fbpx

IND vs BAN ଟେଷ୍ଟ ସିରିଜ୍: ଭାରତ ବିପକ୍ଷରେ ଘାତକ ବୋଲିଂ… ଟେଷ୍ଟ ମ୍ୟାଚରେ ଏହି ଖେଳାଳି ନେଇଛନ୍ତି ସର୍ବାଧିକ ୱିକେଟ୍

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୧୯ରୁ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦୁଇଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯିବ । ଚେନ୍ନାଇର ଚିଦାମ୍ବରମ ଷ୍ଟାଡିୟମରେ ଆରମ୍ଭ ହେବାକୁ ଥିବା ଏହି ଟେଷ୍ଟ ସିରିଜ ପାଇଁ ଦୁଇ ଦଳ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି । ଦୀର୍ଘ ଦିନ ପରେ ଭାରତୀୟ ଟିମ୍ ଟେଷ୍ଟ ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରୁଛି । ସେହିପରି ବାଂଲାଦେଶ ଟିମ୍ ପାକିସ୍ତାନକୁ ୨ଟି ଟେଷ୍ଟ ସିରିଜରେ କ୍ଲିନ୍ ସ୍ୱୀପ୍ କରିବା ପରେ ଫର୍ମକୁ ଫେରିଛି । ତେବେ ଏହି ମ୍ୟାଚ୍ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି । ଭାରତ ବିପକ୍ଷରେ ବାଂଲାଦେଶର ଏହି ଘାତକ ବୋଲର ସର୍ବାଧିକ ଟେଷ୍ଟ ୱିକେଟ୍ ନେଇଛନ୍ତି ।

. ଶାକିବ ଅଲ୍ ହସନ୍: ଚେନ୍ନାଇ ପିଚ୍ ସ୍ପିନରଙ୍କ ପାଇଁ ବହୁତ ସହାୟକ ହୋଇଛି । ଏହି ସିରିଜରେ ସ୍ପିନରଙ୍କ ଦବଦବା କାଏମ ରହିବ ବୋଲି ଆଶା କରାଯାଉଛି । ଭାରତ ବିପକ୍ଷରେ ଷ୍ଟାର ଅଲରାଉଣ୍ଡର ତଥା ବାଂଲାଦେଶ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ଶାକିବ ଅଲ୍ ହସନ ସର୍ବାଧିକ ୱିକେଟ୍ ନେଇଛନ୍ତି । ସେ ଭାରତ ବିପକ୍ଷରେ ୮ଟି ଟେଷ୍ଟ ମ୍ୟାଚରେ ୩୭.୯୫ ଆଭରେଜ୍ ସହ ମୋଟ୍ ୨୧ଟି ୱିକେଟ୍ ନେଇଛନ୍ତି ।

. ମହମ୍ମଦ ରଫିକ୍: ଦ୍ୱିତୀୟ ସ୍ଥାନରେ ଅଛନ୍ତି ବାମହାତୀ ସ୍ପିନର ମହମ୍ମଦ ରଫିକ୍ । ସେ ଭାରତ ବିପକ୍ଷରେ ଖେଳିଥିବା ୫ଟି ଟେଷ୍ଟ ମ୍ୟାଚରେ ୪୬.୪୦ ଆଭରେଜ୍ ସହ ୧୫ଟି ୱିକେଟ୍ ନେଇଛନ୍ତି । ସେହିପରି ତୃତୀୟ ନମ୍ବରରେ ଅଛନ୍ତି ଅଲରାଉଣ୍ଡର ମେହଦୀ ହସନ ମିରାଜ । ସେ ଭାରତ ବିପକ୍ଷରେ ଖେଳିଥିବା ୫ଟି ଟେଷ୍ଟ ମ୍ୟାଚରେ ୪୫.୭୧ ଆଭରେଜରେ ୧୪ଟି ୱିକେଟ୍ ନେବାରେ ସଫଳ ହୋଇଛନ୍ତି ।

୩. ଶହାଦତ ହୋସୈନ: ସେ ଭାରତ ବିପକ୍ଷରେ ୩ଟି ମ୍ୟାଚ ଖେଳି ହାରାହାରି ୨୬.୭୫ ସହ ୧୨ଟି ୱିକେଟ ନେଇଛନ୍ତି । ପୂର୍ବତନ ପେସର(pacer) ଶହାଦତଙ୍କ ଆଭରେଜ୍ ଅନ୍ୟ ସ୍ପିନରଙ୍କ ଠାରୁ ଉତ୍ତମ ଅଟେ । ସେହିପରି ବାମହାତୀ ସ୍ପିନ୍ ବୋଲର ତୈଜୁଲ ଇସଲାମ ଭାରତ ବିପ୪ରେ ୬ଟି ମ୍ୟାଚରେ ହାରାହାରି ୬୩.୫୦ ସହ ୧୨ଟି ୱିକେଟ ନେଇଛନ୍ତି ।

