fbpx

ଜବରଦସ୍ତ ଗୋଦାମକୁ ନେଇ ମହିଳାଙ୍କୁ ଗଣ-ଦୁଷ୍କର୍ମ, ବେଲ୍ଟରେ ପିଟି କରାଇଲେ ନ୍ୟୁଡ ଡ୍ୟାନ୍ସ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଇନ୍ଦୋରରେ ୩୪ ବର୍ଷୀୟ ଏକ ମହିଳାଙ୍କ ସହ ଦୁଷ୍କର୍ମ ଏବଂ ତାଙ୍କୁ ନିଃବସ୍ତ୍ର ଅବସ୍ଥାରେ ନାଚିବା ପାଇଁ ବାଧ୍ୟ କରିବା ଅଭିଯୋଗରେ ପାଞ୍ଚ ଜଣଙ୍କ ନା ରେ ମାମଲା ରୁଜୁ ହୋଇଛି। ପୋଲିସର ଜଣେ ଅଧିକାରୀ ମଙ୍ଗଳବାର ଦିନ ଏହି ସୂଚନା ଦେଇଥିଲେ।

ଏହି ମାମଲା ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ନିର୍ଦ୍ଦେଶର ୧୯ ଦିନ ପରେ ଦାଖଲ କରାଯାଇଛି। ହାଇକୋର୍ଟ ପୋଲିସକୁ ମହିଳାଙ୍କ ଅଭିଯୋଗ ଉପରେ ବିଚାର କରି ୯୦ ଦିନ ଭିତରେ ଏହାକୁ ସମାଧାନ କରିବାର ନିର୍ଦ୍ଦେଶ ଦେଇଥିଲେ। ଅଧିକାରୀ କହିଛନ୍ତି ଯେ, ମହିଳା କାନାଡୀୟା ଥାନାରେ ଅଭିଯୋଗ କରିଛନ୍ତି ଯେ, ଅଭିଯୁକ୍ତ ତାଙ୍କୁ ୧୧ ଜୁନରେ ଏକ ଗୋଦାମକୁ ଜୋରଜବରଦସ୍ତି ନେଇଯାଇଥିଲେ, ଯେଉଁଠାରେ ସେ ଟିଭିରେ ପର୍ଣ୍ଣ ଭିଡିଓ ଦେଖାଇ ତାଙ୍କ ସହ ଦୁଷ୍କର୍ମ କରିଛନ୍ତି।

ଅଭିଯୋଗରେ ମହିଳା ଜଣକ ଆହୁରି କହିଛନ୍ତି ଯେ, ତାଙ୍କୁ ବେଲ୍ଟରେ ପିଟାଯାଇଛି ଏବଂ ନିଃବସ୍ତ୍ର ଅବସ୍ଥାରେ ଅଧ ଘଣ୍ଟା ପର୍ଯ୍ୟନ୍ତ ନାଚିବାକୁ ବାଧ୍ୟ କରାଯାଇଛି। ଅଧିକାରୀ କହିଛନ୍ତି ଯେ, ମହିଳାଙ୍କ ଅଭିଯୋଗରେ ପୋଲିସ ପାଞ୍ଚ ଜଣ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି।

Get real time updates directly on you device, subscribe now.