fbpx

3ଲକ୍ଷ ଶସ୍ତା ହେଲା କାର୍ , କେଉଁ ଗାଡିରେ ସବୁଠି ଅଧିକା ରିହାତି?

discount on car for festive season Maruti Grand Vitara kia seltos volkswagen taigun

ନୂଆଦିଲ୍ଲୀ: ଆସିଛି ପାର୍ବଣ ଋତୁ । ଏହି ସମୟରେ ସମସ୍ତେ ନିଜ ଘର ପାଇଁ ଗାଡି କିଣିଥାନ୍ତି । ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ କମ୍ପାନୀମାନେ ମଧ୍ୟ ଲୋଭନୀୟ ଅଫର ପ୍ରଦାନ କରିଥାନ୍ତି । ଆପଣ ମଧ୍ୟ ଘର ପାଇଁ ଶସ୍ତାରେ ଏକ କାର୍ କିଣିବା ନେଇ ଯୋଜନା କରୁଛନ୍ତି କି ? ବର୍ତ୍ତମାନ ଉପଯୁକ୍ତ ସମୟ । 10 ଲକ୍ଷ ଟଙ୍କାରୁ କମରେ ଲାଟେଷ୍ଟ କାର୍ କିଣିବାର ସୁଯୋଗ ପାଇବେ ।

ଯଦି ଦେଖିବା କିଆ ସେଲଟେକ୍ସ ଏକ ପ୍ରସିଦ୍ଧ କମ୍ପେଟ ଏସୟୁଭି ଅଟେ । ଭାରତୀୟ ବଜାରରେ ଏହାର ଚାହିଦା ମଧ୍ୟ ଅଧିକା ରହିଛି । ଏହି କାରରେ ଷ୍ଟାଇଲିସ ଡିଜାଇନ, ଶକ୍ତିଶାଳୀ ଇଞ୍ଜିନ, ଅଧିକା ଅପ୍ସନ ଏବଂ ନୂଆ ନୂଆ ଫିଚର ମଧ୍ୟ ରହିଛି । କିଆ ସେଲଟେକ୍ସର ଏକ୍ସୟୁଭି ପ୍ରାଇମ 7.99 ଲକ୍ଷରୁ ଆରମ୍ଭ ହେଉଛି । ଏଥିରେ ଅନେକ ନୂଆନୂଆ ଫିଚର ମଧ୍ୟ ରହିଛି । 10.25 ଇଞ୍ଚର ଚଟସ୍କ୍ରିନ, ଇମ୍ଫୋଟେନମେଣ୍ଟ ସିଷ୍ଚମ ରହିଛି । ଯାହା ଆଣ୍ଟ୍ରୋଏଡ ଅଟୋ ଏବଂ ଆପଲ୍ କାର୍ ପ୍ଲେକୁ ସପୋର୍ଟ କରିଥାଏ । ଏହାସହିତ ଡିଜିଟାଲ ଡ୍ରାଇଭର ଡିସପ୍ଲେ, ଡୁଆଲ ଜୋନ କ୍ଲାଇମେଟ୍ କଣ୍ଟ୍ରୋଲ ଏବଂ ପେନାସୋନିକ ସନରୁଫ ଭଳି ମଧ୍ୟ ସୁବିଧା ରହିଛି ।

ଯଦି ଆପଣ କୌଣସି ସେଲଟେକ୍ସ ଅପ୍ସନ ଦେଖୁଛନ୍ତି, ତାହେଲେ ଏହା ଏକ ଜବରଦସ୍ତ ସୁଯୋଗ ଅଟେ । ଓ୍ବାଲ୍ସଓ୍ବାଗନ ଟାଇଗୁନ, ମାରୁତି ଗ୍ରାଣ୍ତ ବିଟାରା, ଏବଂ ହୋଣ୍ଡା ଏଲିବେଟରେ 3 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ରହିଛି । ଓ୍ବାଲ୍ସଓ୍ବାଗନ ଟାଇଗୁନରେ 3 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ରହିଛି । 2023 ମଡେଲ ଉପରେ ଏହି ଅଫର ପ୍ରଯୁଜ୍ୟ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଏହାର ଭାରିଆଣ୍ଟରେ କମ୍ଫଟ ଲାଇନ, ହାଇ ଲାଇନ ଏବଂ ଟପ୍ ଲାଇନ୍ ସାମିଲ ରହିଛି । ଏହି କାରର ଏକ୍ସ ସୋରୁମ ଦାମ୍ 11.70 ଲକ୍ଷରୁ ଆରମ୍ଭ ହେଉଛି ।

ଅନ୍ୟପଟେ ମାରୁତି ଗ୍ରାଣ୍ଡ ବିଟାରାର ଷ୍ଟାଙ୍ଗ ହାଇବ୍ରିଡ୍ ଭାରିଆଣ୍ଟରେ ସବୁଠୁ ଅଧୁକ ସୁବିଧା ପ୍ରଦାନ କରୁଛି । ଏଙି ଭାରିଆଣ୍ଟରେ 1.25 ଲକ୍ଷର ଅଫର ରହିଛି । ସିଏନଜି ଭାରିଆଣ୍ଟରେ 31 ହଜାର 300 ଟଙ୍କାର ଡିସକାଉଣ୍ଟ ରହିଥିବା ବେଳେ ନନହାଇବ୍ରିଡ୍ ଭାରିଆଣ୍ଟ 73 ହଜାର 300 ଟଙ୍କା ରହିଛି । ହାଇବ୍ରିଡ୍ ମୋଡେଲ 21.51 ଲକ୍ଷରୁ ଆରମ୍ଭ ହେଉଛି ।

Get real time updates directly on you device, subscribe now.