fbpx

ଦୁନିଆର ସବୁଠାରୁ ଶକ୍ତଶାଳୀ ପରିବା ‘କାଙ୍କଡ’, ଯାହାକୁ ଖାଇଲେ ପାଖ ମାଡିବନି ରୋଗ

ଆମର ଖାଇବା ପିଇବା ହିଁ ଉତ୍ତମ ସ୍ୱାସ୍ଥ୍ୟର ରହସ୍ୟ । ଏପରି ପରିସ୍ଥିତିରେ ଆସନ୍ତୁ ଜାଣିବା ଏପରି ପରିବା ବିଷୟରେ, ଯାହାକୁ ଖାଇବା ଦ୍ୱାରା ଆପଣଙ୍କୁ କେବଳ ଶକ୍ତି ଦେବ ନାହିଁ ବରଂ ଗୁରୁତର ରୋଗଠାରୁ ବି ବଞ୍ଚାଇବ । ବିଶେଷ ଭାବରେ ଏହି ପରିବା ଅନ୍ୟ ପରିବା ଅପେକ୍ଷା ୫୦ ଗୁଣ ଅଧିକ ଶକ୍ତି ଏବଂ ପ୍ରୋଟିନ୍ ଯୋଗାଇଥାଏ, ଯାହାର ନାମ କାଙ୍କଡ । କାଙ୍କଡ଼ ଏପରି ଏକ ପରିବା ଯାହାକୁ ଔଷଧ ଭାବେ ମଧ୍ୟ ବ୍ୟବହାର କରାଯାଇଥାଏ। କିଛି ସ୍ଥାନରେ ଏହାକୁ କଣ୍ଟୋଲ, କେକରୋଲ,ଭାଟ କରେଲା, ମିଠା କରେଲା ଆଦି ନାମରେ ଜଣାଯାଇଥାଏ।

ଏହା ସହ କର୍କଟରୋଗୀଙ୍କ ପାଇଁ କାଙ୍କଡ ବହୁତ ଲାଭଦାୟକ ଅଟେ । ପ୍ରକୃତରେ କାଙ୍କଡରେ ଯେତେ ମାତ୍ରାରେ ପ୍ରୋଟିନ ଏବଂ ପୋଷକ ତତ୍ୱ ରହିଛି, ତାହା ଅନ୍ୟ କୌଣସି ମାଂସ କିମ୍ବା ଅଣ୍ଡାରେ ମିଳିବ ନାହିଁ । ଗବେଷଣା ଅନୁଯାୟୀ ନିୟମିତ କାଙ୍କଣ ଖାଇବା ଦ୍ୱାରା ଶରୀରକୁ ଫିଟ୍ ରଖିପାରିବେ ।

କାଙ୍କଡରେ ଯେଉଁଭଳି ଭାବେ ପ୍ରୋଟିନ ଭରପୁର ଥାଏ ସେହିଭଳି ଏହାର ସ୍ୱାଦ ମଧ୍ୟ ନିଆରା । ଏହାସହିତ ଏହାକୁ ଖାଇବା ଦ୍ୱାରା କର୍କଟ ଏବଂ ହୃଦ ରୋଗ ଦୂର ହୋଇପାରିବ ।

କାଙ୍କଡ଼ରେ ମେମୋରଡ଼ିସିନ୍ ନାମକ ଏକ ତତ୍ତ୍ବ ମିଳିଥାଏ ଯାହା ଶରୀରରେ ଆଣ୍ଟିଅକ୍ସିଡ଼େଣ୍ଟ ଭଳି କାମ କରିଥାଏ। ଏହା ଉଚ୍ଚରକ୍ତଚାପ ବ୍ୟକ୍ତିଙ୍କ ପାଇଁ ବହୁ ଲାଭକାରର ସାବ୍ୟସ୍ତ ହୋଇଥାଏ। ତେବେ ଖାଲି କାଙ୍କଡ଼ ନୁହଁ ଏହି ତତ୍ତ୍ବ କଲରାରେ ମଧ୍ୟ ମିଳିଥାଏ। କିନ୍ତୁ ଯେହେତୁ କଲରା ପିତା ଲାଗିଥାଏ ଏଣୁ ତାହା ତୁଳନାରେ କାଙ୍କଡ଼ ଖାଇବା ବହୁତ ସ୍ବାଦିଷ୍ଟ ଏବଂ ଲାଭକାରୀ ହୋଇଥାଏ।

Get real time updates directly on you device, subscribe now.