fbpx

ସାବଧାନ୍! ଏହି ଫଟୋ ସର୍ଚ୍ଚ କଲେ ଜେଲ୍ ଯିବା ସୁନିଶ୍ଚିତ: ୪୫୫ ଜାଗାରେ ରେଡ୍ କରୁଛି ପୋଲିସ

ଓଡ଼ିଶା ଭାସ୍କର: ଅଧିକାଂଶ ସମୟରେ କିଛି ଜିନିଷ ବିଷୟରେ ଜାଣିବା ପାଇଁ ଆମେ ଇଣ୍ଟରନେଟର ସାହାଯ୍ୟ ନେଇଥାଉ । କିନ୍ତୁ ଇଣ୍ଟରନେଟରେ କିଛି ସର୍ଚ୍ଚ କରିବା ପୂର୍ବରୁ ଏଣିକି ସାବଦାନ୍ ହୋଇଯାଆନ୍ତୁ । ଏକ ଛୋଟ ଭୁଲ ଆପଣଙ୍କୁ ଜେଲ ଦଣ୍ଡ ପର୍ଯ୍ୟନ୍ତ ପହଞ୍ଚାଇ ଦେଇପାରେ । ଘରେ ଏକାକୀ ସମୟରେ ଅନେକ କିଛି ସର୍ଚ୍ଚ କରୁଥିବା ବେଳେ ଏହାର ରେକର୍ଡ କରାଯାଉଛି । ତେବେ ଏହି କାରଣ ପାଇଁ ଆପଣଙ୍କୁ ଜେଲ୍ ମଧ୍ୟ ଯିବାକୁ ପଡ଼ିପାରେ । ନିୟମ ଉଲ୍ଲଙ୍ଘନ କରୁଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଇପାରେ ବୋଲି ଜାଣିବାକୁ ମିଳିଛି ।

ଘରେ ଏକା ଏକା ଆପଣ କ’ଣ ସର୍ଚ୍ଚ କରୁଛନ୍ତି? ଏହାର ତଥ୍ୟ ଲୁଚି ରହୁଛି ବୋଲି ଭାବନ୍ତୁ ନାହିଁ । ଏହା ଆପଣଙ୍କୁ ଜେଲ୍ ପର୍ଯ୍ୟଡ଼୍ତ ଟାଣି ନେଇପାରେ । କେରଳରେ ବର୍ତ୍ତମାନ ଏହି ମାମଲାରେ ଆକ୍ଟିଭ ହୋଇଛି ପୋଲିସ ବିଭାଗ । ପିଲାମାନଙ୍କ ଅଶ୍ଳୀଳ ଫଟୋ ସର୍ଚ୍ଚ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛି ପୋଲିସ । ଏହି ମାମଲାରେ ପୋଲିସ ମୋଟ ୫୨ଟି ଉପକରଣ ଜବତ କରିଛି । ଦେଶରେ ପିଲାଙ୍କ ସହ ଜଡ଼ିତ ଅଶ୍ଳୀଳ ସାମଗ୍ରୀ ଇତ୍ୟାଦି ସର୍ଚ୍ଚ କରିବା ବା କଲେକ୍ସନ୍ କରିବା ଏକ ଅପରାଧ ଏବଂ ଏହା ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇପାରେ । ତେବେ ଏଭଳି କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବ ପୋଲିସ ।

ସୂଚନା ଅନୁସାରେ, ଇଣ୍ଟରନେଟରେ ପିଲାମାନଙ୍କ ଅଶ୍ଳୀଳ ଫଟୋ ସର୍ଚ୍ଚ କରିବା ସହ ଏଗୁଡ଼ିକୁ ଷ୍ଟୋର କରିବା ଏବଂ ସେୟାର କରୁଥିବା ଲୋକମାନଙ୍କ ବିରୋଧରେ ଆକ୍ଟିଭ ହୋଇଛି କେରଳ ପୋଲିସ । ରାଜ୍ୟବ୍ୟାପୀ ଏହି ମାମଲା ବିରୋଧରେ ବଡ଼ ଅଭିଯାନ ଚଳାଇଛି କେରଳ ପୋଲିସ । ଏହାସହିତ ବିଭିନ୍ନ ଜିଲ୍ଲାରୁ ମୋଟ ୬ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଏହି ଅଭିଯାନକୁ କେରଳ ପୋଲିସ ‘ପି-ହଣ୍ଟ୍’ ନାମରେ ନାମିତ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ମୋଟ ୩୭ଟି ମାମଲା ରୁଜୁ ହୋଇସାରିଛି ।

ଏହାବ୍ୟତୀତ ବର୍ତ୍ତମାନ ସୁଦ୍ଧା ମୋଟ ୪୫୫ଟି ସ୍ଥାନରେ ଏ ନେଇ ରେଡ୍ କରିଛି କେରଳ ପୋଲିସ । ମଲପ୍ପୁରମ୍, କୋଝିକୋଡ ଗ୍ରମୀଣ, କାସରଗୋଡ, କୋଲ୍ଲମ ସହର ଏବଂ ଥିରୁଅନନ୍ତପୁରମ୍ ଗ୍ରାମୀଣରୁ ଏହି ୬ ଜଣ ଅଭିଯୁକ୍ତଙ୍କୁ ପୋଲିସ ହେପାଜତକୁ ନେଇଛି । ତେବେ ମଲ୍ଲପୁରମରେ ସର୍ବାଧିକ ୬୦ଟି ସ୍ଥାନରେ ଖୋଳତାଡ଼ ଜାରି ରଖିଛି ପୋଲିସ ।

Get real time updates directly on you device, subscribe now.