fbpx

ସ୍ୱାତୀ ମାଲିୱାଲ ମାମଲା: କେଜ୍ରିୱାଲଙ୍କ ପିଏ ବିଭବ କୁମାରଙ୍କୁ ସୁପ୍ରିମକୋର୍ଟ ଦେଲେ ଜାମିନ

ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପିଏ ବିଭବ କୁମାରଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ବିଭବ ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲଙ୍କୁ ଉପରେ ଅକ୍ରମଣ କରିବା ନେଇ ଜେଲରେ ଥିଲେ। ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ଯେପର୍ଯ୍ୟନ୍ତ ସମସ୍ତ ମୁଖ୍ୟ ସାକ୍ଷୀମାନଙ୍କୁ ଜେରା ନ କରାଯାଇଛି ସେପର୍ଯ୍ୟନ୍ତ ବିଭବ କୁମାର କେଜ୍ରିୱାଲଙ୍କ ପିଏ ଭାବେ କାମ କରିପାରିବେ ନାହିଁ ଏବଂ ମୁଖ୍ୟମନ୍ତ୍ରୀଙ୍କ ଅଫିସିଆଲ ଆବାସରେ ପସିବେ।

କୋର୍ଟ ସାକ୍ଷୀଙ୍କୁ ଜେରା ହେବା ପର୍ଯ୍ୟନ୍ତ ଏହି ମାମଲାରେ କିଛି ନ କହିବାକୁ ମନା କରିଛନ୍ତି। କୋର୍ଟ ସ୍ପେଶାଲ କୋର୍ଟଙ୍କୁ ତିନି ସପ୍ତାହରେ ଏହି ମାମଲାକୁ ସମାପ୍ତ କରିବାକୁ କହିଛନ୍ତି। ଏଥିସହ ବିଭବଙ୍କୁ କୌଣସି ବି ଅଫିସିଆଲ ପଦବୀରେ କାର୍ଯ୍ୟକୁ ରୋକିଦେଇଛନ୍ତି।

୧୮ ମେ ରେ ଦିଲ୍ଲୀ ପୋଲିସ ବିଭବ କୁମାରଙ୍କୁ କେଜ୍ରିୱାଲଙ୍କ ଘରେ ଗିରଫ କରିଥିଲା। ତାଙ୍କ ବିରୋଧରେ ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲ ମାମଲା ରୁଜୁ କରିଥିଲେ। ଏଫଆଇଆରରେ ସ୍ୱାତୀ ଅଭିଯୋଗ ଅଣିଥିଲେ ଯେ, ବିଭବ ତାଙ୍କୁ ବିନା କୌଣସି କତାରେ ୭ରୁ ୮ ଥର ଚାପୁଡା ମାରିଥିଲେ। ତାଙ୍କ ଛାତି ଏବଂ ଅଣ୍ଟାକୁ ଗୋଇଠା ମାରିଥିଲେ। ଏହି ଘଟଣାଟି ୧୩ ମେ ରେ ହୋଇଥିଲା, ଯେତେବେଳେ ସ୍ୱାତୀ ମାଲିୱାଲ କେଜ୍ରିୱାଲଙ୍କୁ ଭେଟିବା ପାଇଁ ତାଙ୍କ ଆବାସକୁ ଯାଇଥିଲେ।

Get real time updates directly on you device, subscribe now.