fbpx

ସଞ୍ଚାର ବିଭାଗରେ ବାହାରିଲା ସରକାରୀ ଚାକିରି: ଆଜି ହିଁ କରନ୍ତୁ ଆବେଦନ, ଲକ୍ଷେ ରହିଛି ଦରମା

ନୂଆଦିଲ୍ଲୀ: ସରକାରି ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର । ସଞ୍ଚାର ମନ୍ତ୍ରାଳୟ ଅନେକ ପଦବୀ ପାଇଁ ନିଯୁକ୍ତି ବାହାର କରିଛି । ଜୁନିୟର ଆକାଉଣ୍ଟେଣ୍ଟ, ଲୋୟର ଡିଭିଜନ କ୍ଲର୍କ, ପର୍ସନାଲ ସେକ୍ରେଟାରୀ, ଷ୍ଟେନୋଗ୍ରାଫର୍ ଏବଂ ମଲ୍ଟି ଟାସ୍କିଂ କର୍ମଚାରୀ ପାଇଁ ନିଯୁକ୍ତି ସୁଯୋଗ ବାହାରିଛି । 27 ଜଣ ପାଇବେ ସରକାରୀ ଚାକିରି । ଅର୍ଥାତ 27ଟି ପଦବୀ ପାଇଁ ନୋଟିଫିକେସନ ବାହାର କରାଯାଇଛି ।

ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି ସେମାନେ ମନ୍ତ୍ରାଳୟୟର ସରକାରୀ ଓ୍ବେବସାଇଟ୍ dot.gov.inକୁ ଯାଇ ଫର୍ମ ଡାଉନଲୋଡ କରିପାରିବେ । ଏହାପରେ ଫର୍ମ ସହିତ ଡକ୍ୟୁମେଣ୍ଟକୁ ଦିଆଯାଇଥିବା ଠିକଣାରେ ପଠାଇବାକୁ ହେବ । ଆବେଦନର ଅନ୍ତିମ ତାରିଖ ଅକ୍ଟୋବର 21 ତାରିଖ ରହିଛି । ଇଚ୍ଛୁକ ଆଶାୟୀମାନେ ଆବେଦନ କରିପାରିବେ । ଏହି ପଦ ପାଇଁ ଆବଦେନ କରିବାକୁ ହେଲେ ସର୍ବୋଚ ବୟସ ସୀମା 56 ବର୍ଷ ରଖାଯାଇଛି ।

କେଉଁ ବିଭାଗରେ କେତେ ପଦବୀ ଖାଲି-

ଜୁନିଅର ଆକାଉଣ୍ଟେଣ୍ଟ-9 ପଦବୀ

ଲୋୟାର ଡିଭିଜୱ କ୍ଲର୍କ-15

ପର୍ସନାଲ ସେକ୍ରେଟାରୀ-1 ପଦବୀ

ଷ୍ଟେନୋଗ୍ରାଫର-1

ମଲ୍ଟି ଟାସ୍କିଂ ଷ୍ଟାଫ-1 ପଦବୀ

ତେବେ ପଦବୀ ଅନୁସାରେ ଦରମା ମଧ୍ୟ ଭିନ୍ନ ଭିନ୍ ରହିଛି । ଜୁନିୟର ଆକାଉଣ୍ଟାଣ୍ଟ ପାଇଁ ଦରମା 29 ହଜାର 200 ଟଙ୍କାରୁ 92 ହଜାର 300 ଟଙ୍କା ରହିଛି । ସେହିପରି ଲୋୟାର ଡିଭିଜନ କ୍ଲର୍କ ପାଇଁ 19 ହଜାର 900 ଟଙଅକାରୁ 63 ହଜାର 200 ଟଙ୍କା ରହିଛି । ପର୍ସନାଲ ସେକ୍ରାଟାରୀ ପାଇଁ ଦରମା 44 ହଜାର 900 ଟଙ୍କାରୁ 1 ଲକ୍ଷ 42 ହଜାର 400 ଟଙ୍କା ରହିଛି । ଷ୍ଟେନୋଗ୍ରାଫର ଦରମା 25 ହଜାର 500 ଟଙ୍କାରୁ 81 ହଜାର 100 ଟଙ୍କା ରହିଛି  ।

 

Get real time updates directly on you device, subscribe now.