fbpx

ଦଳରୁ ବାଦ୍ ପଡ଼ିଲେ ଋଷଭ ପନ୍ତ-ଶୁଭମନ ଗିଲ୍: ରିଙ୍କୁ ସିଂହଙ୍କୁ ମିଳିଲା ବଡ଼ ସୁଯୋଗ

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ପାଇଁ ଦଳ ଘୋଷଣା କରିଛି ଟିମ ଇଣ୍ଡିଆ । ଏଥିରେ ୨ ବର୍ଷ ପରେ ଭାରତୀୟ ଟେଷ୍ଟ ଟିମରେ ସୁଯୋଗ ପାଇଛନ୍ତି ଋଷଭ ପନ୍ତ । ଏହାବ୍ୟତୀତ ଆହୁରି କିଛି ଖେଳାଳି ମଧ୍ୟ ଦଳରେ ଏଣ୍ଟ୍ରି କରିଛନ୍ତି । ତେବେ ଏହି ଦଳ ଚୟନ ହେବା ପରେ ଆଉ ଏକ ବଡ଼ ଘୋଷଣା କରିଛି ବିସିସିଆଇ । ସେପ୍ଟେମ୍ବର ୧୨ ତାରିଖରୁ ଅନନ୍ତପୁରରେ ଖେଳାଯିବାକୁ ଥିବା ମ୍ୟାଚ୍ ପାଇଁ ସ୍କ୍ୱାଡ ଘୋଷଣା ହୋଇଯାଇଛି । ଏହି ଦଳରୁ ଋଷଭ ପନ୍ତ ଏବଂ ଶୁଭମନ ଗିଲଙ୍କ ସମେତ ୪ ଜଣ ଷ୍ଟାର ଖେଳାଳିଙ୍କୁ ବାଦ୍ ଦିଆଯାଇଛି । ତେଣୁ ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରିଙ୍କୁ ସିଂହଙ୍କୁ ଦଳରେ ସୁଯୋଗ ମିଳିଛି ।

ଦୁଲୀପ୍ ଟ୍ରଫି-୨୦୨୪ର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ବିସିସିଆଇ ୪ଟି ଟିମ ଘୋଷଣା କରିଛି । ସେପ୍ଟେମ୍ବର ୧୨ ତାରିଖରୁ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବାକୁ ଥିବା ବେଳେ ଏଥିପାଇଁ ଇଣ୍ଡିଆ-ଏ, ଇଣ୍ଡିଆ-ବି ଏବଂ ଇଣ୍ଡିଆ-ଡି ଦଳରେ କିଛିଟା ପରିବର୍ତ୍ତନ କରିଛି । ତେବେ ଇଣ୍ଡିଆ-ସି ଦଳରେ କୌଣସି ପରିବର୍ତ୍ତନ ହୋଇନାହିଁ । ଦୁଲୀପ ଟ୍ରଫିର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଦଳରୁ ଶୁଭମନ ଗିଲ୍, ଋଷଭ ପନ୍ତ, କେ.ଏଲ ରାହୁଲ, ଧ୍ରୁବ ଜୁରେଲ ଏବଂ କୁଳଦୀପ ଯାଦବଙ୍କ ସମେତ ଅନେକ ଖେଳାଳିଙ୍କୁ ଦଳରୁ ବାଦ୍ ଦେଇଛି ବୋର୍ଡ ।

ଇଣ୍ଡିଆ-ବି ପାଇଁ ଖେଳୁଥିବା ଋଷଭ ପନ୍ତ ଏବଂ ଯଶସ୍ୱୀ ଜଏସ୍ୱାଲଙ୍କୁ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳରେ ଚୟନ କରାଯାଇଛି । ତେଣୁ ଉଭୟ ଖେଳାଳି ଦୁଲୀପ ଟ୍ରଫିର ଦ୍ୱିତୀୟ ପର୍ଯ୍ୟାୟରେ ଅନୁପସ୍ଥିତ ରହିବେ । ଏହି ଦୁଇ ଖେଳାଳିଙ୍କ ସ୍ଥାନରେ ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରିଙ୍କୁ ସିଂହ ଏବଂ ସୁୟାସ ପ୍ରଭୁଦେସାଇଙ୍କୁ ଦଳରେ ସାମିଲ କରାଯାଇଛି । ଏହାବ୍ୟତୀତ ୟଶ ଦୟାଲଙ୍କୁ ପ୍ରଥମ ଥର ପାଇଁ ଟିମ ଇଣ୍ଡିଆରେ ସାମିଲ କରାଯାଇଛି । ସେପଟେ ସରଫରାଜ ଖାନ ମଧ୍ୟ ଭାରତୀୟ ଦଳରେ ସାମିଲ ହୋଇଥିବାରୁ ଉଭୟ ଖେଳାଳି ଦ୍ୱିତୀୟ ପର୍ଯ୍ୟାୟରୁ ବାଦ୍ ପଡ଼ିଛନ୍ତି । ୟଶ ଦୟାଲଙ୍କ ସ୍ଥାନରେ ମଧ୍ୟପ୍ରଦେଶ କ୍ରିକେଟ ସଂଘର ଷ୍ଟାର କ୍ରିକେଟ ହିମାଂଶୁ ମନ୍ତ୍ରୀଙ୍କୁ ସାମିଲ କରାଯାଇଛି ।

ଶୁଭମନ ଗିଲଙ୍କ ସ୍ଥାନରେ ପ୍ରଥମ ସିଂହ(ରେଲୱେ), କେ.ଏଲ ରାହୁଲଙ୍କ ସ୍ଥାନରେ ଅକ୍ଷୟ ୱାଡେକର(ବିଦର୍ଭ) ଏବଂ ଧ୍ରୁବ ଜୁରେଲଙ୍କ ସ୍ଥାନରେ ଏସ.କେ ରସୀଦ(ଆନ୍ଧ୍ର ପ୍ରଦେଶ)ଙ୍କୁ ଦୁଲୀପ ଟ୍ରଫିର ଦ୍ୱିତୀୟ ପର୍ଯ୍ୟାୟରେ ସାମିଲ କରାଯାଇଛି । ବାମହାତୀ ସ୍ପିନର ଶାମ୍ସ ମୁଲାନୀ କୁଳଦୀପ ଯାଦବଙ୍କ ସ୍ଥାନରେ ସୁଯୋଗ ପାଇଥିବା ବେଳେ ଆକାଶ ଦୀପଙ୍କ ସ୍ଥାନରେ ଆକିବ ଖାନ(ୟୁପିସିଏ) ସାମିଲ ହୋଇଛନ୍ତି । ଦଳରେ ମୟଙ୍କ ଅଗ୍ରୱାଲଙ୍କୁ ଅଧିନାୟକ ପଦ ପ୍ରଦାନ କରାଯାଇଛି । ଅକ୍ଷର ପଟେଲଙ୍କ ସ୍ଥାନରେ ନିଶାନ୍ତ ସିନ୍ଧୁଙ୍କୁ ସ୍ଥାନ ଦିଆଯାଇଥିବା ବେଳେ ତୁଷାର ଦେଶପାଣ୍ଡେ ଆହତ ଯୋଗୁଁ ଦ୍ୱିତୀୟ ପର୍ଯ୍ୟାୟରୁ ବାଦ୍ ପଡ଼ିଛନ୍ତି । ତାଙ୍କ ସ୍ଥାନରେ ଇଣ୍ଡିଆ-ଏ ର ବିଦ୍ୱାଥ କାବରପ୍ପା ସାମିଲ ହୋଇଛନ୍ତି ।

Get real time updates directly on you device, subscribe now.