fbpx

ଅର୍ଥ ବ୍ୟବସ୍ଥାକୁ ସୁଧାରିବା ପାଇଁ ୬୦ରୁ ୬୩ ବର୍ଷ ହେଲା ଚାକିରିଆଙ୍କ ରିଟାୟର୍ଡମେଣ୍ଟ ବୟସ

ବେଜିଂ: ଡ୍ରାଗନ ସରକାର ୭୦ ଦଶକ ପରେ ଦେଶରେ ସରକାରୀ କର୍ମଚାରୀଙ୍କ ଅବସର ବୟସ ବଦଳାଇ ଦେଇଛନ୍ତି । ସି ଜିନପିଙ୍ଗ ସରକାର ଦେଶରେ ରିଟାୟର୍ଡମେଣ୍ଟ ବୟସ ୬୦ରୁ ବୃଦ୍ଧି କରି ୬୩ କରିଛନ୍ତି । ଚୀନରେ ମହିଳାଙ୍କ ଅବସରକାଳୀନ ବୟସ ୫୫ରୁ ବୃଦ୍ଧି କରାଯାଇ ୫୮ ହୋଇଥିବା ବେଳେ ପୁରୁଷଙ୍କର ୬୩ କରାଯାଇଛି । ଏହି ନିୟମ ଆସନ୍ତା ବର୍ଷ ଜାନୁଆରୀ ୧ ତାରିଖରୁ ଲାଗୁ ହେବାକୁ ଯାଉଛି ।

ତେବେ କାହିଁକି ଜିନପିଙ୍ଗ ସରକାର ଏମିତି ପଦକ୍ଷେପ ନେଇଛି? ଏକ ରିପୋର୍ଟ ମୁତାବକ, ଜିନପିଙ୍ଗଙ୍କ ନୀତି ଚୀନ ପାଇଁ ଏକ ଗମ୍ଭୀର ସଙ୍କଟ ସୃଷ୍ଟି କରିଛି । ତାର ଦ୍ୱିତୀୟ କାରଣ ହେଉଛି, ବିଶ୍ୱର ଏହି ସର୍ବ ବୃହତ ରାଷ୍ଟ୍ରରେ ଏବେ ବୟସ୍କଙ୍କ ସଂଖ୍ୟା ସର୍ବାଧିକ ରହିଛି । ଆଗାମୀ ଦଶକରେ ପ୍ରାୟ ୩୦ କୋଟି ଲୋକ ୬୦ ବର୍ଷରେ ପାଦ ଥାପିବେ । ଫଳରେ ଏକ ବିରାଟ ଖାଲିସ୍ଥାନ ସୃଷ୍ଟିହେବ । ଏହି ଖାଲି ପଦବୀ ପୂରଣ ଦିଗରେ ନୂଆ ଆଇନ କିଛି ବର୍ଷ ପାଇଁ ସହାୟକ ହେବ । ସେପଟେ ଅବସର ନେବାକୁ ଥିବା ଲୋକଙ୍କ ରିଟାୟର୍ଡମେଣ୍ଟ ଅର୍ଥ ଦେବାର ଚିନ୍ତା ରହିବ ନାହିଁ ।

ତେବେ ବରିଷ୍ଠ ନାଗରିକଙ୍କୁ ପରିଶ୍ରମ କରାଇବାକୁ ହୋଇଥିବା ଏହି ଆଇନକୁ ଅନେକ ନାପସନ୍ଦ କରୁଛନ୍ତି । ଏମିତି ହେବା ଦ୍ୱାରା ବୟସ୍କଙ୍କ ଶାରୀରିକ ସମସ୍ୟା ସହ ଚାକିରି ଚାପ ବୋଝ ଉପରେ ନଳିତା ବିଡା ସଦୃଶ ହେବ । କିନ୍ତୁ ଏଥିପ୍ରତି ଜିନପିଙ୍ଗଙ୍କର କୌଣସି ଚିନ୍ତା ନାହିଁ । ସେ ଦେଶର ଅର୍ଥବ୍ୟବସ୍ଥା ପାଇଁ ଅଧିକ ଚିନ୍ତିତ ।

Get real time updates directly on you device, subscribe now.