fbpx

ଆଗାମୀ ଦିନରେ କମିବ EVର ଦାମ୍, ବନ୍ଦ ହେବକି ପେଟ୍ରୋଲ-ଡିଜେଲ ଗାଡି?

ନୂଆଦିଲ୍ଲୀ: ଭାରତୀୟ ବଜାରରେ ଇଲେକ୍ଟ୍ରିକ ଗାଡିର ଚାହିଦା ବୃଦ୍ଧି ପାଇବାରେ ଲାଗିଛି । ସରକାର ମଧ୍ୟ ଏହି ଗାଡି ଉପରେ ଫୋକସ କରୁଛନ୍ତି । ଆସନ୍ତା 2 ବର୍ଷ ମଧ୍ୟରେ ଇଲେକ୍ଟ୍ରିକ ଗାଡିର ଦାମ୍ ପେଟ୍ରୋଲ ଏବଂ ଡିଜେଲ କାର୍ ସହିତ ସମାନ ହେବ ବୋଲି ଆଜି କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି । ଏସିଏମଏର 64ତମ ବାର୍ଷିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।

ନୀତିନ ଗଡକରୀ ଆହୁରି ମଧ୍ୟ କହିଛନ୍ତି, ଅର୍ଥମନ୍ତ୍ରୀଙ୍କୁ ଇଲେକ୍ଟ୍ରିଟ ଗାଡିରେ ସବସିଡି ଦେବା ନେଇ କୌଣସି ସମସ୍ୟା ନାହିଁ । ଏହା ପୂର୍ବରୁ ସେ ଘୋଷଣା କରିଥିଲେ ଯେ, ଇଭି ନିର୍ମାତାଙ୍କୁ ଏବେ ସବସିଡିର କୌଣସି ଆବଶ୍ୟକତା ନାହିଁ । କାରଣ ସେତେବେଳେ ଉତ୍ପାଦନର ଖର୍ଚ୍ଚ କମ୍ ରହିଥିଲା । ବର୍ତ୍ତମାନ ଲୋକେ ଇଭି ଗାଡି ପ୍ରତି ମନ ବଳାଉଛନ୍ତି । ଗତବର୍ଷ ଇଲେକ୍ଟ୍ରିଟ ଗାଡିର ମାର୍କେଟ ସେୟାର 6.3 ପ୍ରତିଶତ ରହିଥିଲା । ଯାହା ପୂର୍ବବର୍ଷ ତୁଳନାରେ 50 ପ୍ରତିଶତ ଅଧିକ ଥିଲା । ପେଟ୍ରୋଲ ଡିଜେଲ ପ୍ରତି ମୁଁ ଖିଲାପ ନାହିଁ ବୋଲି ସେ କହିଛନ୍ତି । କିନ୍ତୁ ଫସିଲ ଫୁଏଲ ଉପରେ ନିର୍ଭରତା କମ୍ କରିବାକୁ ହେବ ।

Get real time updates directly on you device, subscribe now.