୪. ମଶରଫେ ମୋର୍ତଜା: ବାଂଲାଦେଶ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ତଥା ପେସର ମଶରଫେ ଭାରତ ବିପକ୍ଷରେ ୪ଟି ମ୍ୟାଚ୍ ହାରାହାରି ୩୮ ସହ ୧୧ଟି ୱିକେଟ୍ ନେଇଛନ୍ତି ।

କହିରଖୁଛୁ ବାଂଲାଦେଶ ଟିମର ସର୍ବାଧିକ ୱିକେଟ ନେଇଥିବା ବୋଲର ହେଉଛନ୍ତି ଶାକିବ ଅଲ୍ ହସନ୍ । ସେ ତାଙ୍କ କ୍ୟାରିୟରରେ ୬୯ଟି ଟେଷ୍ଟ ମ୍ୟାଚ୍ ହାରାହାରି ୩୧.୩୧ ସହ ୨୪୨ ୱିକେଟ ନେଇଛନ୍ତି । ବର୍ତ୍ତମାନ ଟେଷ୍ଟ କ୍ୟାରିୟରରେ ତାଙ୍କର ଖରାପ ସମୟ ଚାଲିଛିି । ନିକଟରେ ସେ ଟେଷ୍ଟ ମ୍ୟାଚକୁ ନେଇ ନିଜ ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି । ଚିଦାମ୍ବରମ ଷ୍ଟାଡିୟମରେ ଭାରତ ବିପକ୍ଷରେ ତାଙ୍କର ପ୍ରଦର୍ଶନ ଗୁରୁତ୍ୱପୂର୍ଣ୍ଣ ଅଟେ । ନିକଟରେ ପାକିସ୍ତାନ ବିପକ୍ଷରେ ହୋଇଥିବା ବିଜୟ ବାଂଲାଦେଶ ଟିମ୍ ପାଇଁ ଉତ୍ସାହର ବିଷୟ ପାଲଟିପାରେ । ଅପରପକ୍ଷରେ ବାଂଲାଦେଶ ବିପକ୍ଷରେ ସର୍ବାଧିକ ଟେଷ୍ଟ ୱିକେଟ ନେଇଥିବା ପୂର୍ବତନ ଦୃତ ବୋଲର ହେଉଛନ୍ତି ଜହୀର ଖାନ୍ । ସେ ବାଂଲାଦେଶ ବିପକ୍ଷରେ ମୋଟ୍ ୭ଟି ମ୍ୟାଚ୍ ହାରାହାରି ୨୪.୨୫ ସହ ୩୧ଟି ୱିକେଟ ନେଇଛନ୍ତି ।

ବାଂଲାଦେଶ ଟେଷ୍ଟ ଟିମ୍- ନଜମୁଲ ହୋସୈନ ସନ୍ତୋ(ଅଧିନାୟକ), ଶାଦମାନ୍ ଇସଲାମ, ଜାକିର ହସନ୍, ମୋମିନୁଲ ହକ୍, ମୁଶଫିକୁର ରହିମ, ଶାକିବ ଅଲ୍ ହସନ୍, ଲିଟନ୍ ଦାସ, ମେହଦୀ ହସନ ମିରାଜ, ଜୋକର ଅଲି, ତସ୍କିନ୍ ଅହମଦ, ହସନ ମହମୁଦ, ନାଦିହ ରାଣା, ତୈଜୁଲ ଇସଲାମ, ମହମଦୁଲ ହସନ ଜୟ, ନଇମ ହସନ ଏବଂ ଖାଲେଦ ଅହମଦ ।

ଭାରତୀୟ ଟେଷ୍ଟ ଟିମ୍: ରୋହିତ ଶର୍ମା(ଅଧିନାୟକ), ଯଶସ୍ୱୀ ଜୟସୱାଲ, ଶୁଭମନ ଗିଲ, ବିରାଟ କୋହଲି, କେ ଏଲ୍ ରାହୁଲ, ସରଫରାଜ ଖାନ୍, ରିଷଭ ପନ୍ତ(ୱିକେଟ୍ ରକ୍ଷକ), ଧ୍ରୁବ୍ ଜୁରେଲ(ୱିକେଟ୍ ରକ୍ଷକ), ଆର ଅଶ୍ୱିନ୍, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଳଦୀପ ଯାଦବ, ମହମ୍ମଦ ସିରାଜ୍, ଆକାଶ ଦୀପ, ଜଶପ୍ରୀତ ବୁମରା ଏବଂ ଯଶ ଦୟାଲ ।

ଭାରତ ବନାମ ବାଂଲାଦେଶ ଟେଷ୍ଟ ସିଡ୍ୟୁଲ

ପ୍ରଥମ ଟେଷ୍ଟ ମ୍ୟାଚ୍: ସେପ୍ଟେମ୍ବର ୧୯ରୁ ୨୩, ସକାଳ ୯ଟା ୩୦ ମିନିଟ୍, ଚେନ୍ନାଇ
ଦ୍ୱିତୀୟ ମ୍ୟାଚ୍: ସେପ୍ଟେମ୍ବର ୨୭ରୁ ଅକ୍ଟୋବର ୧, ସକାଳ ୯ଟା ୩୦ ମିନିଟ୍, କାନପୁର

Get real time updates directly on you device, subscribe now.