fbpx

(Video) ସୁପ୍ରିମକୋର୍ଟ ପାଳନ କରୁଛି ୭୫ତମ ପ୍ରତିଷ୍ଠା ଦିବସ: ରାଷ୍ଟ୍ରପତି ଜାରି କଲେ ନୂଆ ପତାକା ସହ ନୂଆ ଚିହ୍ନ

ନୂଆଦିଲ୍ଲୀ: ଆଜି ଭାରତର ସର୍ବୋଚ୍ଚ ନ୍ୟାୟାଳୟର ୭୫ ତି ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ଏହି ଉତ୍ସବରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ସାରା ଦେଶକୁ ଦେଇଛନ୍ତି ବଡ଼ ଉପହାର । ଏହି ପ୍ରତିଷ୍ଠା ଅବସରରେ ସୁପ୍ରିମକୋର୍ଟ ପାଇଁ ନୂଆ ପତାକା ଏବଂ ନୂଆ ପ୍ରତୀକ ଉନ୍ମୋଚନ କରିଛନ୍ତି ମହାମହିମ ରାଷ୍ଟ୍ରପତି । ଏହି ନୂତନ ପତାକା ଏବଂ ଚିହ୍ନ ଭାରତର ନ୍ୟାୟ ଏବଂ ଗଣତନ୍ତ୍ରର ସଂକେତ ଭାବରେ ସ୍ଥାନ ପାଇଛି ।

ନେସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଫେସନ୍ ଟେକନୋଲୋଜି ଦ୍ୱାରା ଏହାକୁ ନୂଆ ରୂପ କରାଯାଇଛି । ସୁପ୍ରିମକୋର୍ଟର ନୂଆ ପତାକାରେ ଅଶୋକ ଚକ୍ର, ସର୍ବୋଚ୍ଚ ନ୍ୟାୟାଳୟର ବିଲ୍ଡିଂ ଚିତ୍ର ସହିତ ଭାରତୀୟ ସମ୍ବିଧାନର ପୁସ୍ତକକୁ ସ୍ଥାନ ଦିଆଯାଇଛି । ତେବେ ଦେଶର ପ୍ରଥମ ନାଗରିକ ତଥା ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏହି ନୂଆ ପତାକା ଏବଂ ଚିହ୍ନକୁ ଉନ୍ମୋଚନ କରିଛନ୍ତି । ଜିଲ୍ଲା ନ୍ୟାୟପାଳିକାର ନେସନାଲ କନଫରେନ୍ସ ଉତ୍ସବରେ ସୁପ୍ରିମକୋର୍ଟର ନୂଆ ପତାକା ଏବଂ ଚିହ୍ନକୁ ଉନ୍ମୋଚନ କରାଯାଇଛି । ଏହି ଉନ୍ମୋଚନ ସମାରୋହରେ ରାଷ୍ଟ୍ରପତିଙ୍କ ସମେତ ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ ମଧ୍ୟ ଉପସ୍ତିତ ରହିଥିଲେ ।

Get real time updates directly on you device, subscribe now.