fbpx

Video; ତ୍ୟାଗ-ପରାକାଷ୍ଠାର ଭିନ୍ନ ଏକ ଉଦାହରଣ RSS, ଭିଡିଓ ଦେଖିଲେ ଥରି ଉଠିବ ହୃଦୟ

ନୂଆଦିଲ୍ଲୀ: ସାଧାରଣତଃ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ବା RSSର କଥା ଯେତେବେଳେ ସାମ୍ନାକୁ ଆସେ, ସେତେବେଳେ ଅନେକ ରାଜନୈତିକ-ସାମ୍ପ୍ରତିକ ଆଲୋଚିତ ପ୍ରସଙ୍ଗ ସାମ୍ନାକୁ ଆସେ । ହେଲେ ଥରୁଟିଏ ଏହି ଦୃଶ୍ୟ ଉପରେ ନଜର ପକାନ୍ତୁ କିପରି RSSର କର୍ମକର୍ତ୍ତାମାନେ କିଭଳି ଅନର୍ଗଳ ବର୍ଷାରେ ରାଲି କରି ଯାଉଛନ୍ତି । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରତିଷ୍ଠା ଦିବସ ଅବସରରେ ସହରରେ ସଂଘ ସ୍ୱେଚ୍ଛାସେବୀମାନେ ସହର ପରିକ୍ରମା କରୁଥିଲେ ।

ବର୍ଷା ପାଣିରେ ବି ଅଟକି ଲଥିଲା ସ୍ୱେଚ୍ଛାସେବୀଙ୍କ ପାଦ, ଭାରତ ମା’କୁ ସ୍ମରଣ କରି ଆଗକୁ ବଢୁଥିଲା । ବିଭିନ୍ନ ସ୍ଥାନରେ ଲୋକମାନେ ପୁଷ୍ପବର୍ଷା ସହ ପଥ ଯାତ୍ରାକୁ ସ୍ୱାଗତ କରିଥିଲେ । ରାସ୍ତାରେ ଥିବା ସମସ୍ତ ସ୍ବେଚ୍ଛାସେବୀ ହାତରେ ବାଡ଼ି ଧରି ଏମିତି ଲମ୍ୱା ଲମ୍ୱା ପାଦ ପକାଇ ଏପରି ଚାଲିଥିଲେ ରାସ୍ତା ଥରି ଉଠିଥିଲା । ବିଭିନ୍ନ ସ୍ଥାନରେ ପୁଷ୍ପବର୍ଷା ସହ ପଥ ଯାତ୍ରାକୁ ସ୍ୱାଗତ କରାଯାଇଥିଲା । ପ୍ରବଳ ବର୍ଷାରେ ଶହ ଶହ ସ୍ୱେଚ୍ଛାସେବୀ ନିଃସ୍ୱାର୍ଥପର ଭାବରେ ଧାଡ଼ିରେ ଚାଲି ଚାଲି ଯାଉଥିଲେ ।

ପ୍ରବଳ ବର୍ଷା-ପବନ ଭିତରେ ସଂଗଠନ ତାର ଆନ୍ଥେମ୍ ଗୀତ ଗାଇ ଗାଇ ରାସ୍ତାରେ ଚାଲିଥିଲେ । ଭିଡିଓଟିକୁ ସୋସିଆଲ ମିଡିଆ ପ୍ଲାଟପର୍ମ ଟ୍ୱିଟରରେ ପୋଷ୍ଟ କରାଯାଇଛି । @rajnikantsinghr ନାମକ ଏକ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରାଯାଇଛି । “ସେ ଲେଖିଛନ୍ତି ଆରଏସଏସ ବିଷ ନୁହେଁ, ଏହା ଶୁଦ୍ଧ ଦେଶୀ ଘିଅ, ଯାହାକୁ ଗଧ ହଜମ କରିପାରୁନାହାନ୍ତି…”

Get real time updates directly on you device, subscribe now.