fbpx

ସ୍ପର୍ଶ ଗ୍ରୁପ ଅଫ୍ ହସ୍ପିଟାଲ୍‌ରେ ବିଶ୍ୱ ଫିଜିଓଥେରାପି ଦିବସ ପାଳିତ, ଜାଣନ୍ତୁ ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ

ଭୁବନେଶ୍ୱର: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସ୍ପର୍ଶ ଗ୍ରୁପ ଅଫ୍ ହସ୍ପିଟାଲ୍ ପକ୍ଷରୁ ବିଶ୍ୱ ଫିିଜିଓଥେରାପି ଦିବସ ପାଳନ କରାଯାଇଛି। ଆଜିକାଲିର ପରିବର୍ତ୍ତିତ ଜୀବନଶୈଳୀ, ଅତ୍ୟଧିକ କାର୍ଯ୍ୟଭାର, ମୋବାଇଲ୍ ଏବଂ କମ୍ପ୍ୟୁଟରର ବହୁଳମାତ୍ରାରେ ବ୍ୟବହାର, ଅସନ୍ତୁଳିତ ଖାଦ୍ୟପେୟ, ନିଦ୍ରାହିନତା ଏବଂ ମାନସିକ ଚାପ ମନୁଷ୍ୟକୁ ଦିନକୁ ଦିନ ଅସୁସ୍ଥ କରିଦେଉଛି ଫଳରେ ଉଚ୍ଚରକ୍ତ ଚାପ, ରକ୍ତ ଶର୍କରା ବୃଦ୍ଧି, ମାଂସପେଶୀରେ ଯନ୍ତ୍ରଣା, ସ୍ନାୟବିକ ଦୁର୍ବଳତା ଏବଂ ପକ୍ଷାଘାତ ଭଳି ରୋଗରେ ଶିକାର ହେଉଛନ୍ତିି। ସାଧାରଣତଃ ଏହି ରୋଗ ସୂଚନା ଏବଂ ପ୍ରଯୁକ୍ତିବିଦ୍ୟାରେ କର୍ମରତ ବ୍ୟକ୍ତି, ଅଧିକରୁ ଅଧିକ ସମୟ ଧରି ଗୋଟିଏ ସ୍ଥାନରେ ବସିରହୁଥିବା ଏବଂ ମହିଳାମାଙ୍କ ଜୀବନଶୈଳୀ ହିଁ ଅଣ୍ଟାବ୍ୟଥା, ମେରୁଦଣ୍ଡ ଜନିତ ଯନ୍ତ୍ରଣା ବହୁଳମାତ୍ରାରେ ଦେଖାଦେଇଥାଏ।

ଫିଜିଓଥେରାପିର ଆବଶ୍ୟକତା ଓ ଗୁରୁତ୍ୱ ଏହି ଜନସଚେତନତା ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ । “ଚଳିତ ବର୍ଷର ଫିଜିଓଥେରାପିର ଅଣ୍ଟାବ୍ୟଥା, ମେରୁଦଣ୍ଡ ଜନିତ ଯନ୍ତ୍ରଣା ଫିଜିଓଥେରାପି ମାଧ୍ୟମରେ ନିରାକରଣ ଏବଂ ସାମାଜିକ ସଚେତନତା ସୃଷ୍ଟିକରିବା ପାଇଁ ଲକ୍ଷ୍ୟ ରଖାଯାଇଛି” ।

