fbpx

ସ୍ପାମ୍ କଲ୍ ରୁ ମିଳୁନି ମୁକ୍ତି, ପ୍ରତିଦିନ ୯୫% ଭାରତୀୟ ହେଉଛନ୍ତି ଶିକାର: ସର୍ଭେରେ ବଡ଼ ଖୁଲାସା

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ସ୍ପାମ୍ କଲ୍ ଏବଂ ମେସେଜ୍ ସମସ୍ୟା ବୃଦ୍ଧି ପାଉଛି । ଟ୍ରାଇର ଉଦ୍ୟମ ସତ୍ତେ୍ୱ ଏଭଳି ମାମଲା ହ୍ରାସ ପାଉନାହିଁ । ନିକଟରେ ପ୍ରକାଶିତ ଏକ ସର୍ଭେରେ ଏହା ପ୍ରକାଶ ପାଇଛି ।

ସର୍ଭେ ଅନୁଯାୟୀ, ପ୍ରାୟ ୯୫% ଭାରତୀୟ ବର୍ତ୍ତମାନ ପ୍ରତିଦିନ ଅବାଞ୍ଛିତ କଲ ଏବଂ ମେସେଜର ସମ୍ମୁଖୀନ ହେଉଛନ୍ତି । ତେବେ ଗତ ୬ମାସ ମଧ୍ୟରେ ଏହି ମାମଲାଗୁଡ଼ିକ ଯଥେଷ୍ଟ ବୃଦ୍ଧି ପାଇଛି । ଏହା ବ୍ୟତୀତ ଫୋନରେ ଥିବା ଡିଏନଡି ଫିଚର ମଧ୍ୟ ଏହିପରି କଲ୍ ବନ୍ଦ କରିବାରେ ସହାୟକ ହେଉନାହିଁ ।

ନିକଟରେ ଲୋକାଲ୍ ସର୍କଲ୍ସ ଏକ ସର୍ଭେ କରିଛି, ଯାହା ଅନୁଯାୟୀ ୯୫% ଭାରତୀୟ ମୋବାଇଲ୍ ବ୍ୟବହାରକାରୀ ପ୍ରତିଦିନ ସ୍ପାମ୍ କଲ୍ ଗ୍ରହଣ କରୁଛନ୍ତି । ଲୋକଙ୍କୁ ଠକିବା ପାଇଁ ସ୍କାମରମାନେ ମଧ୍ୟ ନୂଆ ପଦ୍ଧତି ଅବଲମ୍ବନ କରୁଛନ୍ତି । ସର୍ବେକ୍ଷଣ ଅନୁଯାୟୀ, ୭୭% ମୋବାଇଲ୍ ବ୍ୟବହାରକାରୀ ପ୍ରତିଦିନ ଅତି କମରେ ତିନିଥର ଏହିପରି କଲ୍ ଗ୍ରହଣ କରୁଛନ୍ତି । ଏପରି କଲ ହୋମ୍ ଲୋନ୍, କ୍ରେଡିଟ କାର୍ଡ ସମେତ ଆର୍ôଥକ କ୍ଷେତ୍ରରୁ ଆସୁଛି । ସର୍ଭେରେ କୁହାଯାଇଛି ଯେ ଗତ ୬ମାସ ମଧ୍ୟରେ ଏଭଳି ମାମଲା ୫୪% ରୁ ୬୬% କୁ ବୃଦ୍ଧି ପାଇଛି ।

କାମ ଆସୁନାହିଁ ଡିଏନଡି ଫିଚର୍ :-

ସ୍ମାର୍ଟଫୋନ୍ ଏବଂ ଟେଲିକମ୍ କମ୍ପାନୀଗୁଡିକ ଦ୍ୱାରା ବ୍ୟବହୃତ ଡୁ ନଟ୍ ଡିଷ୍ଟବ୍ ଫିଚର ମଧ୍ୟ ଆଉ କାମ କରୁନାହିଁ । ସ୍ପାମ୍ କଲ୍ ଏବଂ ମେସେଜ୍ ଦ୍ୱାରା ଲୋକମାନେ ବହୁତ ଅସୁବିଧାରେ ପଡ଼ୁଛନ୍ତି । ଏଥି ସହିତ ସ୍କାମରମାନେ ମଧ୍ୟ ଲୋକଙ୍କୁ ଠକିବା ପାଇଁ ବିଭିନ୍ନ ପଦ୍ଧତି ଅବଲମ୍ବନ କରୁଛନ୍ତି ।

Get real time updates directly on you device, subscribe now.