fbpx

କାଲି ସିଲିଣ୍ଡର ଆଜି ସିମେଣ୍ଟ ସ୍ଲାବ: ପିଟିହେଲା ଟ୍ରେନ, ରେଳ ଦୁର୍ଘଟଣା କରିବାକୁ ବଡ ଷଡଯନ୍ତ୍ର

ରାଜସ୍ଥାନ : ଉତ୍ତରପ୍ରଦେଶର କାନପୁର ପରେ ରାଜସ୍ଥାନରୁ ରେଳ ଦୁର୍ଘଟଣା ପାଇଁ ଷଡଯନ୍ତ୍ରର ଖବର ସାମ୍ନାକୁ ଆସୁଛି । ଗତକାଲି ଟ୍ରାକରେ ସିଲିଣ୍ଡର ରଖିଥିବା ବେଳେ ଆଜି ରାଜସ୍ଥାନର ଆଜମେରର ରେଳ ଟ୍ରାକରେ ଦେଖିବାକୁ ମିଳିଛି ସିମେଣ୍ଟ ସ୍ଲାବ । ମାଲବାହୀ ଟ୍ରେନକୁ ଲାଇନଚ୍ୟୁତ କରାଇବା ପାଇଁ ଏହି ଯୋଜନା କରାଯାଇଥିବା ଅନୁମାନ କରାଯାଉଛି । ଅଜମେରର ସରଧାନାର ଏକ ରେଳ ଟ୍ରାକ ଉପରେ ଏହି ସିମେଣ୍ଟ ସ୍ଲାବକୁ ରଖିଥିଲେ ଦୁର୍ବୃତ୍ତ । ଏନେଇ ଖବର ପାଇ ସ୍ଥାନୀୟ ପୋଲିସ ଏକ ମାମଲା ରୁଜୁ କରବା ସହିତ ତଦନ୍ତ ଆପମ୍ଭ କରିଛି । କିଏ ଏବଂ କାହିଁକି ଏଭଳି କାଣ୍ଡ ଭିଆଇବା ପାଇଁ ଯୋଜନା କରୁଛୁ, ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସୋମବାର କାଳିନ୍ଦୀ ଏକ୍ସପ୍ରେସକୁ ଉଡାଇ ଦେବା ପାଇଁ ଟ୍ରାକରେ ଗ୍ୟାସ ସିଲିଣ୍ଡର ରଖି ଷଡଯନ୍ତ୍ର କରାଯାଇଥିଲା । କିନ୍ତୁ ପାଇଲଟ ଜଣକ ଏମରଜେନ୍ସି ବ୍ରେକ ମାରି ବଡ ଦୁର୍ଘଟଣାକୁ ଟଳେଇ ଦେଇଥିଲେ । ତେବେ ଆଜମେର ଟ୍ରାକରେ ରଖାଯାଇଥିବା ସିମେଣ୍ଟ ସ୍ଲାବର ଓଜନ 70 କିଲୋ ହେବା ନେଇ ଅନୁମାନ କରାଯାଉଛି । ଟ୍ରେନଟି ସିମେଣ୍ଟ ସ୍ଲାବକୁ ଧକ୍କା ଦେଇଥିଲେ ହେଁ ସୌଭାଗ୍ୟବଶତଃ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଛି । ମାଲଗାଡିଟି ପୁଲେରାରୁ ଅହମ୍ମଦାବାଦ ଅଭିମୁଖେ ଯାଉଥିବା ବେଳେ ଅଜମେର ନିକଟରେ ଏହି ଘଟଣା ଘଟିଥିଲା । ତେବେ ଏହି ଘଟଣା ପରେ ମାଙ୍ଗଲିୟାବାସ ଥାନାରେ ଆରପିଏଫ ପକ୍ଷରୁ ମାମଲା ଦାୟର କରାଯାଇଛି ପୋଲିସ ପାରିପାର୍ଶ୍ବିକ ପରିସ୍ଥିତିକୁ ନଜରରେ ରଖି ତଦନ୍ତ ଆରମ୍ଭ କରିଛି ।

 

Get real time updates directly on you device, subscribe now.