କେବଳ ଅସୁସ୍ଥ ବ୍ୟକ୍ତି ଫିଜିଓଥେରାପିର ଆବଶ୍ୟକ କରେ ତାହା ନୁହେଁ, ଜଣେ ସୁସ୍ଥବ୍ୟକ୍ତି ମଧ୍ୟ ଫିଜିଓଥେରାପି ମାଧ୍ୟମରେ ନିଜକୁ ନିରୋଗୀ ରଖିପାରିବ। ମାଂସପେଶୀରେ ଯନ୍ତ୍ରଣା, ସ୍ନାୟବିକ ଦୁର୍ବଳତା ଭଳି ଅବସ୍ଥାର ଚିକିତ୍ସା କ୍ଷେତ୍ରରେ ଫିଜିଓଥେରାପି ହିଁ ଏକ ମାତ୍ର ବିକଳ୍ପ। ଭେସଜ ଏବଂ ଶଲ୍ୟ ଚିକିତ୍ସା କ୍ଷେତ୍ରରେ ଫିଜିଓଥେରାପି ଏକ ଅଭିଛେଦ୍ୟ ଅଙ୍ଗ। ମାଂସପେଶୀରେ ଯନ୍ତ୍ରଣା, ସ୍ନାୟବିକ ଦୁର୍ବଳତା, ପକ୍ଷାଘାତ ଭଳି ରୋଗ ଏବଂ ଦୁର୍ଘଟଣା ଜନିତ ଶଲ୍ୟ ଚିକିତ୍ସା ଏବଂ ଏହାର ପରବର୍ତ୍ତି ଚିକିତ୍ସା ରେ ରୋଗୀକୁ ଫିଜିଓଥେରାପି ଆବଶ୍ୟକ ପଡ଼ିଥାଏ ଯାହାଦ୍ୱାରା ରେଗୀ ବହୁଶିଘ୍ର ସୁସ୍ଥ ହୋଇଥାଏ। ଯଦି ରୋଗୀ ଉପଯୁକ୍ତ ସମୟରେ ଫିଜିଓଥେରାପି କରେ ତହା ନିଶ୍ଚିତ ଭାବରେ ରୋଗର ନିରାକରଣ ହେଇପାରିବ।

ଏହି କର୍ମଶାଳାକୁ ଫିଜିଓଥେରାପିଷ୍ଟ୍‌, ଡ଼ା. ଜୟପ୍ରକାଶ ପ୍ରଧାନ ଉଦ୍‌ଘାଟନ କରିଥିଲେ। ଏହି କର୍ମଶାଳାରେ ସ୍ପର୍ଶ ଗ୍ରୃପ ଅଫ୍ ହସ୍ପିଟାଲ୍‌ର ସମ୍ବାନିତ ଅତିଥି କର୍ଣ୍ଣ, ନାସା ଗଳା ତଥା କର୍କଟ ଶଲ୍ୟ ଚିକିତ୍ସା ବିଭାଗର ପ୍ରଫେସର ଡ଼ା. ରାଜେଶ୍ କୁମାର ପାଢ଼ୀ, ଅସ୍ଥିଶଲ୍ୟ ବିଶେଷଜ୍ଞ ଡ଼ା. ଅଭିମନ୍ୟୁ ମଢ଼ୁଆଲ୍ , ସ୍ନାୟୁବିଜ୍ଞାନର ବିଶେଷଜ୍ଞ ଡ଼ା. ସୂର୍ଯ୍ୟପ୍ରକାଶ ଏସ୍ ଚୋଉଧୁରୀ, ଜରୁରୀକାଳୀନ ବିଭାଗର ଡ଼ା. ଦେବି ପ୍ରସାଦ ମିଶ୍ର, ସ୍ପର୍ଶ ଗ୍ରୃପର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ା. ଅନୁଜ୍ ତିୱାରୀ, ସହକାରୀ ମେଡ଼ିକାଲ୍ ସୁପରିଟେଣ୍ଡଣ୍ଟ୍ ଡ଼ା. ଭରତ ଦାସ ଏବଂ ହସ୍ପିଟାଲ୍‌ର ବରିଷ୍ଠ ଡ଼ାକ୍ତର ଉପସ୍ଥିତ ରହି ଅଣ୍ଟାବ୍ୟଥା, ମେରୁଦଣ୍ଡ ଜନିତ ଯନ୍ତ୍ରଣାର ସମସ୍ୟା କିପରି ନିରାକରଣ କରାଯାଇପାରିବ ସେବିଷୟରେ ରୋଗୀ ଏବଂ ରୋଗୀର ସମ୍ପର୍କୀୟମାନଙ୍କୁ ସଚେତନତା କରାଇଥିଲେ ଏଥି ସହିତ ଫିଜିଓଥେରାପି ଦ୍ୱାରା ସୁସ୍ଥ ହେଇଥିବା ରୋଗୀମାନେ ତାଙ୍କର ମତରଖିଥିଲେ ଏବଂ ଫିଜିଓଥେରାପିଷ୍ଟ୍‌ଙ୍କୁ ଧନ୍ୟବାଦ ଜଣାଇଥିଲେ।

Get real time updates directly on you device, subscribe now.