fbpx

ଓଭର ସ୍ପୀଡ୍ ପାଇଁ ଫସିଲେ ମନ୍ତ୍ରୀ, କଟିଲା ଚାଲାଣ… ଜାଣନ୍ତୁ କେତେ ଟଙ୍କା ଦେବେ ଜରିମାନା

ପାଟନା: ଟ୍ରାଫିକ୍ ନିୟମ ସମସ୍ତଙ୍କ ପାଇଁ ସମାନ । ନିୟମ ଉଲ୍ଲଂଘନ କଲେ ଜରିମାନା ଦେବାକୁ ପଡ଼ିଥାଏ । ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ବିହାରରେ । ହାଇ ସ୍ପୀଡରେ ଗାଡ଼ି ଚଲାଇବା ମନ୍ତ୍ରୀଙ୍କୁ ପଡ଼ିଲା ମହଙ୍ଗା । ଟୋଲ୍ ପ୍ଲାଜା ସିସିଟିଭିରେ କଏଦ ହୋଇଥିଲା ଦୃଶ୍ୟ । ଆପେ ଆପେ କଟିଗଲା ଚାଲାଣ । ବିହାର ପରିବହନ ବିଭାଗ ଦ୍ୱାରା ମନ୍ତ୍ରୀଙ୍କ ଉପରେ ଜରିମାନା ଲାଗୁ କରାଯାଇଛି ଯାହା ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନାରୁ ପ୍ରକାଶ ନିକଟରେ କେନ୍ଦ୍ର ମନ୍ତ୍ରୀ ଚିରାଗ ପାଶୱାନ୍ ପାଟନାର ହାଜିପୁର ଅଭିମୁଖେ ଯାତ୍ରା କରୁଥିଲେ । ଜାତୀୟ ରାଜପଥରେ ତାଙ୍କ ଗାଡ଼ି ଓଭର ସ୍ପୀଡ ଥିବା ଯୋଗୁଁ ଅଟୋମେଟିକ୍ ଚାଲାଣ କଟିଥିଲା । କହିରଖୁଛୁ ବିହାର ସରକାର ରାଜ୍ୟର ସମସ୍ତ ଟୋଲ ପ୍ଲାଜାରେ ଇ- ଡିଟେକ୍ସନ୍ ସିଷ୍ଟମ ଆରମ୍ଭ କରିଛି । ଏହା ଦ୍ୱାରା ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କ ଉପରେ କଡ଼ା ନଜର ରଖାଯିବ । ଜାତୀୟ ରାଜପଥରେ ଲାଗିଥିବା ଅତ୍ୟାଧୁନିକ କ୍ୟାମେରା ଗାଡ଼ି ନମ୍ବର ପ୍ଲେଟର ଫଟୋ ଉଠାଇ ଫିଟନେସ୍‌, ପଲ୍ୟୁସନ୍‌, ଇନସ୍ୟୁରାନ୍ସ ଠିକ୍ ନଥିଲେ କିମ୍ବା ଗାଡ଼ି ଓଭର ସ୍ପୀଡ୍ ଥିଲେ ଗାଡ଼ି ମାଲିକର ପଞ୍ଜିକୃତ ମୋବାଇଲ ନମ୍ବରରେ ଇ- ଚାଲାଣ ପଠାଯାଇଥାଏ । ବର୍ତ୍ତମାନ ଏହି ଛୋଟ ଭୁଲ ପାଇଁ ଚିରାଗ ପାଶୱାନଙ୍କୁ ୨ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ ।

Get real time updates directly on you device, subscribe now.