fbpx

World Cricket ନିକଟରେ ଅଶ୍ୱୀନ: ଏକା ସାଙ୍ଗରେ କରିପାରନ୍ତି ଦୁଇଟି ଶିକାର, ଏବେ ବି No.1

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷରେ ଶିକାର କରିବା ପାଇଁ ପ୍ରସ୍ତୁତ ହୋଇ ସାରିଛନ୍ତି ବିଶ୍ୱର ନମ୍ବର ୧ ବୋଲର ରବିଚନ୍ଦ୍ରନ ଅଶ୍ୱୀନ । ଏହି ଟେଷ୍ଟ ସିରିଜରେ ଅଶ୍ୱୀନ ଏକ ବଡ଼ ଉପଲବ୍ଧି ହାସଲ କରିପାରନ୍ତି । ବିଶ୍ବ ଟେଷ୍ଟ ଚମ୍ପିଆନସିପରେ ସର୍ବାଧିକ ୱିକେଟ ହାସଲ କରିବା ତାଲିକାରେ ନାଥନ ଲିଓନଙ୍କୁ ପଛରେ ପକାଇ ନିଜ ନାମରେ ମହା ରେକର୍ଡ ସଷ୍ଟି କରିପାରନ୍ତି ଅଶ୍ୱୀନ । ଏହାବ୍ୟତୀତ ଆଉ ଏକ ରେକର୍ଡ ଭାଙ୍ଗିବା ପାଇଁ ମଧ୍ୟ ସେ ଖୁବ ନିକଟରେ ପହଞ୍ଚିଛନ୍ତି । ତେଣୁ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରେ ସେ ଦୁଇଟି ଶିକାର କରିବେ ବୋଲି ଆଶା କରାଯାଉଛି ।

ଟିମ ଇଣ୍ଡିଆର ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନଙ୍କ ନିକଟରେ ଏକ ସୁବର୍ଣ୍ଣ ସୁଯୋଗ ରହିଛି । ବିଶ୍ୱ ଟେଷ୍ଟ ଚମ୍ପିଆନସିପରେ ସର୍ବାଧିକ ଥର ୫ ୱିକେଟ୍ ହଲ୍ ହାସଲ କରିବାର ରେକର୍ଡ ନିଜ ନାମରେ କରିବାର ଖୁବ ନିକଟବର୍ତ୍ତୀ ହୋଇଛନ୍ତି ଅଶ୍ୱୀନ । ଲିଓନ୍ ବିଶ୍ୱ ଟେଷ୍ଟ ଚମ୍ପିଆନସିପରେ ମୋଟ ୧୦ ଥର ୫ ୱିକେଟ ହଲ୍ ନେବାରେ ସଫଳ ହୋଇଛନ୍ତି । ଏହାବ୍ୟତୀତ ଯଦି ଅଶ୍ୱୀନ ଅତି କମରେ ୧୦ଟି ୱିକେଟ ନିଜ ନାମରେ କରିପାରନ୍ତି, ତେବେ ଚଳିତ ବିଶ୍ୱ ଟେଷ୍ଟ ଚମ୍ପିଆନସିପ ସିଜନରେ ସେ ସର୍ବାଧିକ ୱିକେଟ ହାସଲ କରିଥିବା ବୋଲର ପାଲଟିଯିବେ । ବର୍ତ୍ତମାନ ଅଷ୍ଟ୍ରେଲିଆର ଜୋସ୍ ହାଜେଲଉଡ ୫୧ ୱିକେଟ ସହିତ ଶୀର୍ଷରେ ରହିଥିବା ବେଳେ ଅଶ୍ୱୀନଙ୍କ ନାମରେ ମୋଟ ୪୨ଟି ୱିକେଟ ରହିଛି ।

ନାଥନ ଲିଓନ ୪୩ଟି ମ୍ୟାଚରୁ ୧୮୭ ୱିକେଟ ସହ ବିଶ୍ୱ ଟେଷ୍ଟ ଚମ୍ପିଆନସିପରେ ସର୍ବାଧିକ ୱିକେଟ ହାସଲ କାରୀ ବୋଲର ପାଲଟିଛନ୍ତି । ଏହାପରେ ଅଷ୍ଟ୍ରେଲିଆ ଅଧିନାୟକ ପାଟ୍ କମିନ୍ସ ୧୭୫ ୱିକେଟ ସହ ଦ୍ୱିତୀୟରେ ରହିଥିବା ବେଳେ ଆର. ଅଶ୍ୱୀନ ୧୭୪ ୱିକେଟ ସହ ତୃତୀୟ ସ୍ଥାନରେ ରହିଛନ୍ତି । ତେବେ ଏହି ତାଲିକାର ଶୀର୍ଷ ସ୍ତାନ ହାସଲ କରିବାକୁ ୧୪ ୱିକେଟ ଏବଂ ଦ୍ୱିତୀୟ ସ୍ଥାନରେ ପହଞ୍ଚିବା ପାଇଁ ଅଶ୍ୱୀନଙ୍କୁ ମାତ୍ର ୨ଟି ୱିକେଟର ଆବଶ୍ୟକତା ରହିଛି । ଏହହାବ୍ୟତୀତ ସିରିଜରେ ୨୬ଟି ୱିକେଟ ହାସଲ କଲେ, ଅଶ୍ୱୀନ ବିଶ୍ୱ ଟେଷ୍ଟ ଚମ୍ପିଆନସିପରେ ୨୦୦ ୱିକେଟ ହାସଲ କରିଥିବା ପ୍ରଥମ ଖେଳାଳି ହୋଇପାରିବେ । ଅଶ୍ୱୀନ ଭାରତ ପାଇଁ ବର୍ତ୍ତମାନ ସୁଦ୍ଧା ୧୦୦ ଟେଷ୍ଟ ୫୧୬ ୱିକେଟ ହାସଲ କରିଛନ୍ତି ।

Get real time updates directly on you device, subscribe now.