fbpx

ରାଜ୍ୟରେ ଗୁଟଖା ଓ ପାନ ମସଲାରୁ ଜିଏସଟି ଆଦୟ ହୋଇଛି ୧୫୦୦ କୋଟି: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ୱର: ରାଜ୍ୟରେ ଗୁଟଖା ଓ ପାନ ମସଲାରୁ ପ୍ରାୟ ଦେଢ ବର୍ଷ ମଧ୍ୟରେ ୧୫୦୦ କୋଟି ଟଙ୍କାର ଜିଏସଟି ଆଦାୟ ହୋଇଛି। ବିଧାନସଭାରେ ଝାରସୁଗୁଡା ବିଧାୟକ ଶ୍ରୀ ଟଙ୍କଧର ତ୍ରିପାଠୀ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ଯେ, ଶେଷଥର ପାଇଁ ରାଜ୍ୟ ସରକାର କେବେ ଏବଂ କେତେ ପରିମାଣରେ ଟିକସ ଆଦାୟ କରିଥିଲେ, ଏବଂ ବର୍ତ୍ତମାନ ରାଜ୍ୟ ସରକାର ପାନମସଲା ଓ ଗୁଟଖାରୁ କେତେ ଟିକସ ଆଦାୟ କରୁଛନ୍ତି ବୋଲି ଉତ୍ତର ମାଗିଲେ।

ଏହି ପ୍ରଶ୍ନର ଉତ୍ତରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ୨୦୧୭ ଜୁଲାଇ୧ ତାରିଖ ଠାରୁ ସମଗ୍ର ଦେଶରେ ଦ୍ରବ୍ୟ ଓ ସେବାକର ଲାଗୁ କରାଯାଇଛି। ପାନମାସଲା, ଗୁଟଖା ଆଦି ତମାଖୁ ଜାତୀୟ ଦ୍ରବ୍ୟ ଉପରେ ୨୮ ପ୍ରତିଶତ ଜିଏସଟି ଆଦାୟ ହେଉଛି। ଏହା ବ୍ୟତୀତ କେନ୍ଦ୍ର ସରକାର ଉପରୋକ୍ତ ଦ୍ରବ୍ୟଗୁଡିକ ଉପରେ .. ଲାଗୁ କରିଥାନ୍ତି, ଯାହା କେନ୍ଦ୍ର ସରକାରଙ୍କ ରହବିଲକୁ ଯାଇଥାଏ ଓ ଜିଏସଟି ଲାଗୁ ହେବା ଜନିତ କ୍ଷତି ଭରଣା ବାବଦକୁ ରାଜ୍ୟମାନଙ୍କ ମଧ୍ୟରେ ବଣ୍ଟନ କରାଯାଏ। ୨୦୨୩-୨୪ ଆର୍ଥିକ ବର୍ଷରେ, ରାଜ୍ୟ ସରକାର ଗୁଟଖା ପାନମସଲା ଆଦିରୁ ଜିଏସଟି ବାବଦରେ ୧୦୧୨.୫୬ କୋଟି ଟଙ୍କା ଟିକସ ଆଦାୟ କରିଥିଲେ। ଚଳିତ ବର୍ଷ ଆର୍ଥିକ ବର୍ଷ ୨୦୨୪-୨୦୨୫ ଜୁଲାଇ ଶେଷ ସୁଦ୍ଧା ଜିଏସଟି ବାବଦରେ ୩୫୭.୧୬ କୋଟି ଟଙ୍କା ଟିକସ ଆଦାୟ ହୋଇଛି।

Get real time updates directly on you device, subscribe now.