fbpx

ତ୍ୱଚା ଓ କେଶ ପାଇଁ ଅତ୍ୟନ୍ତ ଉପଯୋଗୀ ହୋଇଥାଏ ଏହାର ସେବନ, ଜାଣନ୍ତୁ

ଆମେ ସମସ୍ତେ ସ୍ୱାସ୍ଥ୍ୟ ବିଷୟରେ ଅଧିକ ସଚେତନତା ଅବଲମ୍ବନ କରିଥାଉ । ଏପରି ପରିସ୍ଥିତିରେ, ସମସ୍ତଙ୍କୁ କୁହା ଯେ ପତ୍ରକୋବି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ତେଣୁ ଏହାକୁ ବ୍ୟବହାର କରିବା ଆବଶ୍ୟକ ।

ତେବେ କ୍ଷୀରରେ ଯେତିକି କ୍ୟାଲସିୟମ ମିଳୁଛି, ସେତିକି ଆମକୁ ପତ୍ରକୋବିଠାରୁ ମିଳିଥାଏ । ତାହେଲେ ଆସନ୍ତୁ ଜାଣିବା ପତ୍ରକୋବିର ଉପକାରିତା ବିଷୟରେ..

-ପତ୍ରକୋବିରେ ବିଟା କେରୋଟିନ୍, ଭିଟାମିନ୍ ବି ୧, ବି ୬, ଭିଟାମିନ୍ କେ, ଇ ଓ ସି ସହିତ ଅନେକ ଭିଟାମିନ୍ ରହିଥାଏ । ଏହା ସହିତ ପତ୍ରକୋବି ସ୍ୱାସ୍ଥ୍ୟ, ଚର୍ମ ଏବଂ କେଶ ପାଇଁ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହୁଏ ।

– ପତ୍ରକୋବିରେ କ୍ଷୀର ସହିତ ସମାନ କ୍ୟାଲସିୟମ ଥାଏ, ଯାହା ଆପଣଙ୍କ ହାଡକୁ ମଜଭୁତ କରିବାରୋ ସାହାର୍ଯ୍ୟ କରିଥାଏ । ଯେଉଁମାନେ କ୍ଷୀର ପିଇବାକୁ ପସନ୍ଦ କରନ୍ତି ନାହିଁ, ସେମାନଙ୍କ ପାଇଁ ଏହା ଏକ ଉତ୍ତମ ବିକଳ୍ପ ।

-ଏହା ସହିତ ପେଟ ଯନ୍ତ୍ରଣା ପାଇଁ ମଧ୍ୟ ଅନ୍ୟନ୍ତ ଲାଭଦାୟକ ହୋଇଥାଏ ପତ୍ରକୋବି ।

– ପତ୍ରକୋବିରେ ମିଳୁଥିବା ପୁଷ୍ଟିକର ଖାଦ୍ୟ କର୍କଟ ଭଳି ରୋଗକୁ ରୋକିଥାଏ ।

– କୋବିରେ ପୋଷକ ତତ୍ତ୍ୱ ଭରପୂର ରହିବା ସହ ଏଥିରେ ଅନେକ ଆମିନୋ ଏସିଡ୍ ରହିଛି । ଯାହା ଆଣ୍ଠୁ ଏବଂ ଗଣ୍ଠିର ଫୁଲାକୁ ହ୍ରାସ କରିଥାଏ ।

– କୋବିରେ ଅଧିକ ମାତ୍ରାରେ ଅକ୍ସିଡେଣ୍ଟ ଥାଏ, ଯାହାକି ତ୍ୱଚା ପାଇଁ ଅତ୍ୟନ୍ତ ଲାଭଦାୟକ ।

Get real time updates directly on you device, subscribe now.