fbpx

ପୁରୀ: ଶ୍ରୀମନ୍ଦିର ଦଧିନଉତି ଉପରକୁ ଚଢ଼ିଗଲେ ଅଜଣା ବ୍ୟକ୍ତି; ସୁରକ୍ଷା ବଳୟ ଭାଙ୍ଗି ଗଲେ କିପରି?

ପୁରୀ: (ଓଡ଼ିଶା ଭାସ୍କର) ଶ୍ରୀମନ୍ଦିର ଦଧିନଉତି ଉପରକୁ ଚଢ଼ିଗଲେ ଅଜଣା ବ୍ୟକ୍ତି । ସୁରକ୍ଷା ବଳୟ ଭାଙ୍ଗି କିପରି ଦଧିନଉତି ଉପରକୁ ଚଢ଼ିଲେ ତାହା ଅସ୍ପଷ୍ଟ । ସୁରକ୍ଷା ବ୍ୟବସ୍ଥାକୁ ନେଇ ଏବେ ପ୍ରଶ୍ନ । କିପରି ଜାଣି ପାରିଲେନି ସୁରକ୍ଷା କର୍ମୀ । ପୂର୍ବରୁ ଏମିତି ଅନେକ ଘଟଣା ଘଟିଛି । ନୀଳଚକ୍ରରେ ଗାମୁଛା ଉଡାଇବା ଘଟଣା । ଏବଂ ରୋଷ ଘର ଚୁଲା ଭାଙ୍ଗିବା ଘଟଣା ଏବେ ଦଧିନଉତି ଉପରକୁ ଚଢିବା ଘଟଣା, ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ତେବେ ଏହି ବ୍ୟକ୍ତି ଜଣକ କିଏ, ତାଙ୍କ ପରିଚୟ ମିଳି ପାରି ନାହିଁ । ସୂଚନା ଅନୁସାରେ ତାଙ୍କୁ ଉଦ୍ଧାର କରି ସିଂହଦ୍ୱାର ଥାନା ପୋଲିସ ନେଉଥିବା ଖବର ମିଳିଛି ।

Get real time updates directly on you device, subscribe now.