fbpx

ଦେଶରେ ଆୟୁର୍ବେଦକୁ ନେଇ ବଡ଼ ଘୋଷଣା, ରୋଗୀଙ୍କୁ ଚିକିତ୍ସା ପାଇଁ ଆଉ ଯିବାକୁ ପଡ଼ିବନି ଦିଲ୍ଲୀ

ନୂଆଦିଲ୍ଲୀ: କେନ୍ଦ୍ରୀୟ ଆୟୁଷ ତଥା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଯାଦବ ଦେଶରେ ଯୋଗ ଏବଂ ଆୟୁର୍ବେଦ ଚିକିତ୍ସାକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି । ଶୁକ୍ରବାର ଦିନ ପ୍ରଥମ ଥର ପାଇଁ ନୂଆଦିଲ୍ଲୀର ଆୟୁର୍ବେଦ ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟରେ ପହଞ୍ଚିଥିବା ଯାଦବ ପ୍ରଥମେ ହସ୍ପିଟାଲ୍ ପରିସର ପରିଦର୍ଶନ କରି ଯାଞ୍ଚ କରିଥିଲେ ଏବଂ ଏଠାରେ ରୋଗୀଙ୍କୁ ଦିଆଯାଉଥିବା ମାଗଣା ଚିକିତ୍ସା ତଥା ସୁବିଧା ବିଷୟରେ ଅନୁଧ୍ୟାନ କରିଥିଲେ ।

ଏହି ସମୟରେ ସେ କହିଛନ୍ତି, ଆୟୁର୍ବେଦକୁ ପ୍ରତ୍ୟେକ ଘରକୁ ଯୋଗାଇବାର ପ୍ରଧାନମନ୍ତ୍ରୀଙ୍କ ଉଦ୍ୟମକୁ ପୂରଣ କରିବାକୁ ତାଙ୍କ ସରକାର ପ୍ରତିବଦ୍ଧ । ଆୟୁର୍ବେଦ ଏବଂ ଆମର ପାରମ୍ପାରିକ ଚିକିତ୍ସା ବ୍ୟବସ୍ଥା ବିଦେଶୀ ଆକ୍ରମଣକାରୀ ତଥା ଔପନିବେଶିକ ସମୟରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛି, କିନ୍ତୁ ୨୦୧୪ ପରେ ମୋଦୀ ସରକାରଙ୍କ ନେତୃତ୍ୱରେ ପରିସ୍ଥିତି ବଦଳିଛି । ଆଜି ଯୋଗ ଏବଂ ଆୟୁର୍ବେଦକୁ ନେଇ ବିଶ୍ୱ ଦୃଷ୍ଟିକୋଣରେ ପରିବର୍ତ୍ତନ ଆସିଛି ଏବଂ ଏହାର ସର୍ବସାଧାରଣ ଗ୍ରହଣୀୟତା ଦ୍ରୁତ ଗତିରେ ବୃଦ୍ଧି ପାଇଛି । ପାରମ୍ପାରିକ ଚିକିତ୍ସା ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ପାଇଁ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଦଶଟି ନୂତନ ଆୟୁଷ ପ୍ରତିଷ୍ଠାନ ଖୋଲିବାକୁ ମଧ୍ୟ ସେ ଘୋଷଣା କରିଛନ୍ତି ।

ସେ କହିଛନ୍ତି ଯେ ଭାରତର ପ୍ରତ୍ୟେକ ନାଗରିକ ପାରମ୍ପାରିକ ଆୟୁର୍ବେଦ ଏବଂ ଅନ୍ୟାନ୍ୟ ଚିକିତ୍ସା ପ୍ରଣାଳୀର ସୁବିଧା ଏଲୋପ୍ୟାଥିକ ବ୍ୟବସ୍ଥାରେ ପାଇପାରିବେ । ସେ ଏହା ମଧ୍ୟ କହିଛନ୍ତି ଯେ ଦେଶର ରାଷ୍ଟ୍ରପତି ଏହି ଅନୁଷ୍ଠାନ ପରିଦର୍ଶନ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି, ତେଣୁ ମନ୍ତ୍ରୀ ହୋଇ ସେ ଅନୁଷ୍ଠାନର ପ୍ରସ୍ତୁତି ବିଷୟରେ ମଧ୍ୟ ଜାଣିବାକୁ ଆସିଛନ୍ତି ।

Get real time updates directly on you device, subscribe now.