାରି ରହିବା ନେଇ ଅନୁମାନ କରାଯାଇଛି । ଡିପୋଜିଟ ସଂଗ୍ରହ ପାଇଁ ବ୍ୟାଙ୍କ ସୁଧ ହାରରେ ପ୍ରତିଦ୍ୱନ୍ଦ୍ୱିତା କରିବ ନାହିଁ । ଏହା ବଦଳରେ ବ୍ୟାଙ୍କ ଡିପୋଜିଟ ଅଭିବୃଦ୍ଧି ପାଇଁ ନିଜର ଗ୍ରାହକଙ୍କ ସେବା ଓ ବ୍ୟାପକ ନେଟୱାର୍କ ଉପରେ ଜୋର ଦେବ ବୋଲି ଶ୍ରୀ ଶେଟ୍ଟୀ କହିଛନ୍ତି ।

୨୦୨୪-୨୫ ଆର୍ଥିକ ବର୍ଷରେ ଏସବିଆଇ ୧୪-୧୬ ପ୍ରତିଶତ ଋଣ ବୃଦ୍ଧିର ଲକ୍ଷ୍ୟ ରଖିଥିବା ବେଳେ ବ୍ୟାଙ୍କର ଶକ୍ତି ବୃଦ୍ଧି ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି । ନଭେମ୍ବରରେ ଏକ ସୀମିତ ଉପଯୋଗକର୍ତ୍ତାଙ୍କ ସମୂହଙ୍କ ପାଇଁ ବହୁପ୍ରତୀକ୍ଷିତ ୟୋନୋ ୨.୦ ଆରମ୍ଭ ନେଇ ପ୍ରସ୍ତୁତି ଚାଲିଛି । ତା’ପରେ ସମସ୍ତ ଗ୍ରାହକଙ୍କ ପାଇଁ ଏହାକୁ ଉପସ୍ଥାପନ କରାଯିବ । ବ୍ୟାଙ୍କ ନିଜର ବିନା ଗ୍ୟାରେଣ୍ଟି ଯୁକ୍ତ ଲୋନର ୯୦ ପ୍ରତିଶତ ଲୋନକୁ ଡିଜିଟାଲ ମାଧ୍ୟମରେ ହାସଲ କରିବାକୁ ଯୋଜନା କରୁଥିବା ଶ୍ରୀ ଶେଟ୍ଟୀ କହିଛନ୍ତି ।

Get real time updates directly on you device, subscribe now.