fbpx

ମାଡି ଚାଲିଛି ଡେଙ୍ଗୁ, ବର୍ତ୍ତିବା ପାଇଁ ଆପଣାନ୍ତୁ ଟିପ୍ସ

Karnataka declares dengue an epidemic disease know prevention tips

କର୍ଣ୍ଣାଟକ:  କୁହାଯାଏ, ବର୍ଷା ଋତୁ ସାଙ୍ଗରେ ଅନେକ ପ୍ରକାର ରୋଗ ନେଇ ଆସିଥାଏ । ଏହି ଋତୁରେ ଅନେକ ପ୍ରକାର ସଂକ୍ରମଣ ସହିତ ରୋଗ ମଧ୍ୟ ହୋଇଥାଏ । ବିଶେଷ କରି ମଶାମାନଙ୍କ ଦ୍ବାରା ହେଉଥିବା ରୋଗ ବୃଦ୍ଧି ପାଇଥାଏ । ଡେଙ୍ଗୁ, ମ୍ୟାଲେରିଆ, ଚିକେନଗୁନିଆ, ଓ୍ବେଷ୍ଟ ନାଇଲ ଫିବର, ଜିକା ଭାଇରସ ରୋଗୀଙ୍କ ସଂଖ୍ୟା ବର୍ଷା ଦିନରେ ବୃଦ୍ଧି ପାଇଥାଏ ।  ତେବେ ମଶା ଦ୍ବାରା ହେଉଥିବା ରୋଗ ମଧ୍ୟରୁ ଡେଙ୍ଗୁକୁ ମାରାତ୍ମକ ରୋଗ ବୋଲି କୁହାଯାଏ । ତେବେ ଗତ କିଛି ଦିନ ହେବ କର୍ଣ୍ଣାଟକରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସରକାରଙ୍କ ପାଇଁ ଚିନ୍ତାର କାରଣ ସାଜିଛି ।

ତେବେ କର୍ଣ୍ଣାଟକରେ ମାମଲା ବୃଦ୍ଧି ପାଇବା କାରଣରୁ ଏହାକୁ ମହାମାରୀ ବୋଲି ଘୋଷଣା କରାଯାଇଛି । ସାରା ବିଶ୍ବରେ ଡେଙ୍ଗୁ ପାଇଁ ଅନେକ ଲୋକଙ୍କ ଜୀବନ ଯାଉଛି । ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞ କହିବା ଅନୁସାରେ ଯଦି ସମୟ ଅନୁସାରେ ଚିକିତ୍ସା କରାନଯାଏ, ତେବେ ଜୀବନ ଯିବାର ମଧ୍ୟ ସମ୍ଭାବନା ରହିଛି ।

ଡେଙ୍ଗୁର ଲକ୍ଷଣ- ବର୍ଷା ଋତୁ ଆସିଲେ ଅନେକ ପ୍ରକାର ସଂକ୍ରମଣ ହୋଇଥାଏ । ବିଶେଷକରି ଡେଙ୍ଗୁ ହେବା ଦ୍ବାରା ଶରୀରର ତାପମାତ୍ରା ଅଧିକ ରହିଥାଏ । ଜ୍ବର, ମୁଣ୍ଡବିନ୍ଧା, ଆଣ୍ଠୁ ଗଣ୍ଠି ଏବଂ ମାଂସପେଶୀରେ ଯନ୍ତ୍ରଣା ଭଳି ଲକ୍ଷଣ ଦେଖାଯାଇଥାଏ ।

ଡେଙ୍ଗୁରୁ କିଭଳି ବର୍ତ୍ତିବେ- ବିଶେଷ କରି ଡେଙ୍ଗୁ ରୋଗୀମାନଙ୍କର ପ୍ଲେଟଲେଟ କମିଯିବା ଦ୍ବାରା ଜୀବନ ପ୍ରତି ବିପଦ ଦେଖାଯାଇଥାଏ । କେତେକ କ୍ଷେତ୍ରରେ ଅଙ୍ଗ ବିଫଳତା ବା ଫେଲୋର ହେବାର ସମ୍ଭାବନା ମଧ୍ୟ ରହିଥାଏ । ତେବେ ଏଥିରୁ ରକ୍ଷା ପାଇବା ପାଇଁ ବିଶେଷ କରି ମଶାଙ୍କ ପ୍ରଜନନ ସ୍ଥାନକୁ ନଷ୍ଟ କରିବା ଜରୁରୀ ଅଟେ । ଘର ଆଖ ପାଖରେ ପାଣି ଜମିବାରୁ ଏଡାଇବା ଉଚିତ । ଏହାସହିତ ଶୋଇବା ସମୟରେ ମଶାରୀ ବ୍ୟବହାର କରିବା ଉଚିତ ।

Get real time updates directly on you device, subscribe now.