fbpx

ବରିଷ୍ଠ ନାଗରିକ କିପରି ଓ କେଉଁଠି କରିବେ PM Ayushman Card ପାଇଁ ଆବେଦନ ? ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ହରିୟାଣା ଏବଂ ଜାମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ଦେଶର ୬ କୋଟି ବରିଷ୍ଠ ନାଗରିକଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । ବର୍ତ୍ତମାନ ଆୟୁଷ୍ମାନ ଭାରତ ପିଏମ୍ ଜନ୍ ଆରୋଗ୍ୟ ଯୋଜନା(PMJAY) ଅନ୍ତର୍ଗତ ଦେଶରେ ୭୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କୁ ମାଗଣା ଚିକିତ୍ସା ସୁବିଧା ପ୍ରଦାନ କରାଯିବ । ବୁଧବାର କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ଯୋଜନାକୁ ଅନୁମୋଦନ ମିଳିଛି ।

ଆୟୁଷ୍ମାନ ଭାରତ ପିଏମ୍ ଜନ୍ ଆରୋଗ୍ୟ ଯୋଜନା ଅନ୍ତର୍ଗତ ଯେଉଁ ପରିବାର ପୂର୍ବରୁ ପଞ୍ଜିକୃତ ଥିବେ ସେମାନଙ୍କ ପରିବାରରେ ବରିଷ୍ଠ ନାଗରିକମାନେ ଅତିରିକ୍ତ ଲାଭ ପାଇପାରିବେ । ଅର୍ଥାତ ଏହି ପରିବାରରେ ଥିବା ବରିଷ୍ଠ ନାଗରିକଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟପ୍ ଅପ୍ କଭରେଜ୍ ଦିଆଯିବ । କହିରଖୁଛୁ ଏହି ଯୋଜନା ଅନ୍ତର୍ଗତ ଦେଶର ୪.୫ କୋଟି ପରିବାର ଅନ୍ତର୍ଭୂକ୍ତ ହେବେ । ତେବେ ଆସନ୍ତୁ ଜାଣିବା ଘରେ ବସି କିପରି ଏହି ଯୋଜନା ପାଇଁ କାର୍ଡ଼ ତିଆରି କରିପାରିବା ।

PMJAY ଅନ୍ତର୍ଗତ ଆବେଦନ କରିବାର ପ୍ରକ୍ରିୟା

PMJAY ପାଇଁ ଆବେଦନ ଏବଂ କାର୍ଡ଼ ତିଆରି କରିବା ପାଇଁ ନିକଟସ୍ଥ ହସ୍ପିଟାଲ କିମ୍ବା ଆୟୁଷ୍ମାନ କେନ୍ଦ୍ର ସହ ସମ୍ପର୍କ କରିପାରିବେ । ଏଠାରେ ପଞ୍ଜିକରଣ ପ୍ରକ୍ରିୟା ପାଇଁ ଆପଣଙ୍କୁ ଆଧାର କାର୍ଡ଼ ଏବଂ ଏକ ଫଟୋ ଆବଶ୍ୟକତା ହେବ । ଗ୍ରାମାଞ୍ଚଳରେ ରହୁଥିବା ବ୍ୟକ୍ତି ଗ୍ରାମ ରୋଜଗାର ସହାୟକ କିମ୍ବା ୱାର୍ଡ଼ ଇନଚାର୍ଜଙ୍କ ସହଯୋଗରେ ଆୟୁଷ୍ମାନ କାର୍ଡ଼ ତିଆରି କରିପାରିବେ ।

୧. ପ୍ରଥମେ ନିଜ ସ୍ମାର୍ଟ ଫୋନରୁ ଗୁଗୁଲ ପ୍ଲେ ଷ୍ଟୋରରୁ ଆୟୁଷ୍ମାନ ଆପ୍ ଡାଉନଲୋଡ୍ କରନ୍ତୁ ।

୨. ଏହା ପରେ ମୋବାଇଲ ନମ୍ବର ଦେଇ ଲଗ୍ ଇନ୍ କରନ୍ତୁ ।

୩. ଲଗ୍ ଇନ୍ କରିବା ପରେ ଏଥିରେ ନିଜ ଯୋଗ୍ୟତା ଯାଞ୍ଚ୍ କରନ୍ତୁ । ନୂତନ ଆପ୍ରୁଭାଲ ପରେ ୭୦ ବର୍ଷ କିମ୍ବା ତଦୁର୍ଦ୍ଧ ବୟସର ଯେକୌଣସି ଆୟ ବର୍ଗର ବୃଦ୍ଧ/ବୃଦ୍ଧା ଏଥିପାଇଁ ଯୋଗ୍ୟ ଅଟନ୍ତି ।

୪. ଏହା ପରେ ନିଜ ଆଧାରର e-KYC  କରିବାକୁ ପଡ଼ିବ ।

୫. ଏହା ପରେ ଏକ ଫଟୋ ଅପଲୋଡ୍ କରିବା ପରେ ନିଜ କାର୍ଡ଼ ଡାଉନଲୋଡ୍ କରିପାରିବେ ।

Get real time updates directly on you device, subscribe now.