fbpx

ରେଳଧାରଣାରେ ରିଲ କରିବା ପଡିଲା ମହଙ୍ଗା, ଟ୍ରେନ ଧକ୍ଲାରେ ଚାଲିଗଲା ସ୍ୱାମୀ, ସ୍ତ୍ରୀ ଏବଂ ପିଲାଙ୍କର ପ୍ରାଣ

ନୂଆଦିଲ୍ଲୀ:ଏକ ପରିବାର ରେଲଧାରଣାରେ ଛିଡା ହୋଇ ରିଲ କରୁଥିଲେ। ଏହି ସମୟରେ ଏକ ଟ୍ରେନ ଆସି ପୁରା ପରିବାର ଉପରେ ମାଡିଯାଇଥିଲା ଏବଂ ସମସ୍ତେ ମୃତ୍ୟୁବରଣ କରିଥିଲେ। ମୃତକଙ୍କ ମଧ୍ୟରେ ସ୍ୱାମୀ-ସ୍ତ୍ରୀ ଏବଂ ଜଣେ ଦୁଇ ବର୍ଷୀୟ ବାଳକ ସାମିଲ ଥିଲା। ଏହି ଘଟଣାଟି ଉତ୍ତରପ୍ରଦେଶର ଲକ୍ଷ୍ମୀପରର ଅଟେ।

ସୂଚନାନୁଯାୟୀ, ଏହି ଖବର ପାଇବା ମାତ୍ରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ଏକତ୍ରୀତ ହୋଇଥିଲେ। ଏହାପରେ ପୋଲିସ ପହଞ୍ଚି ଏହି ଘଟଣାର ତଦନ୍ତ ଚଳାଇଛି। ଏକ ପାସେଞ୍ଜର ଟ୍ରେନରେ ଦମ୍ପତ୍ତି ଏବଂ ଶିଶୁର ମୃତ୍ୟୁ ଘଟିଛି। ତେବେ ଶିଶୁକୁ କୋଳରେ ଧରି ସ୍ୱାମୀ-ସ୍ତ୍ରୀ ରେଳଧାରଣାରେ ରିଲ୍ସ କରୁଥିଲେ।

ବୁଧବାର ୯ଟା ୩୦ ସୁଦ୍ଧା ସ୍ୱାମୀ-ସ୍ତ୍ରୀ ରେଳଧାରଣାରେ ଛିଡା ହୋଇ ରିଲ୍ସ କରୁଥିଲେ, ତେବେ ଟ୍ରେନ ଦୁର୍ଘଟଣାରେ ମହମ୍ମଦ ଅହମଦ(୩୦), ସ୍ତ୍ରୀ ନାଜମୀନ(୨୪) ଏବଂ ତାଙ୍କର ଦୁଇ ବର୍ଷୀୟ ପୁଅ ଆରକମଙ୍କ ମୃତ୍ୟୁ ଘଟିଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିବା ପରେ ପରବର୍ତ୍ତୀ ଟ୍ରେନ ଯାତ୍ରା କରିଥିଲା।

Get real time updates directly on you device, subscribe now.